ଏଠି ଗର୍ଭବତୀ ହେବା ପରେ ମହିଳାମାନେ କରିଥାନ୍ତି ବିବାହ, ଜାଣନ୍ତୁ କେଉଁଠି

କହିବାକୁ ଗଲେ ପୁରା ବିଶ୍ଵରେ ବହୁତ ଦେଶ ଅଛି ଓ ସେଠିକାର ନୀତି ନିୟମ ଓ ପରମ୍ପରା ଅନ୍ୟ ସମସ୍ତ ଦେଶ ଠାରୁ ବି ଭିନ୍ନ ହୋଇଥାଏ । ଏହା ଛଡା ଏମିତି ବହୁତ ଜନଜାତି ବି ଅଛନ୍ତି ଯେଉଁଠିକାର ପରମ୍ପରା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିର ଏହି ମର୍ଡନ ସମାଜରେ ଏମିତି ବହୁତ ଅଜବ ଗଜବ ପରମ୍ପରା ଅଛି ଯାହା ନିଜ ମଧ୍ୟରେ ହିଁ ବହୁତ ଅଦ୍ଭୁତ ଓ ଚକିତ କରି ଦେବା ଭଳି ଅଟେ ।

ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏକ ଏମିତି ପରମ୍ପରା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ଚକିତ ହୋଇଯିବେ ଓ ଏହି ପରମ୍ପରା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ କି ଦେଖି ନ ଥିବେ । କଣ ଆପଣ ଏମିତି ପରମ୍ପରା ଦେଖିଛନ୍ତି କି ଶୁଣିଛନ୍ତି, ଯେଉଁଠି ବିବାହ ପୂର୍ବରୁ ଝିଅକୁ ମା ହେବାକୁ ପଡିଥାଏ । କହିବାକୁ ଗଲେ ଏହି ପରମ୍ପରା ପଶ୍ଚିମବଙ୍ଗର ଜଲପାଈଗୁଡ଼ୀ ଜିଲ୍ଲାର ଏକ ଛୋଟ ଅଞ୍ଚଳ ଟୋଟୋପଡାର ଅଟେ ।

ଏଠି ବିବାହ ପୂର୍ବରୁ ଝିଅକୁ ମା ହେବାକୁ ପଡିଥାଏ । ଆପଣଙ୍କୁ କହିଦେଉଛୁ କି ଏହି ଅଞ୍ଚଳରେ ଟୋଟୋ ନାମକ ଏକ ଜନଜାତି ବହୁତ ସମୟ ହେବ ବାସ କରୁଛନ୍ତି, ଯାହାର ନିୟମ ଆଇନ ଓ ପରମ୍ପରା ସବୁ ବହୁତ ଅଲଗା ଅଟେ । ଏହି ଜନଜାତିର ଏକ ପରମ୍ପରା ଅନୁସାରେ ପ୍ରଥମେ ପୁଅ ନିଜ ପସନ୍ଦର ଏକ ଝିଅକୁ ବାଛି ଥାଏ । ଏହା ପରେ ପୁଅ ସେହି ଝିଅକୁ ନିଜ ସହିତ ନେଇ ଫେରାର ହୋଇଯାଏ ଓ ଏହା ପରେ ତାହା ସହିତ ସମ୍ବନ୍ଧ ବନାଇ ଥାଏ ।

ଯେତେବେଳେ ଝିଅ ଗର୍ଭ ଧାରଣ କରିନିଏ, ତେବେ ସେହି ଝିଅକୁ ବିବାହ ଯୋଗ୍ୟ କୁହାଯାଏ । ଝିଅ ଗର୍ଭବତୀ ହେବା ପରେ ଝିଅ ଘର ଓ ପୁଅ ଘର ଲୋକମାନେ ଦୁଇ ଜଣଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ବାହାଘର ଦୁଇ ପରିବାରର ସହମତି ଦ୍ଵାରା ହିଁ ହୋଇଥାଏ ।

ଏହି ଜନଜାତିରେ ଏହିଭଳି ବିବାହ କରିବାର ପରମ୍ପରା ଛଡା ଅନ୍ୟ ଏକ ଅଦ୍ଭୁତ ପରମ୍ପରା ଅଛି । ଏଠି ଯଦି ଆପଣ ଛାଡପତ୍ର ଚାହୁଁଛନ୍ତି ତେବେ ଏଥିପାଇଁ ବି ଏକ ଖାସ ନିୟମକୁ ପାଳନ କରିବା ଦରକାର । ଉପରୋକ୍ତ ନିୟମ ଦ୍ଵାରା ବିବାହ କରିବା ପରେ ଯଦି କୌଣସି ଝିଅ କୌଣସି ପୁଅକୁ ଛାଡପତ୍ର ଦେବାକୁ ଚାହୁଁଛି କିମ୍ବା ଅଲଗା ହେବାକୁ ଚାହୁଁଛି ତେବେ ତାକୁ ଏକ ବିଶେଷ ପୂଜା କରିବାକୁ ହେବ । ଯାହାର ଖର୍ଚ୍ଚ ବି ବହୁତ ଅଟେ । କହିବାକୁ ଗଲେ ଏହିଭଳି ପରମ୍ପରା ବହୁତ ଦୁର୍ଲଭ ଓ ଅଜବ ଅଟେ । କିନ୍ତୁ ଏଠିକାର ଲୋକମାନେ ଆଜି ପର୍ଯ୍ୟନ୍ତ ଏହି ପରମ୍ପରାକୁ ପାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *