କାଲି (ଏପ୍ରିଲ ୧୪) ହନୁମାନ ଜୟନ୍ତୀ ଓ ପଣାସଂକ୍ରାନ୍ତି କରନ୍ତୁ ଏହି ୨ ଟି ସହଜ ରାମବାଣ ଉପାୟ, ସବୁ ଦୁଃଖ କଷ୍ଟ ରୁ ମିଳିବ ମୁକ୍ତି- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆସନ୍ତା କାଲି ହେଉଛି ପବିତ୍ର ପର୍ବ ପଣା ସଂକ୍ରାନ୍ତି । ଏହି ପର୍ବ ଓଡ଼ିଶା ବାସୀ ଙ୍କ ମୁଖ୍ୟ ପର୍ବ ଅଟେ । ପଣା ସଂକ୍ରାନ୍ତି ଅଥବା ବିଷୁବ ସଂକ୍ରାନ୍ତି କୁ ଲୋକମାନେ ଖୁବ ଧୁମଧାମ ରେ ପାଳନ କରିଥାନ୍ତି । ଏହି ପର୍ବ ପ୍ରଭୁ ହନୁମାନ ଙ୍କ ପର୍ବ ଅଟେ । ଏହି ପର୍ବ ରେ ଘରେ ଘରେ ଲୋକମାନେ ପଣା ତିଆରି କରି ପିଇଥାନ୍ତି ଏବଂ ଉତ୍ସାହ ର ସହିତ ଏହି ପର୍ବ କୁ ପାଳନ କରିଥାନ୍ତି । ଏହି ପବିତ୍ର ପର୍ବ କୁ ଉତ୍ତର ଓଡ଼ିଶା ରେ ମଧ୍ୟ ଲୋକମାନେ ପାଳନ କରାଯାଇଥାଏ । ଏହି ପର୍ବ ଦିନ ପ୍ରଭୁ ହନୁମାନ ଙ୍କୁ ପୂଜା ଆରାଧନା କରାଯାଏ ଏବଂ ବଜରଙ୍ଗବଲୀ ଙ୍କୁ ଧୂପ ଦୀପ ପୁଷ୍ପ ଆଦି ଅର୍ପଣ କରାଯାଇଥାଏ ।

ଏହି ପର୍ବ ସାଧାରଣତଃ ପ୍ରତି ବର୍ଷ ଏପ୍ରିଲ ମାସ ୧୪ ତାରିଖ ରେ ପଡ଼ିଥାଏ । ଏହି ବର୍ଷ ମଧ୍ୟ ସେହି ଦିନ ରେ ପଡୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ଉପାୟ ସମ୍ବନ୍ଧରେ କହିବୁ ଯେଉଁ ଉପାୟ କୁ କରିବା ଦ୍ବାରା ପ୍ରଭୁ ବଜରଙ୍ଗବଲୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । ତେବେ ଆସନ୍ତୁ ସେହି ଦୁଇଟି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଉପାୟ ଟି ହେଉଛି, ଆପଣ ଆସନ୍ତା କାଲି ଅର୍ଥାତ ଏହି ପବିତ୍ର ପଣା ସଂକ୍ରାନ୍ତି ପର୍ବ ଦିନ ସକାଳୁ ଉଠି ସ୍ନାନ କରନ୍ତୁ । ସ୍ନାନ କରି ସାରିବା ପରେ ଆପଣ ଅନ୍ୟ କୌଣସି କାମ ନକରି ସିଧା ନିଜ ଠାକୁର ଘରେ ପ୍ରବେଶ କରନ୍ତୁ । ଏହାପରେ ପ୍ରଭୁ ହନୁମାନ ଙ୍କ ପାଖରେ ଏକ ତେଲ ର ଦୀପ ଜଳାଇ ଅର୍ପଣ କରନ୍ତୁ ଓ ପ୍ରଭୁ ଙ୍କ ଆରାଧନା କରନ୍ତୁ । ଏହାପରେ ଆପଣ ଦୁଇଟି ଧୂପକାଠି ନିଅନ୍ତୁ ଏବଂ ଜଳାଇ ବଜରଙ୍ଗବଲୀ ଙ୍କୁ ଅର୍ପଣ କରନ୍ତୁ । ପୂଜା କରିବା ପରେ ଆପଣ ପ୍ରଭୁ ଙ୍କ ହନୁମାନ ଚାଳିଶା ର ପାଠ କରନ୍ତୁ ।

ଶେଷରେ ଆପଣ ଯେଉଁ ଦୁଇଟି ଧୂପକାଠି ଜଳାଇ ଥିଲେ ସେହି ଧୂପକାଠି ସମ୍ପୂର୍ଣ୍ଣ ଜଳିବା ପରେ ତା’ର ପାଉଁଶ କୁ ଆପଣ ନିଜ ମଥା ଓ ବେକରେ ଲଗାଇ ଦିଅନ୍ତୁ । ଏହାପରେ ପ୍ରଭୁ ହନୁମାନ ଙ୍କୁ ଆପଣ ନିଜ ଜୀବନ ରେ ଥିବା ଧନ ସମ୍ବନ୍ଧୀୟ ଅଥବା ଯେ କୌଣସି ସମସ୍ୟା ସମ୍ବନ୍ଧରେ କୁହନ୍ତୁ । ଏପରି କରିବା ଦ୍ୱାରା ଆପଣ ଦେଖିବେ ଆପଣଙ୍କୁ ପ୍ରଭୁ ହନୁମାନ ଙ୍କ କୃପାଦୃଷ୍ଟି ଲାଭ ହେବ ଏବଂ ଆପଣଙ୍କ ଯେ କୌଣସି କାର୍ଯ୍ୟ ଅଟକି ଯାଇଛି ତାହା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ । ପ୍ରଭୁ ବଜରଙ୍ଗବଲୀ ଆପଣଙ୍କ ସମସ୍ତ ମନସ୍କାମନା କୁ ନିଶ୍ଚିତ ଭାବରେ ପୂରଣ କରିବେ ।

୨. ବନ୍ଧୁଗଣ ଦ୍ଵିତୀୟ ଉପାୟ ଟି ହେଉଛି, ଆପଣ ଆସନ୍ତା କାଲି ଏହି ପବିତ୍ର ପଣା ସଂକ୍ରାନ୍ତି ଦିନ ସକାଳୁ ଉଠି ଶୀଘ୍ର ସ୍ନାନ କରନ୍ତୁ । ଏହାପରେ ଏକ ଓସ୍ତ ଗଛ ପାଖକୁ ଯାଇ ଏକ ସୁନ୍ଦର ଓ ସତେଜ ଓସ୍ତ ପତ୍ର ତୋଳି ଆଣନ୍ତୁ । ଏହି ପତ୍ର କୁ ଆଣି ଆପଣ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାକୁ ଆଣି ନିଜ ଠାକୁର ଘରେ ପ୍ରବେଶ କରନ୍ତୁ । ଏହାପରେ ଆପଣ ଏହି ଓସ୍ତ ପତ୍ର ରେ ହଳଦୀ ଓ ସିନ୍ଦୁର ମିଶାଇ ଏକ ଲେପ ପ୍ରସ୍ତୁତ କରି ଏକ ଟଙ୍କିଆ ମୁଦ୍ରା ରେ ଓଁ ଅଙ୍କନ କରନ୍ତୁ ଏବଂ ସେହି ମୁଦ୍ରା କୁ ଓସ୍ତ ପତ୍ର ରେ ରଖି ପ୍ରଭୁ ହନୁମାନ ଙ୍କୁ ସମର୍ପଣ କରନ୍ତୁ ।

ଏହାପରେ ଆପଣ ସେହି ଓସ୍ତ ପତ୍ର ସହିତ ପ୍ରଭୁ ହନୁମାନ ଙ୍କ ଆଳତୀ କରନ୍ତୁ । ପ୍ରଭୁ ବଜରଙ୍ଗବଲୀ ଙ୍କ ଆଳତୀ କରି ସାରିବା ପରେ ଆପଣ ସେହି ପତ୍ର ଓ ଏକ ଟଙ୍କିଆ ମୁଦ୍ରା କୁ ନେଇ ଆପଣଙ୍କ ଘର ପଛ ପଟେ ମାଟି ଖୋଳି ପୋତି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣ ଦେଖିବେ ଆପଣଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ର ଅନ୍ତ ଘଟିବ ଏବଂ ଆପଣଙ୍କ ଜୀବନ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ ଓ ଆପଣ ଅପାର ଧନ ସଂପତ୍ତି ର ଅଧିକାରୀ ହେବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *