୫ ଜୁଲାଇ ଗୁରୁ ପୂର୍ଣ୍ଣିମା ରେ ଲାଗୁଛି ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ, ସାବଧାନ ରୁହନ୍ତୁ ଏହି ୧ ଟି ରାଶିର ବ୍ୟକ୍ତି

୫ ଜୁନକୁ ଚନ୍ଦ୍ର ଗ୍ରହଣ ଓ ୨୧ ଜୁନକୁ ସୂର୍ଯ୍ୟ ଗ୍ରହଣ ଲାଗିବା ପରେ ବର୍ତ୍ତମାନ ଗୁରୁ ପୁର୍ଣିମା ୫ ଜୁଲାଇ ଦିନ ପୁଣି ଥରେ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଗୋଟିଏ ମାସ ମଧ୍ୟରେ ଏହା ତୃତୀୟ ଚନ୍ଦ୍ର ଗ୍ରହଣ ଅଟେ । ୫ ଜୁଲାଇକୁ ରବିବାର ଦିନ ଲାଗିବାକୁ ଯାଉଥିବା ଏହି ଚନ୍ଦ୍ର ଗ୍ରହଣ ଧନୁ ରାଶିରେ ଲାଗୁଛି । ହିନ୍ଦୁ ପଞ୍ଚାଗ ଅନୁସାରେ ଏହି ଦିନ ସୂର୍ଯ୍ୟ ମିଥୁନ ରାଶିରେ ରହିବେ ଓ ସେହି ଦିନ ପୁର୍ଣିମା ତିଥି ବି ଅଛି ।

ଜ୍ୟୋତିଷଙ୍କ ମାନିବେ ତ ଏକ ମାସ ଭିତରେ ଦୁଇଟି କିମ୍ବା ଅଧିକ ଗ୍ରହଣ ଲାଗିବା ଶୁଭ ହୋଇ ନ ଥାଏ । ଏହା ଦ୍ଵାରା ରାଶି ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ପଡିବ, କିନ୍ତୁ ଧନୁ ରାଶି ବାଲା ବ୍ୟକ୍ତିମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ ।

ଚନ୍ଦ୍ର ଗ୍ରହଣର ସମୟ

ଗ୍ରହଣ ୫ ଜୁଲାଇ ସକାଳ ୮ ଟା ବାଜି ୩୮ ମିନିଟରେ ଆରମ୍ଭ ହେବ । ଏହି ଚନ୍ଦ୍ର ଗ୍ରହଣର ଅବଧି ୨ ଘଣ୍ଟା ୪୩ ମିନିଟ ଓ ୨୪ ସେକନ୍ଡ ହେବ ।

ଧନୁ ରାଶି ବାଲା ରଖନ୍ତୁ ଧ୍ୟାନ

ଚନ୍ଦ୍ର ଗ୍ରହଣ ଧନୁ ରାଶିରେ ଲାଗୁଛି । ଏମିତିରେ ଏହାର ପ୍ରଭାବ ଧନୁ ରାଶିର ଲୋକମାନଙ୍କ ଉପରେ ସବୁଠୁ ଅଧିକ ପଡିବ । ଏହି ରାଶିର ଜାତକମାନଙ୍କୁ ଗ୍ରହଣ କାରଣରୁ ମାନସିକ ଚିନ୍ତା, ସ୍ୱାସ୍ଥ୍ୟ ସହ ଜଡିତ ବିଭିନ୍ନ ପ୍ରକାରର ସମସ୍ୟା ହୋଇପାରେ । ମାତାଙ୍କୁ କଷ୍ଟ ବି ମିଳିପାରେ । ଗ୍ରହଣର ଅଶୁଭ ପ୍ରଭାବ ଦ୍ଵାରା ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଭଗବାନ ଶିବଙ୍କ ପୂଜା କରନ୍ତୁ ଓ ସୋମବାର ଦିନ ବ୍ରତ ରଖନ୍ତୁ ।

ସୁତକ କାଳ ମାନ୍ୟ ନୁହେଁ

ଗ୍ରହଣ ସମୟରେ ସୁତକ କାଳ ଏମିତି ହୋଇଥାଏ ଯେତେବେଳେ ଏଥିରେ କୌଣସି ବି ଶୁଭ କାର୍ଯ୍ୟ କରା ଯାଇ ନ ଥାଏ । ଏହି କାରଣରୁ ହିଁ ସୁତକ କାଳରେ ବିଭିନ୍ନ ପ୍ରକାରର ସାବଧାନ ରହିବାକୁ ପଡିଥାଏ । କିନ୍ତୁ ୫ ଜୁଲାଇ ଗ୍ରହଣ ଉପଚ୍ଛାୟା ଗ୍ରହଣ ଅଟେ । ଉପଚ୍ଛାୟା ଗ୍ରହଣର ସୁତକ କାଳ ମାନ୍ୟ ନୁହେଁ । ୫ ଜୁଲାଇକୁ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ, ଭାରତ ଦକ୍ଷିଣ ଏସିଆର କିଛି ସ୍ଥାନ, ଆମେରିକା ଓ ଅଷ୍ଟ୍ରେଲିୟାରେ ଦେଖା ଯାଇ ପାରିବ ।

କଣ ଅଟେ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ

ଉପଚ୍ଛାୟା ଗ୍ରହଣ ସେହି ଗ୍ରହଣକୁ କୁହାଯାଏ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଯାଏ । ଏହି ଭୌଗଳିକ ସ୍ଥିତିରେ ଏହି ତିନୋଟି ଗ୍ରହ ଗୋଟିଏ ଲାଇନରେ ରୁହନ୍ତି ନାହିଁ । ଏହି ସମୟରେ ପୃଥିବୀ ମଧ୍ୟ ଭାଗରେ ପଡୁଥିବା ଛାୟାକୁ ଅଂବ୍ର କୁହାଯାଏ । ଅନ୍ୟ ପଟେ ଚନ୍ଦ୍ରମାର ବାକି ଅଂସରେ ପୃଥିବୀର ବାହାର ଅଂସକୁ ଛାୟା ପଡିଥାଏ ତାହାକୁ ପିନମ୍ବ୍ର କିମ୍ବା ଉପଚ୍ଛାୟା କୁହାଯାଏ ।

ଗ୍ରହଣ ସମୟରେ କେଉଁ କଥା ପ୍ରତି ରଖିବେ ଧ୍ୟାନ

·    ଗ୍ରହଣ ଲାଗିବା ପୂର୍ବରୁ ହିଁ ସୁତକ କାଳ ଆରମ୍ଭ ହୋଇଯାଏ । ସୁତକ କାଳ ଲାଗିବା ପୂର୍ବରୁ ହିଁ କିଛି ବି ସେବନ କରିବା ଉଚିତ ନୁହେଁ ।

·    କୁହାଯାଏ କି ଗ୍ରହଣ ପୋଷଣ ତତ୍ଵକୁ ଅଧିକ ପ୍ରଭାବିତ କରିଥାଏ । ଏହି ସମୟରେ ରୋଷେଇ କରିବା ମନା ହୋଇ ଥାଏ ।

·    ଗ୍ରହଣ ସମୟରେ ବ୍ରତ ରଖିବା ଓ ଉପବାସ କରିବା ଭଲ ଅଟେ । କିନ୍ତୁ ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ଆପଣ ଉପବାସ ନ ରହିଲେ ଚଲିବ ।

·    ଗର୍ଭବତୀ ମହିଳାମାନଙ୍କୁ ଗ୍ରହଣ ସମୟରେ ସାତ୍ୱିକ ଭୋଜନ କରିବା ଉଚିତ ।

·    ଏହା ସହିତ ପାଣିରେ ୮ – ୧୯ ତୁଲସୀର ପତ୍ର ଦେଇ ପାଣିକୁ ଗରମ କରି ପାଣି ସେବନ କରିବା ଉଚିତ ।

କିନ୍ତୁ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖା ଯିବ ନାହିଁ ତେବେ ସୁତକ ବି ଲାଗିବ ନାହିଁ । କିନ୍ତୁ ୫ ଜୁଲାଇକୁ ଗୁରୁ ପୁର୍ଣିମା ଅଛି । ଏହି ଦିନରେ ଆପଣ ନିଜର ଗୁରୁଙ୍କ ପୂଜା କରନ୍ତୁ ଓ ତାଙ୍କ ଠାରୁ ଜୀବନରେ ସଫଳତା ପାଇବା ପାଇଁ କାମନା କରନ୍ତୁ । ହିନ୍ଦୁ ପଞ୍ଚାଗ ଅନୁସାରେ ଏହି ଦିନ ମହାଭାରତର ରଚୟତା ମହର୍ଷି ବେଦ ବ୍ୟାସଙ୍କ ଜୟନ୍ତୀ ପାଳନ କରାଯାଏ । ପୁର୍ଣିମା ଦିନ ଭଗବାନ ସତ୍ୟନାରାୟଣଙ୍କ କଥା ବି କରିବା ଉଚିତ ଓ ଏହା ସହିତ ତାଙ୍କର ପୂଜା ବି କରିବା ଉଚିତ ।

Leave a Reply

Your email address will not be published. Required fields are marked *