ଶୁକ୍ରବାରର ରାଶିଫଳ 3 ଜୁଲାଇ 2020, ମହାଦେବ ପ୍ରସନ୍ନ ହେଲେ ଏହି 4ଟି ରାଶି ଉପରେ, ଆଜି ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 3 ଜୁଲାଇ 2020 ଶୁକ୍ରବାରର ରାଶିଫଳ ।

ମେଷ

ଆଜି ଆପଣଙ୍କୁ କୌଣସି ନୂଆ କାମ ଆରମ୍ଭ କରିବାରେ ନିଜ ଲୋକଙ୍କ ସହଯୋଗ ମିଳିବ ଏବଂ ଏହା ସହିତ ଆର୍ଥିକ ସାହାଯ୍ୟ ମଧ୍ୟ ମିଳିପାରେ । କୌଣସି ଯୋଜନା କିମ୍ବା ପରିଯୋଜନାରେ ଟଙ୍କା ନେବା ପୂର୍ବରୁ ସେହି ପରିଯୋଜନାର ସମ୍ପୂର୍ଣ ବିବରଣୀ ଜାଣିବା ବହୁତ ଆବଶ୍ୟକ ଅଟେ । ଯାତ୍ରା କରି ପାରନ୍ତି । ପରିବାରର କୌଣସି ବିବାଦରେ ଆପଣ ସିଧା ସଳଖ ପଡନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ କିଛି ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ବୃଷ

ଆଜି ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । ନକରାତ୍ମକତା ଆପଣଙ୍କ ମାନସିକ ଶକ୍ତିକୁ ଖରାପ କରିପାରେ ଏହା ପୂର୍ବରୁ ଏଥିରୁ ମୁକ୍ତି ପାଇବା ପାଇଁ ପଦକ୍ଷେପ ନେଇ ପାରନ୍ତି । ବେପାରୀ ଲୋକ ମାନେ ନିଜର ବ୍ୟବସାୟକୁ ନୂଆ ଶୀର୍ଷକୁ ନେଇ ଯିବେ । ଏକ ଗୁରୁତ୍ଵପୂର୍ଣ ଦାୟିତ୍ଵ ଆପଣଙ୍କ ପାଖକୁ ଆସିପାରେ । ଚାକିରି ଅଥବା ବ୍ୟବସାୟରେ ପ୍ରତିଦୋନ୍ଦିତା ଦେଖା ଦେବ । ଯାତ୍ରା ଆନନ୍ଦଦାଯକ ହେବା ସହିତ ଶିକ୍ଷାପ୍ରଦ ମଧ୍ୟ ହେବ ।

ମିଥୁନ

ଏହି ରାଶିର ଲୋକ ନିଜ ଉପରେ ବୋଝ ଥିବାର ଅନୁଭବ କରିବେ । ପରିବାରର ସହଯୋଗ ଆପଣଙ୍କୁ ଲକ୍ଷରୁ ହଟିବାରୁ ବଞ୍ଚାଇବ ଯାହାଦ୍ୱାରା ଆପଣଙ୍କୁ ମାନସିକ ସନ୍ତୁଷ୍ଟ ଅନୁଭବ ହେବ । ଯଦି ବାହାରକୁ ଯିବା ପାଇଁ କୌଣସି ଯୋଜନା କରିଛନ୍ତି ତାହେଲେ ତାହା ଶେଷ ସମୟରେ ବଦଳି ଯିବ । ବ୍ୟବସାୟିକ ବନ୍ଧୁଙ୍କ ସହିତ କିଛି ନୂଆ ଲୋକଙ୍କ ସହିତ ଭେଟ ହେବାର ସମ୍ଭାବନା ଅଛି । ଆଜି କରିଥିବା ନିବେଶ ଆପଣଙ୍କ ସମୃଦ୍ଧି ଏବଂ ଆର୍ଥିକ ସୁରକ୍ଷାରେ ବୃଦ୍ଧି କରିବ ।

କର୍କଟ

ଯଦି ଆପଣ ଆଜି କିଛି ନୂଆ କାମ ଆରମ୍ଭ କରୁଛନ୍ତି ତାହେଲେ କାମରେ କୌଣସି ବି ଅସାବଧାନତା କରନ୍ତୁ ନାହିଁ ନହେଲେ ଆପଣଙ୍କୁ କ୍ଷତିର ବୋଝ ଉଠାଇବାକୁ ପଡିପାରେ । ଚାକିରି କରିଥିବା ଲୋକଙ୍କର ପଦୋନ୍ନତି ହେବା ସହିତ ଦରମା ବୃଦ୍ଧି ମଧ୍ୟ ହୋଇ ପାରେ । ଆପଣଙ୍କ ପାଖରେ ଭଲ ସଞ୍ଚାର କୁଶଳତା ଅଛି ଏବଂ ତାହାକୁ ଆପଣ ଲାଭ ପାଇଁ ବ୍ୟବହାର କରନ୍ତୁ । ସହଭାଗୀତାରେ କରାଯାଇ ଥିବା କାମ ଲାଭଦାୟକ ପ୍ରାଣିତ ହେବ କିନ୍ତୁ ଆପଣଙ୍କୁ ଆପଣଙ୍କ ଅଂଶୀଦାରମାନଙ୍କ ବିରୁଦ୍ଧର ସାମନା କରିବାକୁ ପଡିପାରେ ।

