ହକି ବିଶ୍ଵକପ ଗୀତ ଗାଇବା ପାଇଁ ମୋ ପାଖକୁ ଅଫର ଆସିଥିଲା, ମୋ ଜୀବନର ଗୋଟେ ଇତିହାସ ହୋଇ ରହିବ ଏହି ଗୀତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବଲିଉଡ କଣ୍ଠଶିଳ୍ପୀ ନେହା କକର ଙ୍କର ସଂଗୀତା “ମିଲେ ହୋ ତୁମ ହମକୋ” ଗୀତ ଗାଇ ଭା-ଇ-ରା-ଲ ହୋଇଥିବା ଓଡିଆ ଯୁବତୀ ବର୍ତ୍ତମାନ ହକି ୱାର୍ଲ୍ଡ କପ ନିମନ୍ତେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି । ତେବେ ସେ ଏହାକୁ ନେଇ ତାଙ୍କର ଅନୁଭୂତି ସମ୍ବନ୍ଧରେ ଏଭଳି କହିଛନ୍ତି ଆସନ୍ତୁ ଜାଣିନେବା ସେ ନେଇ ସଂପୂର୍ଣ୍ଣ ବିବରଣୀ । ହକି ୱାର୍ଲ୍ଡ କପ ପାଇଁ ଗୀତ ଗାଇବାକୁ ସୁଯୋଗ ପାଇଥିବାରୁ ଯୁବତୀ ଜଣଙ୍କ ସର୍ବପ୍ରଥମେ ଭଗବାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ଏହି ଯାତ୍ରା ସଂପୂର୍ଣ୍ଣ ଭାବରେ ବହୁତ ଭଲ ଥିଲା ଜୀବନରେ ସେ କେବେ ମଧ୍ୟ ଫ୍ଲାଇଟ ଚଢି ନଥିଲେ ସେ ବର୍ତ୍ତମାନ ପ୍ରଥମ ଥର ପାଇଁ ଫ୍ଲାଇଟ ଚଢିଲେ । ସେ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି ଯେ ସେ ଯାହା କେବେ ସ୍ଵପ୍ନରେ ଚିନ୍ତା କରି ନଥିଲେ ତାହା ତାଙ୍କ ଜୀବନରେ ଘଟୁଛି । ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ । ଏହା ସହିତ ଯେଉଁମାନେ ତାଙ୍କୁ ଏହି ପ୍ଲାଟଫର୍ମରେ ଆଣି ଛିଡା କରାଇଛନ୍ତି ହକି ୱାର୍ଡକପ ଟିମ ରୁ ଅଫର ଆସିଥିଲା ତାଙ୍କୁ ମଧ୍ୟ ସେ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ।

ଯୁବତୀ ଜଣକ ଏହା କହିଛନ୍ତି ଯେ ଏହି ଅଫର ତାଙ୍କୁ ଦିଲ୍ଲୀପ ତିରିକ ସାର ଦେଇଛନ୍ତି ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ । ସେ ହିନ୍ଦୀ ଇଣ୍ଡଷ୍ଟ୍ରୀରେ ଯାହାକୁ ଅଧିକ ଭଲ ପାଆନ୍ତି ଗୀତଟିକୁ ସେହି ସାର ପ୍ରୀତମ ଚକ୍ରବର୍ତ୍ତୀ ଲେଖିଛନ୍ତି । ଏଣୁ ସେ ବହୁତ ଖୁସି ଅଛନ୍ତି । ଫ୍ଲାଇଟ ଆସିବା ଯିବା ଯାତ୍ରା ଟି ବହୁତ ଭଲ ଥିଲା ।

ଘରେ ଯେମିତି ଭାଇ, ଭଉଣୀ, ବାପା, ମା’ ସବୁ ଏକ ପରିବାର ଭଳି ରହିଥାନ୍ତି ବାହାରକୁ ଯାଇ ସେଠାରେ ମଧ୍ୟ ସମସ୍ତଙ୍କ ସହିତ ଏକ ପରିବାର ଭଳି ଲାଗିଲା ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । ଦ୍ଵିତୀୟ ବର୍ଷ ହକି ୱାର୍ଲ୍ଡକପ ରେ ଜଣେ ଓଡିଆ ଝିଅର ଗୀତ ରହିବାକୁ ଯାଉଛି ଏହାକୁ ନେଇ ସେ ବହୁତ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଯୁବତୀ । ଯୁବତୀ ଜଣଙ୍କୁ ଏତେ ବଡ ଗୋଟିଏ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି ।

ସେ ମୁମ୍ବାଇରେ ଯାଇ ଗୀତ ଗାଇ ଆସିଛନ୍ତି । ଗୀତରେ ସବୁ ଭାଷାର ପ୍ରୟୋଗ ହୋଇଛି ଏବଂ ଓଡିଆ ପାର୍ଟଟିକୁ ଗାଇଛନ୍ତି ଏହି ଓଡିଆ ଯୁବତୀ । ଆଗକୁ ସେ ଏହିଭଳି ସୁଯୋଗ ମିଳିଲେ ନିଜ ସ୍ଵପ୍ନ କୁ ସାକାର କରିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *