ମହାମାରୀର ଭୟ, ୫୦୦ କିମି ପାଦରେ ଚାଲି ଗାଁରେ ପହଞ୍ଚିଲେ ମଜୁରିଆ, କିନ୍ତୁ ପ୍ରବେଶ ମିଳିଲା ନାହିଁ, ଏବେ ଏମିତି

ଭୋପାଳରୁ ୭୦ ଜଣ ମଜୁରିଆ ରାତି ଦିନ ପାଦରେ ଚାଲି ଚାଲି କିଛି ଦିନରେ ଗୋହପାରୁ ର ପଲସବ ସ୍ଥିତ ନିଜ ଗାଁ ରେ ପହଞ୍ଚିଲେ କିନ୍ତୁ ସେଠାରେ ତାଙ୍କର ନିଜ ଗାଁ ଲୋକ କରୋନାର ଆତଙ୍କ କାରଣରୁ ପ୍ରବେଶ କରିବାକୁ ଦେଲେ ନାହିଁ । ଏହା ଦ୍ଵାରା ସବୁ ମଜୁରିଆ ରାତି ସାରା ଗାଁ ବାହାରେ ବସି ରହିଲେ । ଭୋପା ର ଅଶୋକନଗରରୁ ୭୦ ଜଣ ମଜୁରିଆ ରବିବାର ଦିନ ରାତିରେ ୫୦୦କିମି ଦୂର ପାଦରେ ଚାଲି ଗୋହପୁର ର ପଲସବ ଗାଁ ରେ ପହଞ୍ଚିଲେ କିନ୍ତୁ ଗାଁ ଲୋକମାନେ ସେମାନଙ୍କୁ ଗାଁ ରେ ପସିବାକୁ ଦେଲେ ନାହିଁ । ଗାଁ ଲୋକ ମଜୁରିଆ ମାନଙ୍କୁ କହିଲେ କି ପ୍ରଥମେ କରୋନାର ପରୀକ୍ଷା କର ତାପରେ ଗାଁରେ ପଶିବ ।

Image Courtesy: Google

ମଜୁରିଆ ମାନେ ପରୀକ୍ଷା କରିବା ପାଇଁ ରାଜି ନଥିଲେ । ସେହି ମଜୁରିଆ ମାନେ ସକାଳ ପର୍ଯ୍ୟନ୍ତ ଗାଁ ବାହାରେ ବସି ରହିଲେ । ପ୍ରଶାସନକୁ ଖବର ମିଳିବା ପରେ ସେମାନଙ୍କର ଟିମ ଗାଁରେ ପହଞ୍ଚିଲେ । ଏହାପରେ ପ୍ରଶାସନ ଗାଁରେ ପଞ୍ଚାଯତ ଡକାଇଲେ ଏବଂ ସବୁ ମଜୁରିଆମାନଙ୍କର ପଞ୍ଚାୟତରେ ସ୍କ୍ରିନିଙ୍ଗ କରାଇଲେ । ତାହା ପରେ ଗାଁ ଲୋକମାନେ ମଜୁରିଆମାନଙ୍କୁ ଗାଁ ରେ ପ୍ରବେଶ କରିବାକୁ ଦେଲେ ।

Leave a Reply

Your email address will not be published. Required fields are marked *