ହରବଜନ ସିଂହ ଏମିତି ଫଟୋ ଛାଡି ସବୁ ଇଣ୍ଡିଆ କ୍ରିକେଟରଙ୍କୁ ପଚାରିଲେ ଗଜବ ପହେଲି, କୁହ ଇଏ ତିନୋଟି ନା ଚାରୋଟି

ବିଶ୍ଵ ସାରା କରୋନା ଭାଇରସ କାରଣରୁ ଭାରତରେ ୨୧ ଦିନ ଲକଡାଉନ ଜାରି ଅଛି ଓ ଦେଶର ସମସ୍ତେ ବର୍ତ୍ତମାନ ନିଜ ନିଜ ଘରେ ଅଛନ୍ତି । କିନ୍ତୁ ସାମାଜିକ ଦୂରତାକୁ ରକ୍ଷା କରି ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆର ସାହାର ନେଇଛନ୍ତି । ସମସ୍ତେ ନିଜର ସୋସିଆଲ ମିଡିଆ ମାଧ୍ୟମରେ ନିଜର ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା କରୁଛନ୍ତି । ବର୍ତ୍ତମାନ ସମୟରେ ସେଲିବ୍ରିଟି ଫ୍ୟାନମାନଙ୍କ ସହିତ ଓ ନିଜର ବନ୍ଧୁଙ୍କ ସହିତ ଟ୍ଵିଟର, ଇଂସ୍ଟାଗ୍ରାମ ଓ ଫେସବୁକ ଭଳି ସୋସିଆଲ ମିଡିଆ ୱେବସାଇଟରେ ମନୋରଞ୍ଜନ କରୁଛନ୍ତି । ଟିମ ଇଣ୍ଡିଆର ସିନିୟର ଷ୍ଟାର ଓ ଅଫ ସ୍ପିନର ହରଭଜନ ସିଂହ ବି ଏଥିରେ ସାମିଲ ହୋଇ ଯାଇଛନ୍ତି ।

ସ୍ପିନର ହରଭଜନ ସିଂହ ଶନିବାର ସନ୍ଧ୍ୟା ସମୟରେ ଟ୍ଵିଟରରେ ପୁଣି ଥରେ ମସ୍ତି କରୁଥିବାର ନଜର ଆସୁଛନ୍ତି । ସେ ଟିମ ଇଣ୍ଡିଆର କେତେକ ଖେଳାଳିଙ୍କୁ ଟ୍ୟାଗ କରି ଏକ ଫଟୋ ପୋସ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ପହେଲି ପଚାରିଛନ୍ତି । ହରଭଜନ ସିଂହ ଫଟୋ ପୋସ୍ଟ କରି ଯେଉଁ ପ୍ରଶ୍ନ କରିଛନ୍ତି ତାହା ବହୁତ ଅଜବ ପ୍ରଶ୍ନ ଅଟେ ।

ଫଟୋରେ କାଠର ତିନୋଟି କିମ୍ବା ଚାରୋଟି କଲମ (ସ୍ତମ୍ଭ) ଅଛି, ଯାହା ଏକ ସାଇଡରୁ ଦେଖିବା ଦ୍ଵାରା ତିନୋଟି ଓ ଦ୍ଵିତୀୟ ସାଇଟରୁ ଚାରୋଟି ଲାଗୁଛି । ଏହି ଫଟୋକୁ ପୋସ୍ଟ କରି ହରଭଜନ ସିଂହ ସଚିନ ତେନ୍ଦୁଲକରଙ୍କ ସହିତ ଟିମ ଇଣ୍ଡିଆର ଅନ୍ୟ କେତେକ ପୂର୍ବ ଓ ବର୍ତ୍ତମାନ ଖେଳାଳିମାନଙ୍କୁ ପ୍ରଶ୍ନ କରିଛନ୍ତି କି, ଅନୁମାନ କରନ୍ତୁ ତିନୋଟି ନା ଚାରୋଟି?

ହରଭଜନ ସିଂହ ସଚିନଙ୍କ ଛଡା କ୍ୟାପଟେନ ବିରାଟ କୋହଲି, ଭିଭିଏସ ଲକ୍ଷ୍ମଣ, ଜାହିର ଖାନ, ୟୁବରାଜ ସିଂହ, ରୋହିତ ଶର୍ମା, ବିରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର ଛଡା ନିଜର ପତ୍ନୀ ଗୀତା ବସରା ଓ ନିଜର କମେଂଟେଂଟର ବନ୍ଧୁ ଜତିନ ସପୃଙ୍କୁ ବି ଏହି ପ୍ରଶ୍ନର ଜବାବ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *