ଅସଲ ଜୀବନରେ ରାମଭକ୍ତିରେ ଲୀନ ରୁହନ୍ତି ଟିଭିର ରାବଣ, ରାବଣ ନୁହେଁ କରିବାକୁ ଚାହୁଁଥିଲେ ରାମାୟଣରେ ଏହି ରୋଲ

ପୁଣିଥରେ ଦୂରଦର୍ଶନରେ ରାମାୟଣର ପ୍ରସାରଣ ପରେ ପୁରା ଦେଶ ଆନନ୍ଦିତ ଅଛି । ଲୋକମାନେ ଏହି ଶୋକୁ ନେଇ ବହୁତ ଉତ୍ସାହିତ ବି ଅଛନ୍ତି । କହିବାକୁ ଗଲେ ରାମାୟଣରେ ରାମ, ସୀତା ଓ ଲକ୍ଷ୍ମଣଙ୍କ ଛଡା ଯେଉଁ ଚରିତ୍ର ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥିଲା ସେ ହେଉଛି ରାବଣ । ଶୋରେ ରାବଣର ଅଭିନୟ ଠାରୁ ନେଇ ଡାଇଲଗ କହିବା ଓ ହସିବା ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଆପଣଙ୍କୁ କହିଦେଉଛୁ କି ‘ରାମାୟଣ’ରେ ରାବଣ ରାମଙ୍କ ବିରୁଦ୍ଧରେ ଥିଲେ କିନ୍ତୁ ଅସଲ ଜୀବନରେ ସେ ରାମଭକ୍ତ ଅଟନ୍ତି ।

ରାମାୟଣରେ ରାବଣର ଅଭିନୟ ଅରବିନ୍ଦ ତ୍ରିବେଦୀ କରିଥିଲେ । ଅରବିନ୍ଦ ତ୍ରିବେଦୀ ବର୍ତ୍ତମାନ ୮୨ ବର୍ଷର ହୋଇ ଯାଇଛନ୍ତି ଓ ଆଜି ପର୍ଯ୍ୟନ୍ତ ସେ ନିଜକୁ ରାମ ନାମରେ ହିଁ ଲୀନ ରଖିଛନ୍ତି । ରାମାୟଣର ପୁଣିଥରେ ପ୍ରସାରଣ ହେବା ପରେ ଅରବିନ୍ଦ ତ୍ରିବେଦୀ ବହୁତ ଖୁସି ଅଛନ୍ତି ଓ ସେ ବି ଅନ୍ୟ ଦର୍ଶକମାନଙ୍କ ଭଳି ସବୁଦିନ ରାମାୟଣ ଦେଖୁଛନ୍ତି । ଏହା ମଧ୍ୟରେ ସେ କେତେ ଥର ଭାବୁକ ବି ହୋଇ ଯାଇଛନ୍ତି ।

ଏହା ସହିତ ବର୍ତ୍ତମାନ ସମୟରେ ରାମାୟଣର ପ୍ରସାରଣ ମଧ୍ୟରେ ଅରବିନ୍ଦ ତ୍ରିବେଦୀଙ୍କ କେତେକ ଭିଡିଓ ବି ଭାଇରାଲ ହେଉଛି । ଅରବିନ୍ଦ ତ୍ରିବେଦୀଙ୍କୁ ରାବଣର ରୋଲରେ ଲୋକମାନେ ବହୁତ ପସନ୍ଦ ବି କରୁଥିଲେ ଓ କରୁଛନ୍ତି ମଧ୍ୟ । କିନ୍ତୁ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ସେ ରାମାୟଣରେ ରାବଣର ନୁହେଁ ଅଥବା ନାଉରିର ରୋଲ କରିବାକୁ ଚାହୁଁଥିଲେ । ଏହା ବିଷୟରେ ଅରବିନ୍ଦ ତ୍ରିବେଦୀ ନିଜର ଏକ ଇଣ୍ଟରଭିୟୁରେ ବି କହିଥିଲେ ।

ଅରବିନ୍ଦ ତ୍ରିବେଦୀ ଇଣ୍ଟରଭିୟୁରେ କହିଲେ କି – ଏହି ସିରିୟଲରେ ମୋର ଇଚ୍ଛା ନାଉରିର ରୋଲ କରିବାର ଥିଲା । ଏଥିପାଇଁ ମୁଁ ରମାନନ୍ଦ ସାଗରଙ୍କୁ ଅନୁରୋଧ ବି କରିଥିଲି । ସେ ଏଥିରେ ସହମତ ନ ଥିଲେ । ସେ ମୋତେ ସ୍କ୍ରିପ୍ଟ ପଢିବା ପାଇଁ କହିଲେ । ମୁଁ ସ୍କ୍ରିପ୍ଟ ପଢିଲି । ଏହା ପରେ କିଛି ସମୟ ପାଇଁ ସମସ୍ତେ ଶାନ୍ତ ହୋଇଗଲେ ।.

ଏହା ପରେ ଯେତେବେଳେ ମୁଁ ସ୍କ୍ରିପ୍ଟ ଦେଇ ଯିବାକୁ ବାହାରିଲି ତ ରମାନନ୍ଦ ସାଗର ମୋତେ ଅଟକାଇ କହିଲେ ତାଙ୍କୁ ତାଙ୍କର ଲଙ୍କେଶ ମିଳିଗଲା । ତାଙ୍କର ଏହି କଥାକୁ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏହା ଏଥିପାଇଁ କାରଣ ମୁଁ କୌଣସି ପ୍ରକାରର ଡାଇଲଗ ପଢି ନ ଥିଲି ।‘

ଅରବିନ୍ଦ ତ୍ରିବେଦୀ ଆଗକୁ କହିଲେ କି, ‘ଯେତେବେଳେ ମୁଁ ରମାନନ୍ଦ ସାଗରଙ୍କୁ କହିଲି କି ମୁଁ କୌଣସି ଡାଇଲଗ ତ ପଢି ନାହିଁ । ଜବାବରେ ସେ କହିଲେ – ‘ସେ ମୋର ଚାଲି ଚଳଣି ଦେଖି ବୁଝିଯାଇଥିଲେ କି ସେ ହିଁ ତାଙ୍କର ରବଣ ଅଟନ୍ତି । ତାଙ୍କୁ ରାମାୟଣ ପାଇଁ ଏମିତି ରାବଣ ଦରକାର ଯାହାର ବୁଦ୍ଧି – ବଳ ଓ ମୁହଁରେ ଏକ ପ୍ରକାରର ଚମକ ଥିବ ।‘ ଆଶା କରୁଛ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *