ଇମ୍ୟୁନିଟି ବଢାନ୍ତୁ, କରୋନାକୁ ଦୂର କରନ୍ତୁ, ଜାଣନ୍ତୁ କଣ କୁହନ୍ତି ଏକ୍ସପର୍ଟ୍ସ

ବର୍ତ୍ତମାନ ସମୟରେ ପୁରା ବିଶ୍ଵକୁ କରୋନା ଭାଇରସ ଧୀରେ ଧୀରେ ନିଜ ଅଧୀନରେ ନେଇ ସାରିଛି । ଏମିତିରେ ଏହି ପ୍ରକୋପରୁ ବଞ୍ଚିବା ପାଇଁ ପୁଣିଥରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମାନେ ଇମ୍ୟୁନିଟି ଶକ୍ତି ବଢାଇବା ଉପରେ କଥାବାର୍ତ୍ତା ଚାଲିଛି । ବିଶେଷଜ୍ଞମାନଙ୍କ ଅନୁସାରେ, ଯେଉଁ ମହିଳା ଓ ପୁରୁଷଙ୍କର ରୋଗ ପ୍ରତିରୋଧକ ଶକ୍ତି ଭଲ ଥିବ, ସେମାନଙ୍କ ଉପରେ କରୋନା ଭାଇରସ କାମ କରିବ ନାହିଁ ।

କିଂଗ ଜର୍ଜ ମେଡିକାଲ ବିଶ୍ଵବିଦ୍ୟାଳୟର ପ୍ରଫେସର ଡା. ସୁଜାତା ଦେବ କହିଲେ କି, ‘ପ୍ରକୃତି ସମସ୍ତ ଜୀବିତ ଶରୀରରେ ଏକ ଏମିତି ବ୍ୟବସ୍ଥା ରଖିଛନ୍ତି, ଯାହା ତାକୁ କ୍ଷତିକାରକ ଜୀବାଣୁ ଓ ମାଇକ୍ରୋବ୍ସ ଇତ୍ୟାଦିରୁ ବଞ୍ଚାଇ ଥାଏ । ଏହାକୁ ହିଁ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର କୁହାଯାଏ । ଯେତେବେଳେ ବାହାର ଜୀବାଣୁ ତୁଳନାରେ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମଜୋର ପଡିଯାଏ ତେବେ ଆମ ଶରୀରରେ ଏହାର ପ୍ରଭାବରେ ଥଣ୍ଡା, ଜର, କାଶ ଇତ୍ୟାଦି ରୂପରେ ସର୍ବ ପ୍ରଥମେ ଦେଖାଯାଇଥାଏ ।

ରୋଗ ପ୍ରତିରୋଧକ ଶକ୍ତିକୁ ମଝବୁତ କରିବା ପାଇଁ ଥଣ୍ଡା ଦିନ ସବୁଠୁ ଭଲ ହୋଇଥାଏ ।‘ ସେ ଆଗକୁ କହିଲେ କି, ‘ଆହାରରେ ଆଣ୍ଟିଅକ୍ସିଡେଂଟ ପର୍ଯ୍ୟାପ୍ତ ମାତ୍ରାରେ ରହିବା ଉଚିତ । ଆଣ୍ଟିଅକ୍ସିଡେଂଟ ଖରାପ କୋଶିକାକୁ ସୁସ୍ଥ କରିଥାଏ ଓ ଆମର ସ୍ୱାସ୍ଥ୍ୟକୁ ଭଲ କରିଥାଏ । ଭିଟାମିନ ତଥା ଜିଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ମଝବୁତ କରିବା ପାଇଁ ସବୁଠୁ ଅଧିକ ଜରୁରୀ ଅଟେ । ସବୁଜ ପନିପରିବା ତଥା ଫଳ ବିଶେଷ ରୂପରେ ସେବନ କରିବା ଉଚିତ ।

ବହୁତ ମାତ୍ରାରେ ଶୁଅନ୍ତୁ ଓ ଚିନ୍ତାମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ସୂର୍ଯ୍ୟଙ୍କ ଆଲୋକରେ ସକାଳେ ତେଲ ମାଲିସ କରିବା ଦ୍ଵାରା ବି ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଭିଟାମିନ D ରୋଗ ପ୍ରତିରୋଧକ ପାଇଁ ମହତ୍ଵପୂର୍ଣ୍ଣ କାରକ ଅଟେ । ସମସ୍ତ ଖଟା ଫଳ ଇମ୍ୟୁନିଟି ବଢାଇବାର କାମ କରିଥାଏ । ପନିପରିବାର ସୁପ ପିଇବା ଦ୍ଵାରା ଇମ୍ୟୁନିଟି ଶକ୍ତି ବଢିଥାଏ । ଥଣ୍ଡା, ଜରରେ ବି ଲାଭ ଦେଇଥାଏ ।

ଥଣ୍ଡା, ଜର, ଓ କାସ ଅଧିକ ଦିନ ପର୍ଯ୍ୟନ୍ତ ଯଦି ଲାଗି ରୁହେ ତେବେ ଏହାକୁ ସାମାନ୍ୟ ନ ଭାବି ଏହାର ଚିକିତ୍ସା କରାନ୍ତୁ । ଏହା ଛଡା ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ମଝବୁତ କରିବା ପାଇଁ ଯୋଗାସନ ଓ ପ୍ରାଣାୟାମ କରିବା ସବୁଠୁ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *