Vastu Shastra – ଦୀପାବଳୀ ଦିନ କରନ୍ତୁ ଏହି ସହଜ ସରଳ ଉପାୟ, ଘରେ ହେବ ଟଙ୍କା ବର୍ଷା

ଚଳିତ ବର୍ଷ ଦୀପାବଳି ଆସନ୍ତା ନଭେମ୍ବର ମାସ 14 ତାରିଖ ଦିନ ଦେଶ ସାରା ବହୁତ ଧୂମଧାମ ରେ ପାଳନ କରାଯିବ । ଦୀପାବଳି ପର୍ବରେ ମହାଲକ୍ଷ୍ମୀ ଙ୍କର ବିଶେଷ ପୂଜା ପାଠ କରାଯାଏ । ଏମିତି କୁହାଯାଏ କି ଯଦି ଏହି ଦିନ ସମସ୍ତ ବିଧି ବିଧାନ ସହ ମାତା ଲକ୍ଷ୍ମୀଙ୍କର ପୂଜା ଆରାଧନା କରାଯାଏ ତେବେ ଏହା ଦ୍ଵାରା ଘରେ ଧନ ସୁଖ ସମୃଦ୍ଧିରେ ବୃଦ୍ଧି ଘଟିଥାଏ । କିନ୍ତୁ ଏହା ବ୍ଯତୀତ ଯଦି ଏମତି କିଛି ସହଜ ସରଳ ଉପାୟ କରାଯାଇ ପାରିବ ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆଜି ଆମେ ଆପଣଙ୍କୁ ଦୀପାବଳିରେ କରା ଯାଉଥିବା ଏହି ସବୁ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣ ଚାହୁଞ୍ଚନ୍ତି କି ମାତା ଲକ୍ଷ୍ମୀ ଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହୁ ତେବେ ଆପଣ ଦୀପାବଳି ଦିନ ଅଶ୍ବସ୍ତ ଗଛର ଏକ ପତ୍ର ନିଜ ଘରକୁ ନେଇ ଆସନ୍ତୁ । କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ କି ଯେଉଁ ପତ୍ର ଆପଣ ଆଣିବେ ତାହା କେଉଁଠୁ ବି ଖଣ୍ଡିଆ ହୋଇନଥିବ । କିମ୍ବା ଫାଟି ନଥିବ । ଏହା ପରେ ଏହି ପତ୍ରରେ ଓଁ ମହାଲକ୍ଷ୍ମୀ ନମଃ ଲେଖି ପୂଜା ସ୍ଥାନରେ ରଖି ଦିଅନ୍ତୁ ।

ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଆପଣ ଦୀପାବଳି ଦିନ ରାତିରେ ଏହି ଉପାୟକୁ ଆବଶ୍ଯ କରନ୍ତୁ । ଦୀପାବଳି ରାତିରେ ମାତା ଲକ୍ଷ୍ମୀଙ୍କର ପୂଜା କରିବା ପୂର୍ବରୁ ଲବଙ୍ଗ ଓ ଗୁଜୁରାତି ପେଶୀ ତାହାର ମିଶ୍ରଣ ତିଆରି କରନ୍ତୁ ଓ ଏହାପରେ ଏହା ଦ୍ଵାରା ସମସ୍ତ ଦେବା ଦେବୀଙ୍କୁ ଟୀକା ଲଗାନ୍ତୁ । ଏହି ଉପାୟ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ମିଳିଥାଏ ।

ଯଦି ଆପଣ ଦୀପାବଳି ଦିନ କୌଣସି କିନ୍ନର ଙ୍କୁ ଦେଖୁଛନ୍ତି ତେବେ ଆପଣ ତାଙ୍କୁ କୌଣସି ମିଠା କିମ୍ବା ଟଙ୍କା ଅବଶ୍ୟ ଦିଅନ୍ତୁ । ଏହା ବଦଳରେ ଆପଣ କିନ୍ନର ଙ୍କ ଠାରୁ କିଛି କମ ଟଙ୍କାର ମୁଦ୍ରା ମାଗି ନିଅନ୍ତୁ । ଏହି ମୁଦ୍ରାକୁ ନେଇ ଆପଣ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସବୁ ସମସ୍ଯା ଦୂର ହୋଇଥାଏ । ଏହି ଉପାୟ ବହୁତ ଉପଯୋଗୀ ହୋଇଥାଏ ।

ଏଥର ଦୀପାବଳି ଶନିବାର ଦିନ ପଡୁଛି । ଯଦି ଆପଣ ଏହି ଦିନ କୌଣସି ଧଳା ରଙ୍ଗର ବସ୍ତୁ ଦାନ କରିବେ ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦ୍ରୁଷ୍ଟି ଆପଣଙ୍କୁ ମିଳିବ ।
ଏହା ଛଡା ଆପଣ ବରଗଛର ପତ୍ରରେ ହଳଦିରେ ସ୍ଵସ୍ତିକ ଚିହ୍ନ ଆଙ୍କି ଆପଣ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ । ଯଦି ଆପଣ ନିଜର ଆର୍ଥିକ ଉନ୍ନତି ଚାହୁଞ୍ଚନ୍ତି ଓ ଶୁଭ ପରିଣାମ ସହ ସଫଳତା ବି ହାସଲ କରିବାକୁ ବି ଚାହୁଞ୍ଚନ୍ତି ତେବେ ଏଥିପାଇଁ ଆପଣ ଦୀପାବଳି ଦିନ ରାତିରେ ଶ୍ରୀ ଜନ୍ତ୍ର ଅବଶ୍ୟ ସ୍ଥାପନ କରନ୍ତୁ ଓ ଘିଅ ଦୀପ ଅବଶ୍ୟ ଜଳାନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *