ପଣା ସଂକ୍ରାନ୍ତି ( 14 April ), ମରିଗଲେ ବି କରନ୍ତୁ ନାହିଁ ଏହି ୫ଟି କାମ, ମାଡି ଆସେ ଭୟଙ୍କର ସଙ୍କଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପଣା ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଏ । ଏହି ପର୍ବ ସାଧାରଣତଃ ପ୍ରତିବର୍ଷ ଏପ୍ରିଲ ମାସ ୧୪ ତାରିଖ ରେ ପଡ଼ିଥାଏ । ଏହି ବର୍ଷ ମଧ୍ୟ ସେହି ଦିନରେ ଏହି ପର୍ବ ଟି ପଡୁଛି । ଏହି ପର୍ବ ର ଆରମ୍ଭ ରେ ବସନ୍ତ ଋତୁ ସରି ଗ୍ରୀଷ୍ମ ଋତୁ ର ଆଗମନ ହୋଇଥାଏ । ଏହି ପବିତ୍ର ପର୍ବ କୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଓଡ଼ିଶା ରେ ଏହି ପର୍ବ କୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ଏହି ଦିନ ଘରେ ଘରେ ପିଠା ପଣା ହୋଇଥାଏ ।

ମୁଖ୍ୟତଃ ଏହି ଦିନ ସମସ୍ତଙ୍କ ଘରେ ବେଲ ପଣା ହୋଇଥାଏ । ଏହି ପର୍ବ କୁ ଉତ୍ତର ଓଡ଼ିଶା ରେ ମଧ୍ୟ ସମସ୍ତେ ଖୁବ ଉଲ୍ଲାସ ଓ ଆନନ୍ଦ ର ସହିତ ପାଳନ କରନ୍ତି । ତେବେ ବନ୍ଧୁଗଣ ଏହି ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯେଉଁ କାର୍ଯ୍ୟ ଗୁଡ଼ିକୁ ଏହି ପବିତ୍ର ପଣା ସଂକ୍ରାନ୍ତି ପର୍ବ ଦିନ ଭୁଲ ରେ ମଧ୍ୟ କରିବା ଉଚିତ ନୁହେଁ ।

ଏହି ଦିନ ଏହି ସବୁ କାର୍ଯ୍ୟ କରିବା ସ୍ୱୟଂ ପ୍ରଭୁ ବଜରଙ୍ଗବଲୀ ଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ ଏବଂ ପ୍ରଭୁ ହନୁମାନ ଙ୍କ କ୍ରୋଧ ରୁ ଆପଣଙ୍କୁ କେହି ମଧ୍ୟ ବଞ୍ଚାଇ ପାରିବେ ନାହିଁ । ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଘରକୁ ଦାରିଦ୍ର୍ୟତା ର ଆଗମନ ହୋଇଥାଏ ଓ ଆପଣ ବର୍ବାଦ ମଧ୍ୟ ହୋଇ ପାରନ୍ତି । ତେବେ ଆସନ୍ତୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ପଣା ସଂକ୍ରାନ୍ତି ଦିନ ସ-ମ୍ବ-ନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନରେ ସ-ମ୍ୱ-ନ୍ଧ ସ୍ଥାପନ କରିବା ଦ୍ଵାରା ଭଗବାନ ହନୁମାନ ଙ୍କ କ୍ରୁର ଦୃଷ୍ଟି ପଡ଼ିଥାଏ । ଯଦି ଆପଣ ବଜରଙ୍ଗୀବଲୀ ଙ୍କ କ୍ରୁର ଦୃଷ୍ଟି ରୁ ବଂଚିବା କୁ ଚାହାନ୍ତି ତେବେ କେବେବି ଭୁଲ ରେ ମଧ୍ୟ ଏହି ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନ ସ-ମ୍ବ-ନ୍ଧ ସ୍ଥାପନ କରିବା ଦ୍ୱାରା ସନ୍ତାନ ବିକଳାଙ୍ଗ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ପଣା ସଂକ୍ରାନ୍ତି ଦିନ କେବେବି କ୍ଷୀର ରୁ ତିଆରି ମିଠା କିଣନ୍ତୁ ନାହିଁ । କ୍ଷୀର ଚନ୍ଦ୍ରମା ଗ୍ରହର କାରକ ଅଟେ । ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଗ୍ରହ ଅଟନ୍ତି । ତେଣୁ ଭୁଲ ରେ ମଧ୍ୟ ଏହି ଦିନ କ୍ଷୀର ରୁ ତିଆରି ମିଠା ତଥା ସାମଗ୍ରୀ କିଣନ୍ତୁ ନାହିଁ ଏବଂ ବ୍ୟବହାର କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ପଣା ସଂକ୍ରାନ୍ତି ଦିନ କେବେବି ଲୁହା ନିର୍ମିତ ବସ୍ତୁ କିଣନ୍ତୁ ନାହିଁ । ଏହି ଦିନ ମଧ୍ୟ ଲୁହା ନିର୍ମିତ ବସ୍ତୁ କିଣିବା ଦ୍ବାରା ଅଶୁଭ ହୋଇଥାଏ । ଏହା ସହିତ ଷ୍ଟିଲ ଏବଂ ଧାରୁଆ ବସ୍ତୁ ମଧ୍ୟ ଏହି ଦିନ ଆଦୌ କିଣନ୍ତୁ ନାହିଁ । କୌଣସି ବ୍ୟକ୍ତି ଙ୍କୁ ଏହି ଦିନ ନଖ ଓ ଚୁଟି କାଟିବା ମଧ୍ୟ ଉଚିତ ନୁହେଁ । ନଚେତ ଭଗବାନ ବଜରଙ୍ଗବଲୀ କ୍ରୋଧିତ ହୋଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥତଃ, ପଣା ସଂକ୍ରାନ୍ତି ଦିନ ମାଛ,ମାଂସ ଏବଂ ମ-ଦ ରୁ ଦୁରେଇ ରୁହନ୍ତୁ । ଏହି ଦିନ ଯେଉଁ ବ୍ୟକ୍ତି ମାଂସ ଓ ମ-ଦି-ରା ର ସେବନ କରିଥାଏ ବଜରଙ୍ଗବଲୀ ସେହି ବ୍ୟକ୍ତି ଉପରେ କ୍ରୋଧିତ ହୋଇଥାନ୍ତି ଏବଂ ତା’କୁ ବର୍ବାଦ କରି ଦେଇଥାନ୍ତି । ତେଣୁ ଭୁଲ ରେ ମଧ୍ୟ ଏହି ଦିନ ମାଛ, ମାଂସ ଏବଂ ମ-ଦ ର ସେବନ କରନ୍ତୁ ନାହିଁ ।

୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ବ୍ୟକ୍ତି ଏହି ପବିତ୍ର ପଣା ସଂକ୍ରାନ୍ତି ଦିନ କ୍ରୋଧ ରେ ଥାଆନ୍ତି ସେହି ବ୍ୟକ୍ତି କେବେବି ବଜରଙ୍ଗବଲୀ ଙ୍କ ପୂଜା କରନ୍ତୁ ନାହିଁ । ପ୍ରଭୁ ବଜରଙ୍ଗବଲୀ ଶାନ୍ତି ପ୍ରିୟ ଅଟନ୍ତି । ତେଣୁ କ୍ରୋଧ ରେ ରହି ପୂଜା କରିବା ଦ୍ୱାରା କୌଣସି ଫଳ ମିଳି ନଥାଏ ଏବଂ ପ୍ରଭୁ ହନୁମାନ ଙ୍କ ଆଶୀର୍ବାଦ ମଧ୍ୟ ଲାଭ ହୋଇ ନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *