୧୩ ଏପ୍ରିଲ ହନୁମାନ ଜୟନ୍ତୀ, ହନୁମାନଙ୍କ କୃପା ପାଇବା ପାଇଁ ଏହି ଦିନ ଏମିତି କରନ୍ତୁ ପୂଜା

ମହାବଳୀ ହନୁମାନଙ୍କୁ ଭଗବାନ ଶ୍ରୀରାମଙ୍କର ପରମ ଭକ୍ତ ବୋଲି କୁହାଯାଏ । ଏମିତି କୁହାଯାଏ କି ହନୁମାନଙ୍କ କୃପାରୁ ମଣିଷର ସବୁ ସଙ୍କଟ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ସଙ୍କଟ ମୋଚନ ବଜରଙ୍ଗବଲିଙ୍କର ପୂଜା ଆରାଧନା କରିଥାଏ ତା ଉପରେ ସବୁବେଳେ ହନୁମାନଙ୍କର କୃପା ଦୃଷ୍ଟି ରହିଥାଏ । ଆପଣଙ୍କୁ ଜଣାଇ ଦେଉଛୁ କି ଭଗବାନ ରାମଙ୍କର ପରମ ଭକ୍ତ ହନୁମାନଙ୍କର ଜନ୍ମଉତ୍ସବ କିଛି ଦିନ ପରେ ଆସିବାକୁ ଯାଉଛି । ୧୩ ଏପ୍ରିଲ ୨୦୨୦ ସୋମବାର ଦିନ ହନୁମାନଙ୍କର ଜନ୍ମଉତ୍ସବ ପାଳନ କରାଯିବ,  ଏହି ଦିନ ହନୁମାନଙ୍କର ବିଧି ବିଧାନ ପୂର୍ବକ ପୂଜା ହୋଇଥାଏ ।

ଯଦି ଆପଣ ବି ହନୁମାନଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଏହି ଶୁଭ ଦିନରେ ଆପଣ ତାଙ୍କର ବିଧି ପୂର୍ବକ ପୂଜା କରନ୍ତୁ ଓ ଯଦି ଏହି ଦିନ ଆପଣ ପୂଜା କରିବେ ତାହେଲେ ଆପଣଙ୍କ ଉପରେ ହନୁମାନଙ୍କର କୃପା ବର୍ଷିବ ।

ହନୁମାନ ଜନ୍ମଉତ୍ସବ ପୂଜା ସାମଗ୍ରୀ

ହନୁମାନଙ୍କ ଜନ୍ମଉତ୍ସବ ଦିନ ତାଙ୍କର ପୂଜା କରିବା ପୂର୍ବରୁ ଆବଶ୍ୟକ ସାମଗ୍ରୀକୁ ଏକତ୍ରିତ କରିବା ବହୁତ ଜରୁରୀ ହୋଇଥାଏ । ଆପଣ ସିନ୍ଦୁର ,କେଶର ଯୁକ୍ତ ଚନ୍ଦନ, ଅଗରବତୀ, ଧୂପ, ଦୀପ ପାଇଁ ଶୁଦ୍ଧ ଦେଶୀ ଘିଅ, ସୋରିଷ ତେଲ ବା ରାଶି ତେଲର ଉପଯୋଗ କରନ୍ତୁ । ଏହାଛଡା ଆପଣ ହନୁମାନଙ୍କୁ ଗୋଲାପ, ସୂର୍ଯ୍ୟମୁଖି, କନିଅର ଫୁଲ ଅର୍ପଣ କରନ୍ତୁ ଏବଂ ଆପଣ ଚାହିଁଲେ ଆପଣଙ୍କ ମନପସନ୍ଦର ଫୁଲକୁ ବି ଅର୍ପଣ କରି ପାରନ୍ତି ।

ହନୁମାନ ଜନ୍ମଉତ୍ସବର ପୂଜା ବିଧି

ହନୁମାନଙ୍କ ଜନ୍ମଉତ୍ସବ ଦିନ ଆପଣ ସକାଳୁ ଜଲ୍ଦି ଉଠି ସ୍ନାନ କରନ୍ତୁ ,ଏହାପରେ ଆପଣ ଆପଣଙ୍କ ଘରର ପୂଜା ଜାଗାରେ ଦୀପ ଜଳାନ୍ତୁ । ଆପଣ ଚେଷ୍ଟା କରନ୍ତୁ କି ଏହି ଦିନରେ ଆପଣ ହନୁମାନଙ୍କ ପାଖରେ ଘିଅର ଅଖଣ୍ଡ ଦୀପ ଜଳାଇବା ପାଇଁ । କିନ୍ତୁ ଏହି ସବୁ କାର୍ଯ୍ୟ ପୂର୍ବରୁ ଆପଣ ଆପଣଙ୍କ ଘରକୁ ଭଲ ଭାବରେ ସଫା କରନ୍ତୁ । ଏହାପରେ ହନୁମାନଙ୍କର ମୂର୍ତି ଓ ସବୁ ଦେବୀ ଦେବତାଙ୍କର ମୂର୍ତିକୁ ସ୍ନାନ କରାଇବା ପରେ ହନୁମାନଙ୍କୁ ନୂଆ ବସ୍ତ୍ର ଅର୍ପଣ କରନ୍ତୁ । ଏହାପରେ ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବାକୁ ହେବ ।

ଆମେ ସମସ୍ତେ ଜାଣିଛେ କି ହନୁମାନ ରାମଙ୍କର ପରମ ଭକ୍ତ ଅଟନ୍ତି,ଏଥିପାଇଁ ଆପଣ ଏହି ଦିନ ଭଗବାନ ରାମ ଓ ମାତା ସୀତାଙ୍କର ଧ୍ୟାନ କରନ୍ତୁ ଏବଂ ସିୟା ରାମ ଜୟ ରାମ ଜୟ ଜୟ ରାମ ର ଜପ କରନ୍ତୁ । ଏହି ଦିନ ବ୍ରହ୍ମାଚର୍ଯ୍ୟ ପାଳନ କରିବା ବହୁତ ଜରୁରୀ ହୋଇଥାଏ । ଏହା ପରେ ଆପଣ ହନୁମାନଙ୍କର ଆଳତି କରନ୍ତୁ ଓ ଏହି ଦିନ ସୁନ୍ଦରାକାଣ୍ଡ ପାଠ କରିବା ବହୁତ ଲାଭକାରୀ ବୋଲି କୁହାଯାଏ ।

ଆପଣ ନିଜ ଇଛା ଅନୁସାରେ ହନୁମାନଙ୍କୁ ଭୋଗ ଲଗାଇ ପାରିବେ । ଯଦି ଆପଣ ଏହି ଦିନ ହନୁମାନଙ୍କୁ ବିଧି ପୂର୍ବକ ପୂଜା କରିବେ ତାହେଲେ ଆପଣଙ୍କ ଉପରେ ହନୁମାନଙ୍କର କୃପା ଦୃଷ୍ଟି ରହିବ ଓ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଆପଣଙ୍କୁ ପୋସ୍ଟଟି ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *