ହାଇଦ୍ରାବାଦରେ ପହଞ୍ଚିବା ପରେ କାହିଁକି ହଠାତ ଲଣ୍ଡା ହେଇଗଲେ Pintu Nanda

ବନ୍ଧୁଗଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଏବେ ବହୁତ କଷ୍ଟରେ ଆଉ ଯନ୍ତ୍ରଣାରେ ଅଛନ୍ତି । ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଅନେକ ବର୍ଷ ଧରି ସେ ଲୋକ ମାନଙ୍କୁ ହସାଉ ଥିଲେ କନ୍ଦାଉ ଥିଲେ ହେଲେ ଆଜି ସେ ନିଜେ କାନ୍ଦୁ ଛନ୍ତି । ଗତ କିଛି ଦିନ ତଳେ ଜଣା ପଡିଥିଲା କି ପିଣ୍ଟୁ ଲିଭର ଶିରୋସିସ ରୋଗରେ ପୀଡିତ ଅଛନ୍ତି । ଏହା ଜାଣିବା ପରେ ସାରା ଓଡିଶାବାସୀ ଚିନ୍ତାରେ ଆସିଯାଇଥିଲେ ।

ହେଲେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜି ଥିଲା ତେଣୁ ପିଣ୍ଟୁ ଗଣମାଧ୍ୟମ ସାମ୍ନାରେ ସାରା ଓଡିଶାବାସୀଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଏହା ପରେ ଓଡିଶାବାସୀ ଏବଂ ଓଲିଉଡ କଳାକାର ମାନେ ପିଣ୍ଟୁଙ୍କୁ ଆର୍ଥିକ ସହାୟତା କରିଥିଲେ ଯାହାଫଳରେ ପିଣ୍ଟୁ ନିଜର ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଦିଲ୍ଲୀ ଯାଇଥିଲେ ।

ଦିଲ୍ଲୀରେ ପିଣ୍ଟୁ ଅନେକ ଦିନ ରହିଲେ ହେଲେ ସେଠାରେ ତାଙ୍କୁ ଡୋନର ମିଳିଲା ନାହିଁ । ତାଙ୍କ ପରିବାର ସଦସ୍ୟ ତାଙ୍କୁ ଲିଭର ଦେବା ପାଇଁ ପ୍ରସ୍ତୁତ ଥିଲେ ହେଲେ ସେମାନଙ୍କର ଲିଭର ପିଣ୍ଟୁଙ୍କ ଲିଭର ସହ ମ୍ୟାଚ ହେଲା ନାହିଁ । ତେବେ ଏଥି ଯୋଗୁଁ ପିଣ୍ଟୁଙ୍କୁ ଦିଲ୍ଲୀ ଡାକ୍ତର ହାଇଦ୍ରାବାଦ ଯିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଗତ ଦୁଇ ଦିନ ତଳେ ପିଣ୍ଟୁ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ପହଞ୍ଚି ଥିଲେ ।

ସେଠାରେ ଲିଭର ଡୋନର ଖୋଜା ଚାଲିଛି ଆଉ ଏହାରି ମଧ୍ୟରେ ପିଣ୍ଟୁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଫଟୋଟି ଦେଖିଲେ ଆପଣ ମାନେ ବି ଭାବ ବିହୁଳ ହୋଇଯିବେ । କାରଣ ଏହି ଫଟୋରେ ପିଣ୍ଟୁ ନଣ୍ଡା ହେଇ ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ଭଲ କରି ଦେଖନ୍ତୁ ଏ ଫଟୋକୁ ପିଣ୍ଟୁଙ୍କ ମୁଣ୍ଡରେ ଆଉ ଚୁଟି ନାହିଁ ।

ଖବର ମୁତାବକ ପିଣ୍ଟୁ ହାଇଦ୍ରାବାଦ ପହଞ୍ଚିବା ପରେ ନଣ୍ଡା ହେଇ ଛନ୍ତି । ଆପଣ ମାନେ ଏହି ଫଟୋ ଦେଖି ଜାଣି ପାରୁଥିବେ ପିଣ୍ଟୁ ଏବେ କେତେ ଯନ୍ତ୍ରଣା ଆଉ କଷ୍ଟରେ ଅଛନ୍ତି । ପିଣ୍ଟୁଙ୍କ ଲିଭରରୁ ରକ୍ତସ୍ରାବ ହେଉଥିବା ନେଇ ମଧ୍ୟ ଖବର ଆସୁଛି । ଏଥିପାଇଁ ସାରା ଓଡିଶାବାସୀ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *