ବାହାଘର ପରେ ପ୍ରଥମଥର ହନିମୁନରେ କିପରି ମଜା ମସ୍ତି କରୁଛନ୍ତି ସବ୍ୟସଚି ଓ ଅର୍ଚ୍ଚିତା, କିନ୍ତୁ ହଠାତ କଣ ଘଟିଲା, ଦେଖନ୍ତୁ ପୁରା ଭିଡିଓ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । ସିନେମା ରେ ନାୟକ ଓ ନାୟିକା ଙ୍କ ର ଭଲ ଯୋଡି ଦେଖିବାକୁ ନ ମିଳିଲେ ଫିଲ୍ମ ଦେଖିବାକୁ ଏତେ ଟା ଆଗ୍ରହ ଆସି ନ ଥାଏ ।

ଓଡ଼ିଆ ସିନେମା ଜଗତ ରେ ଅନେକ ପ୍ରସିଦ୍ଧ ଯୋଡି ଅଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି । ଏମାନଙ୍କ ମଧ୍ୟରେ ଗୋଟିଏ ଯୋଡି ହେଉଛି ଓଲିଉଡ ସୁପର ଷ୍ଟାର ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କର କେତେକ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ ।

ଏମାନେ ନିଜ ଅଭିନୟ ଦ୍ଵାରା ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ କେତେକ ଓଡିଆ ଫିଲ୍ମରେ ଏମାନେ ଏକା ସହ କାମ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏହି କିଛି ଦିନ ତଳେ ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ହୋଇଥିଲା । ଏହି ଦୁଇଜଣଙ୍କ ବିବାହ ରାଜସ୍ଥାନରେ ହୋଇଥିଲା ଓ ଏହା ଏକ ପ୍ରେମ ବିବାହ ଥିଲା ।

ରାଜସ୍ଥାନରେ ବିବାହ କରିବା ପରେ ଏହି ଦୁଇଜଣ କିଛି ସମୟ ସେହି ସ୍ଥାନରେ ଭ୍ରମଣ କରିଥିଲେ ଓ କିଛି ଦିନ ପରେ ଏମାନେ ଓଡିଶା ଫେରିଥିଲେ । ବନ୍ଧୁଗଣ ଓଡିଶା ଫେରିବା ପରେ ଭୁବନେଶ୍ବରର ଏକ ବଡ ପ୍ୟାଲେସରେ ଏହି ଦୁଇଜଣଙ୍କ ରିସେପ୍ସନ ପାର୍ଟି ହୋଇଥିଲା ।

ବନ୍ଧୁଗଣ ବିବାହ ପରଠାରୁ ସବ୍ୟ ଓ ଅର୍ଚ୍ଚିତା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ମଧ୍ୟ ସେ ନିଜ ହାନିମୁନ ପାଇଁ ପୁଣି ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ତାଙ୍କ ହାନିମୁନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବିବାହର କିଛି ଦିନ ପରେ ସବ୍ୟ ଓ ଅର୍ଚ୍ଚିତା ହାନିମୁନ ଯାଇଛନ୍ତି । ହାନିମୁନରେ ଏହି ଦୁଇଜଣ ବହୁତ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଦୁଇଜଣ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ହନିମୁନ ଫଟୋ ଗୁଡିକୁ ସେୟାର କରିଛନ୍ତି ଯାହା ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ଆମର ଏହି ପୋଷ୍ଟରେ ତାଙ୍କ ହାନିମୁନ ଫଟୋ ଗୁଡିକୁ ଦେଖିପାରୁଥିବେ ।

ଏହି ଦୁଇଜଣ ନିଜ ହନିମୁନରେ ବହୁତ ଖୁସି ନଜର ଆସୁଛନ୍ତି ଓ ଏମାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ସବୁ ଫଟୋ ଗୁଡିକରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତାଙ୍କ ହାନିମୁନ ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *