ଦେବପ୍ରୟାଗର ଏହି ଯୁବକ କରୋନା ପୀଡ଼ିତାଙ୍କ ପାଇଁ ହେଲେ ଦେବତା, ସେ ଯାହା କରୁଛନ୍ତି ତାହା ଆପଣ ଚିନ୍ତା ବି କରି ପାରିବେ ନାହିଁ

କରୋନା ଭାଇରସ ପୁରା ଦୁନିଆରେ ନିଜର କାୟା ବିସ୍ତାର କରିସାରିଛି । ଏଥିପାଇଁ ଭାରତର ସମସ୍ତ ରାଜ୍ୟ ଲକଡାଉନର ପାଳନ କରୁଛନ୍ତି । ଏହା ମଧ୍ୟରେ ଉତ୍ତରାଖଣ୍ଡ ରାଜ୍ୟର ଦେବପ୍ରୟାଗରେ ରହୁଥିବା ୩୨ ବର୍ଷର ଏକ ଯୁବକ ଲୋକମାନଙ୍କ ପାଇଁ ଭଗବାନ ହୋଇ ଆସିଛନ୍ତି । କହିବାକୁ ଗଲେ ଲୋକମାନଙ୍କୁ ସମସ୍ୟାରେ ଦେଖି ସେ ନିଜର କାରକୁ ଆମ୍ବୁଲେନ୍ସ କରି ଦେଇଛନ୍ତି । ମାତ୍ର ସାତ ଦିନ ମଧ୍ୟରେ ସେ ୨୨ ଜଣ ଲୋକମାନଙ୍କ ଜୀବନ ବଞ୍ଚାଇ ସାରିଛନ୍ତି । ଏହା କହିଥାଏ କି ମଣିଷତ୍ଵ ଠାରୁ ବଡ ଧର୍ମ ଅନ୍ୟ କିଛି ନୁହେଁ ।

ଲକଡାଉନ ସମୟରେ ଲୋକମାନଙ୍କ ପାଇଁ ସମର୍ପିତ ଏହି ଯୁବକର ନାମ ଗଣେଶ ଭଟ୍ଟ ଅଟେ । ନିଜର କାରକୁ ଆମ୍ବୁଲାନ୍ସ ରୂପରେ ପ୍ରୟୋଗ କରିବାର ବିଚାର ଗଣେଶଙ୍କ ମୁଣ୍ଡରେ ସେହି ସମୟରେ ଆସିଲା, ଯେତେବେଳେ ତାଙ୍କୁ ଜଣା ପଡିଲା କି ତାଙ୍କ ଅଞ୍ଚଳର ଡ୍ରାଇଭର କରୋନା ଭାଇରସର ଭୟ କାରଣରୁ ରୋଗୀମାନଙ୍କୁ ହସ୍ପିଟାଲ ନେଇ ଯିବା ପାଇଁ ଡରୁଛନ୍ତି ।

କହିବାକୁ ଗଲେ ତାଙ୍କ ଭିତରେ ଏହି ଭୟ ବସି ଯାଇଥିଲା କି କରୋନା ରୋଗୀଙ୍କୁ ହସ୍ପିଟାଲ ନେଇଯିବେ ତ ତାଙ୍କୁ ବି ଏହି ଭାଇରସ ସଂକ୍ରମିତ ହୋଇପାରେ । ଏହା ପରେ ଭଟ୍ଟ ନିଜ ନମ୍ବରକୁ 9410530387 ସାର୍ବଜନିକ କରିଦେଲେ । ଯେଉଁଥିରେ ସମସ୍ତେ ଫୋନ କରି ସାହାର୍ଯ୍ୟ ନେଇ ପାରିବ । ଜଲ୍ଦି ହିଁ ଭଟ୍ଟଙ୍କ ପାଖକୁ ଫୋନ ଆସିବାକୁ ଲାଗିଲା ଓ ସେ ନିଜର କାରକୁ ଆମ୍ବୁଲାନ୍ସ ଭଳି ବ୍ୟବହାର କରିବାକୁ ଆରମ୍ଭ କରିଦେଲେ ।

ଦ ନିଉ ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ, ଗତ ୭ ଦିନରେ ଭଟ୍ଟ ଦୁଇ ଗର୍ଭବତୀ ମହିଳାମାନଙ୍କ ସହିତ ପାଖାପାଖି ୨୪ ଜଣ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି । ଏହି ସମସ୍ତ ଲୋକଙ୍କୁ ତତ୍କାଳ ଚିକିତ୍ସା ଦରକାର ଥିଲା । କଠିନ ସମୟରେ ଗଣେଶ ଭଟ୍ଟ ଯେଉଁଭଳି ଭାବରେ ନିସ୍ଵାର୍ଥ ରୂପରେ ଲୋକମାନଙ୍କୁ ସାହାର୍ଯ୍ୟ କରୁଛନ୍ତି, ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ ଅଟେ । ଆଶା କରୁଛୁ କି ଆପଣଙ୍କୁ ନିଶ୍ଚୟ ଏଥିରୁ କିଛି ପ୍ରେରଣା ମିଳିବ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେୟାର କରି ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କ ପାଖରେ ଦେଶ ଦୁନିଆରା ସାବି ଟିକିନିକି ଖବର ପହଞ୍ଚାଇ ପାରିବୁ ।

Leave a Reply

Your email address will not be published. Required fields are marked *