ବିନା କୌଣସି ଗଡ ଫାଦର ରେ ବଲିଉଡରେ ରାଜ କରୁଛନ୍ତି ଏହି ୫ ଜଣ ଅଭିନେତ୍ରୀ, ୪ ନମ୍ବର ତ ଥିଲେ ସୁଶାନ୍ତଙ୍କର ବହୁତ ନିକଟତ୍ତର

ଯେବେ ଠାରୁ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି , ସେବେଠୁ ବଲିଉଡରେ ନେପୋଟିଜିମକୁ ନେଇ ତର୍କ ହେଉଛି । ଅଭିଯୋଗ ଲାଗୁଛି କି ବଲିଉଡରେ ଷ୍ଟାର କିଡ୍ସଙ୍କୁ ସହଜରେ ଫିଲ୍ମ୍ ମିଳିଯାଏ ,କିନ୍ତୁ ବାହାର କଳାକାରଙ୍କ ପାଇଁ ଏଠି ତିଷ୍ଠିବା ବହୁତ୍ ହିଁ କଷ୍ଟ ହୋଇଥାଏ । ଏଠି ଆମେ କହିବୁ ବଲିଉଡର ଏମିତି ଅଭିନେତ୍ରୀଙ୍କ ବିଷୟରେ ଯାହା ପାଖରେ ଆଗରୁ କିଛି ବିକଳ୍ପ ନଥିଲା ଓ ନାହିଁ ଫିଲ୍ମ୍ ଜଗତରେ ତାଙ୍କର କେହି ଗଡ଼ ଫାଦର ଥିଲେ କିନ୍ତୁ ନିଜ ପରିଶ୍ରମ ଓ ସଙ୍ଘର୍ଷ ଦ୍ଵାରା ଆଜି ବଲିଉଡରେ ସେ କେଉଁ ମାନ୍ୟତାର ମୋହତାଜ ନୁହନ୍ତି ।

ଅନୁଷ୍କା ଶର୍ମା

ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଇଣ୍ଡଷ୍ଟ୍ରିରେ ନିଜର ଗୋଟେ ବିଶେଷ ନାମ କରିସାରିଲେଣି । କେବଳ ଅଭିନେତ୍ରୀ ଭାବରେ ନୁହେଁ , ଏବେ ଗୋଟେ ପ୍ରଡ୍ୟୁସର ଭାବେ ତାଙ୍କର ନା ଅଛି , କାହିଁକି ନା ସେ ନିଜର ଗୋଟେ ପ୍ରଡକ୍ସନ ହାଉସ ଆରମ୍ଭ କରି ଫିଲ୍ମ୍ ବନେଇବା ଆରମ୍ଭ କରି ଦେଲେଣି । ମଡେଲିଙ୍ଗ ଭାବରେ ଅନୁଷ୍କା ଶର୍ମା ନିଜର କ୍ୟାରିୟରର ଆରମ୍ଭ କରିଥିଲେ ।

ତା ପରେ ସେ ମୁମ୍ବାଇ ଆସି ଯାଇଥିଲେ । ଏଠି ତାଙ୍କ ମ୍ୟାନେଜର ତାଙ୍କୁ ଉପଦେଶ ଦେଇଥିଲେ ତାଙ୍କୁ ଫିଲ୍ମ ଲାଇନରେ ଯିବା ପାଇଁ । ‘ରବ ନେ ବନାଦି ଯୋଡ଼ି’ ଫିଲ୍ମରେ ତାଙ୍କୁ ସହାରୁଖ ଖାନଙ୍କ ଅପୋଜିଟରେ କାମ କରିବାକୁ ସୁଯୋଗ ମିଳିଥିଲା ଓ ଏହା ପରେ ସେ ନିଜର ପ୍ରତିଭା ଓ ପରିଶ୍ରମ ବଳରେ ସେ ପପୁଲାର ହେଇଗଲେ ।

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ମଧ୍ୟ ବଲିଉଡରେ ପାଦ ଦେବା କିଛି ସହଜ ନଥିଲା । ପିଲାବେଳୁ ତାଙ୍କୁ ଫେସନରେ ସୌକ ଥିଲା । ପ୍ରଥମେ ସେ ମିସ ୱାଲ୍ଡର ଟାଇଟଲ ନିଜ ନାମ ରେ କଲେ । ପରେ ମଡେଲିଙ୍ଗ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କଲେ । ପ୍ରିୟଙ୍କା ନିଜେ କହିଲେ କି 18 ବର୍ଷ ବୟସରେ ଯେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ସେତେବେଳେ ତାଙ୍କ ପାଇଁ କିଛି ବି ନିର୍ଣ୍ଣୟ ନେବା କଷ୍ଟ ଥିଲା , ଆରମ୍ଭ ତାଙ୍କ ପାଇଁ କଷ୍ଟ ଥିଲା , ତାଙ୍କର କୌଣସି ଫିଲ୍ମ୍ ଆଗକୁ ବଢ଼ି ପାରୁନଥିଲା ।

ସେ ଇଣ୍ଡଷ୍ଟ୍ରି ଛାଡିବା କଥା ଭାବୁଥିଲେ କି ସେତିକି ବେଳେ ତାଙ୍କ ଫିଲ୍ମ ଅନ୍ଦାଜ ହିଟ ହେଇଗଲା ତା ପରେ ତାଙ୍କୁ ପଛକୁ ବୁଲି କି ଚାହିଁବାକୁ ପଡି ନଥିଲା ଆଜି ସେ ବଲିଉଡ ସହିତ ହଲିଉଡ ଷ୍ଟାର ମଧ୍ୟ ।

କଙ୍ଗନା ରନୌତ

ବହୁତ କମ ବୟସରେ ହିଁ କଙ୍ଗନା ରନୌତ ଘର ଛାଡ଼ି ଦେଇଥିଲେ ଓ ଦିଲ୍ଲୀ ଚାଲିଯାଇଥିଲେ । ମଡେଲିଙ୍ଗ ଭାବରେ ତାଙ୍କ କ୍ୟାରିୟର ଆଗକୁ ବଢୁଥିଲା କି ସେତିକି ବେଳେ ତାଙ୍କୁ ମୁମ୍ବାଇ ପଠାଇ ଦିଆଗଲା । ଏଠି କଙ୍ଗନା ଥକି ଯାଇଥିଲେ । ତାଙ୍କୁ କାମ ମିଳୁ ନଥିଲା । ସେ ଗ୍ୟାଙ୍ଗଷ୍ଟାର ଫିଲ୍ମ ପାଇଁ ଭଟ୍ଟଙ୍କ ଅଫିସ ଯାଇଥିଲେ । ତାଙ୍କୁ ବହୁତ ଛୋଟ କହି ରିଜେକ୍ଟ୍ କରି ଦେଇଥିଲେ ।

କିଛି ମାସ ପରେ ଅନୁରାଗ ବାସୁଙ୍କ ଫୋନ କଙ୍ଗନାଙ୍କ ପାଖକୁ ଗଲା ଓ ତାଙ୍କୁ କୁହାଗଲା କି ଗ୍ୟାଙ୍ଗଷ୍ଟାର ଫିଲ୍ମରେ ତାଙ୍କୁ ନିଆ ଯାଉଛି । ଏହି ଫିଲ୍ମ୍ ପାଇଁ ତାଙ୍କୁ ବେଷ୍ଟ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା ।

କ୍ରିତି ସେନନ

ସୁଶାନ୍ତ ସିଂହଙ୍କ ନିକଟତ୍ତର ସାଙ୍ଗ ରହି ସାରିଥିବା ବଲିଉଡ ଅଭିନେତ୍ରୀ କ୍ରିତି ସେନନ ମଧ୍ୟ ପ୍ରଥମେ ମଡେଲିଙ୍ଗ କରିଥିଲେ । ତାଙ୍କୁ ବ୍ରେକ ମିଳିଥିଲା ହିରୋପନ୍ତି ରୁ , ଯେଉଁଥିରେ ସେ ଟାଇଗର ସର୍ଫଙ୍କ ଅପୋଜିଟରେ ନଜର ଆସିଥିଲେ । କ୍ରିତି ସେନନ ତାଙ୍କ କ୍ୟାରିୟରର ଆରମ୍ଭ ତେଲୁଗୁ ଫିଲ୍ମରୁ ଆରମ୍ଭ କରି ସାରିଥିଲେ । ଯାହାର ନାମ Nenokkadine ଥିଲା । ଏଥିରେ ସେ ସୁପରଷ୍ଟାର ମହେଶ ବାବୁଙ୍କ ସହିତ ନଜର ଆସିଥିଲେ ।

ତାଙ୍କୁ ଆରମ୍ଭ ଦିନରୁ ବହୁତ୍ ଅସୁବିଧା ଆସିଥିଲା , କାହିଁକି ନା ତାଙ୍କୁ ସବୁବେଳେ କୁହା ଯାଉଥିଲା କି ଏଇଟା କର ନାହିଁ ସେଇଟା କର ନାହିଁ । କ୍ରିତି ଙ୍କ ଅନୁସାରେ ଷ୍ଟାର କିଡ୍ସଙ୍କୁ ଗୋଟିଏ ଫିଲ୍ମ ଆସିଲା ପରେ ପୁଣି ଦ୍ଵିତୀୟ ମଉକା ମିଳି ଯାଉଥିଲା କିନ୍ତୁ ବାହାର କଳାକାରଙ୍କର ଯଦି ଫିଲ୍ମ ଚାଲିଲା ନାହିଁ, ତାଙ୍କୁ ଦ୍ଵିତୀୟ ମଉକା ମିଳିବା ବହୁତ ମୁସ୍କିଲ ଥିଲା ।

ଭୂମି ପେଡନେକର୍

ଭୂମି ପେଡନେକର୍ ବହୁତ୍ ସଙ୍ଘର୍ଷ କରି ବଲିଉଡରେ ପହଞ୍ଚିଛନ୍ତି । ଯେତେବେଳେ ସେ କେବଳ 18 ବର୍ଷର ଥିଲେ , ତାଙ୍କ ବାପା ଚାଲିଗଲେ । ଭୂମି ବଲିଉଡ଼ର ପାଦ ଦେବା ଆଗରୁ ୟସ୍ ରାଜ ଫିଲ୍ମରେ କାଷ୍ଟିଂ ଡାଇରେକ୍ଟର ରୂପରେ 6 ମାସ ପର୍ଯ୍ୟନ୍ତ କାମ କରିଥିଲେ ।

ତା ପରେ ତାଙ୍କୁ 2015 ରେ ଫିଲ୍ମ୍ ‘ଦମ ଲଗାକେ ହଇଶା’ ରେ ଅଭିନେତ୍ରୀ ଭାବେ ସୁଯୋଗ ମିଳିଲା , ଯେଉଁଥିରେ ତାଙ୍କ ଅଭିନୟ କୁ ସମସ୍ତେ ଭଲ ପାଇଲେ , ସେଥିପାଇଁ ତାଙ୍କୁ ବେଷ୍ଟ ଫିମେଲ୍ ଡେବ୍ୟୁ ପୁରସ୍କାର ମିଳିଲା । ବିକି କୌଶଲଙ୍କ ସହିତ ଭୂମି ଫିଲ୍ମ ଭୂତ ରେ ମଧ୍ୟ ନଜର ଆସିଥିଲେ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ବଲିଉଡର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *