ହରିୟାଣାର ଏହି ଝିଅ ୩ଥର କରି କରିସାରିଛନ୍ତି ୟୁପିଏସସି କ୍ଲିଅର, ଦେଲେ ଏମିତି କିଛି ଖାସ୍ ଟିପ୍ସ

ୟୁପିଏସସି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ଲୁହା ର ଚଣା ଚୋବାଇବା ଠାରୁ କମ କଷ୍ଟ ନୂହେଁ । ଯେଉଁ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେମାନେ ଜାଣିଛନ୍ତି ଏହାକୁ ପାସ କରିବା ପାଇଁ ଦିନ ରାତି କୁ ଏକ କରିବାକୁ ପଡିଥାଏ । ବହୁତ ପରିଶ୍ରମ କରି ମଧ୍ୟ ଏହି ପରୀକ୍ଷା କୁ କ୍ଲିଅର କରିବା ମୁସ୍କିଲ୍ ହେଇଥାଏ । ଆମେ ଆପଣମାନଙ୍କୁ ଆଜି ଏମିତି ଏକ ଝିଅ ବିଷୟ ରେ କହିବାକୁ ଯାଉଛୁ ଯିଏକି 3 ଥର ଯାକ ୟୁ ପି ଏସ୍ ସି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଯେଉଁ ପରୀକ୍ଷାର୍ଥୀ ୟୁପିଏସସି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହି ଲକ ଡାଉନ୍ ରେ ଏହି କିଛି ଟିପ୍ସ କାମରେ ଆସିବ । ହରିୟାଣା ର ଝଜ୍ଜର ଜିଲ୍ଲା ରେ ରହୁଥିବା ପୁନମ ଦଲାଲ ଦହିୟା 3 ଥର ୟୁପିଏସସି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ କହିଲେ ଯେ ମୁଁ ଯେତେବେଳେ ୟୁପିଏସସି ପରୀକ୍ଷା ରେ ପ୍ରଥମ ଥର ଉତ୍ତିର୍ଣ୍ଣ ହେଲି ସେତେବେଳେ ମୋର ରାଙ୍କିଙ୍ଗ କମ ଥିଲା ଯେଉଁଥି ପାଇଁ ମୋତେ ରେଲୱେ(RPF) ରେ ଚାକିରି ମିଳିଥିଲା ।

ଏଥିପାଇଁ ରାଙ୍କିଙ୍ଗ ବଢାଇବା ପାଇଁ ପୁଣି ଥରେ ୟୁପିଏସସି ପରୀକ୍ଷା ଦେଇଥିଲି । ଯାହାଦ୍ୱାରା ମୋତେ ପୁଣି ଥରେ ରେଲୱେ ର ଏକ ଅଲଗା କାର୍ଯ୍ୟ (IRPS) ମିଳିଲା । ତୃତୀୟ ଥର ୟୁପିଏସସି ପରୀକ୍ଷା ରେ ପାସ ହେବା ପରେ ସେ (IRS) ଆଇ ଆର୍ ଏସ୍ ହେଲେ. । ବର୍ତ୍ତମାନ ସେ ଆସିଷ୍ଟାଣ୍ଟ କମିଶନର ଇନକମ୍ ଟ୍ୟାକ୍ସ ଅଫିସର ପଦ ରେ କାର୍ଯ୍ୟ କରୁଛନ୍ତି ।

ଆପଣଙ୍କୁ କହି ରଖୁଛୁ କି ପୁନମ ଙ୍କ ଯାତ୍ରା ଏତେ ସହଜ ନଥିଲା । ସେ ପ୍ରଥମେ ପ୍ରାଇମେରୀ ସ୍କୁଲ୍ ରେ ଶିକ୍ଷକ ଥିଲେ । 21 ବର୍ଷ ରେ ତାଙ୍କର ଦିଲ୍ଲୀ ର MCD ଏମ୍ ସି ଡି ସ୍କୁଲ ରେ ସରକାରୀ ଚାକିରୀରେ ଯୋଗ ଦେଇ ସାରିଥିଲେ । ଗ୍ରାଜୁଏସନ ପରେ ସେ ବ୍ୟାଙ୍କ୍ ପିଓ ର ଫର୍ମ ଭରିଥିଲେ ଓ ସେଥିରେ ସେ ସଫଳ ମଧ୍ୟ ହୋଇଥିଲେ । ଯାହାପରେ ଏସବିଆଇ SBI ବ୍ୟାଙ୍କ୍ ର ପିଓ ପଦରେ କାର୍ଯ୍ୟ କଲେ ।

ବ୍ୟାଙ୍କ ପିଓ ପଦରେ କାମ କଲାବେଳେ ଏସ୍ ଏସ୍ ସି ssc ର ପରୀକ୍ଷା ଦେଲେ । ଯେଉଁଥିରେ ତାଙ୍କର ଅଲ ଓଭର ଇଣ୍ଡିଆ ରେ 7 ତମ ରାଙ୍କିଙ୍ଗ ପାଇଥିଲେ । ଏତେ ଭଲ ରାଙ୍କିଙ୍ଗ ଆସିବା ପରେ ପୁନମ 28 ବର୍ଷ ରେ ପ୍ରଥମ ୟୁପିଏସସି ପରୀକ୍ଷା ଦେଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ କି ପୁନମ 28 ବର୍ଷ ରେ ୟୁପିଏସସି ର ପ୍ରଥମ ପରୀକ୍ଷା ଦେଇଥିଲେ । ସେହି ସମୟରେ ୟୁପିଏସସି ପରୀକ୍ଷା ପାଇଁ ଜେନେରାଲ କ୍ୟାଟାଗୋରୀ ପରୀକ୍ଷାର୍ଥୀ ଙ୍କ ଆବେଦନ ର ଅଧିକତମ ବୟସ ସୀମା 30 ଥିଲା, ବର୍ତମାନ ଏହାର ବୟସ ସୀମା 32 ଅଟେ ।

ପୁନମ କହିଛନ୍ତି କି ମୁଁ 2011 ମସିହା ରେ ୟୁପିଏସସି ପରୀକ୍ଷା ତୃତୀୟ ଥର ଦେଇଥିଲେ । ଯେଉଁଥିରେ ପ୍ରିଲିମନାରୀ କ୍ଲିୟର ହେଇ ପାରିନଥିଲା ଏବଂ ୟୁପିଏସସି ପରୀକ୍ଷା ର ଏବଂ ୟୁ ପି ଏସ୍ ସି ପରୀକ୍ଷାର ଏଇଠି ଅନ୍ତ ହେଲା । ଏମିତିରେ ମୁଁ ହରିୟାଣା ସିଭିଲ ସର୍ଭିସ ର ପରୀକ୍ଷା ଦେଲି । ଯାହା କ୍ଲିୟର ହୋଇଯାଇଥିଲା । ପୁଣି ହରିୟାଣା ପୁଲିସ ରେ ସାମିଲ ହେଲି ।

ପୁନମ କହିଲେ କି ଭାଗ୍ୟ ସବୁଠୁ ବଡ଼ । କିଛି ବର୍ଷ ପରେ ସରକାରଙ୍କ ତରଫରୁ ଏକ ନୋଟିସ ଜାରି କରାଗଲା କି ଯେଉଁଥିରେ କୁହାଯାଇଥିଲା କି ଯେଉଁମାନେ 2011 ରେ ୟୁପିଏସସି ପରୀକ୍ଷା ଦେଇଥିଲେ ସେମାନଙ୍କୁ ପୁଣି ଆଉଥରେ ସୁଯୋଗ ଦିଆଯିବ । କାହିଁକି ନା ସେହି ବର୍ଷ ବିଷୟ ବସ୍ତୁରେ କିଛି ପରିବର୍ତ୍ତନ କରାଯାଇଥିଲା ।

ପୁନମ 2015 ରେ ଯେତେବେଳେ ୟୁପିଏସସି ପରୀକ୍ଷା ଦେଲେ ସେ ପ୍ରିଲିମ୍ସ ସମୟରେ ନଅ ମାସର ଗର୍ଭବତୀ ଥିଲେ । ଯେତେବେଳେ ସେ ମେନ ପେପର ଦେଲେ ସେତେବେଳେ ତାଙ୍କର ପୁଅ ଅଢେଇ ମାସ ର ହୋଇଥିଲା । ଏହା ବହୁତ କଠିନ ଯାତ୍ରା ଥିଲା । ଏହା ଭିତରେ ତାଙ୍କର ଭଲ ରାଙ୍କିଙ୍ଗ ଆସିଲା ଓ ସେ IRS ପଦ ରେ ନିଯୁକ୍ତି ହେଲେ ।

ସେ କହିଲେ ଯେ ଯେଉଁ ମାନେ ୟୁପିଏସସି ପରୀକ୍ଷା କ୍ଲିୟର କରିବାକୁ ଚାହୁଁଛନ୍ତି ସେମାନେ କଠିନ ପରିଶ୍ରମ, ଚତୁରତା ଭଳି ଉତ୍ତର ଦେବା ଓ ଭାଗ୍ୟ ର ସାଥ ଏହି ତିନୋଟି ବେଶୀ ଜରୁରୀ ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତି ୟୁପିଏସସି ପରୀକ୍ଷା ଦିଏ ସେ IAS ଆଇଏଏସ ହେବା ପାଇଁ ଏହାକୁ ଲେଖନ୍ତି । ଏହା ଦ୍ଵାରା ନିଜ ଭିତରେ ଆତ୍ମ ବିଶ୍ୱାସ ହେବା ନିହାତି ଜରୁରୀ ହେଇଯାଏ । ଏଥି ସହିତ ଆପଣ ଯଦି ଭାବୁଛନ୍ତି କି ୟୁପିଏସସି ପରୀକ୍ଷା 20 ଘଣ୍ଟା ପଢିଲେ କ୍ଲିୟର ହୋଇଯିବ ତାହାଲେ ଏହାକୁ ଆପଣଙ୍କ ମୁଣ୍ଡ ରୁ କାଢି ଦିଅନ୍ତୁ ।

ଯଦି ୟୁପିଏସସି ପରୀକ୍ଷାରେ କ୍ଲିୟର କରିବାକୁ ଚାହୁଁଛନ୍ତି ତାହାଲେ ପ୍ରତିଦିନ ପଢିବା ଜରୁରୀ ଅଟେ । ଯଦି ଆପଣ 6 ଘଣ୍ଟା ପଢୁଛନ୍ତି ତାହେଲେ ଡେଲି ପଢନ୍ତୁ । ଏମିତି ନ ହେଉ ଯେ ଆଜି ପଢିଲେ କାଲି କି ବନ୍ଦ ପୁଣି ଦିନେ 18 ଘଣ୍ଟା ପଢିବେ ତାପରେ 3 ଦିନ ପାଠ ପଢା ବନ୍ଦ । ଏଥିସହିତ ନିଜ ଉପରେ ନିଜେ ବିଶ୍ଵାସ ରଖ ଯେ ନିଜେ ଏହି ସବୁ କାମ କରି ପାରିବେ ।

Leave a Reply

Your email address will not be published. Required fields are marked *