ସିଂହ

ଆଜି ନୂଆ ଲୋକଙ୍କ ସହିତ ଆପଣଙ୍କର ଭେଟ ହେବ । ଆପଣଙ୍କର ଧାର୍ମିକ କାମରେ ଆଗ୍ରହ ରହିବ । ଆପଣଙ୍କ ବନ୍ଧୁଙ୍କ ସମର୍ଥନ ଆପଣଙ୍କୁ ଏକ ଆବଶ୍ୟକ କାମ ପୁରା କରିବାରେ ସାହାଯ୍ୟ କରିବ, ଯାହା ଆପଣଙ୍କ ଆର୍ଥିକ ଲାଭରେ ବୃଦ୍ଧି କରିବ । ଆପଣଙ୍କ ସାଥିଙ୍କ ଅନେକ ଭଲପାଇବା ଏବଂ ସମର୍ଥନ ଆପଣଙ୍କର ପ୍ରେମ ବନ୍ଧନକୁ ଆହୁରି ଦୃଢ କରିବ । ଦୃଢ ମନବଳ ଏବଂ ଭରପୁର ଆତ୍ମବିଶ୍ଵାସ ଦ୍ଵାରା ସବୁ କାର୍ଯ୍ୟକୁ ସଫଳତାପୂର୍ବକ ସଂପନ୍ନ କରିବାରେ ସଫଳ ହେବେ ।

କନ୍ୟା

ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବ । ଆପଣଙ୍କୁ ଅନୁଭବ ହେବ କି ଜୀବନକୁ ସଫଳ କରିବା ପାଇଁ ଯେଉଁ ଲକ୍ଷ ଆପଣ ସ୍ଥିର କରିଛନ୍ତି ସେଥିରୁ ବର୍ତ୍ତମାନ ଆପଣଙ୍କ ମନ ବିଚଳିତ ହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଜୀବନରେ ଧନ ସବନ୍ଧିତ ସବୁ ସମସ୍ୟା ଦୂର ହେବ । ଅତିରିକ୍ତ ଆମଦାନୀ ବଢାଇବା ପାଇଁ କିଛି ନୂଆ ସ୍ରୋତ ମିଳିବ । ଆପଣଙ୍କ ଦିନ ବହୁତ ଖୁସି ଏବଂ ଶାନ୍ତିରେ କଟିବ । ଯେଉଁ କାମରେ ଯୁବକ ଯୋଡି ହୋଇ ଅଛନ୍ତି ସେମିତି କାମରେ ସହଭାଗିତା କରିବା ପାଇଁ ଭଲ ସମୟ ଅଛି ।

ତୁଳା

ଆଜି ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଭଲ ବନ୍ଧୁଙ୍କ ସହଯୋଗ ମିଳିବ ଯାହାଦ୍ୱାରା ଆପଣ ଶୀଘ୍ର ଆପଣଙ୍କ ରାସ୍ତାରେ ଫେରି ଆସିବେ ଏବଂ ନିଜକୁ ନୂଆ ଗତିବିଧିରେ ସାମିଲ କରିବେ । ପେଟ ସବନ୍ଧିତ ରୋଗ ଆପଣଙ୍କ ଚିନ୍ତାର କାରଣ ହେବ । ଆପଣଙ୍କୁ ଅଧିକ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ଅଟେ । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଲାଭକାରୀ ପ୍ରମାଣିତ ହେବ । ସମସ୍ୟାକୁ ଶେଷ କରିବା ପାଇଁ କୌଣସି ସାହସିକ ଯାତ୍ରାରେ ଯାଇ ପାରନ୍ତି ।

ବିଛା

ଆଜି ଟଙ୍କା କାରବାର କିମ୍ବା ଆର୍ଥିକ ବ୍ୟବହାର କରନ୍ତୁ ନାହିଁ । ବିଚାରର ଅସ୍ଥିରତା ଦ୍ଵାରା ଆପଣଙ୍କ ମନ ମଧ୍ୟ ଅସ୍ଥିର ରହିବ । ଆଶାର କିରଣ ଛାଡନ୍ତୁ ନାହିଁ । ବରିଷ୍ଠ ଏବଂ ସହଯୋଗୀ ମାନଙ୍କ ସହିତ ଆନ୍ତରିକ ସମ୍ପର୍କ ବଜାୟ ରଖନ୍ତୁ ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ । ବ୍ୟବସାୟ ସହିତ ଯୋଡି ହୋଇ ଥିବା ବ୍ୟକ୍ତିଙ୍କ ବ୍ୟବସାୟ ଭଲ ରହିବ । ଛୋଟ ଛୋଟ ରୋଗ ଚିନ୍ତିତ କରିପାରେ । ପାରିବାରିକ ଜୀବନ ଖୁସି ରହିବ ଏବଂ କୌଣସି ଉତ୍ସବ ମଧ୍ୟ ହୋଇ ପାରେ ।

ଧନୁ

ଆଜି କୌଣସି ଭଲ ଲୋକଙ୍କ ସହିତ ସମ୍ପର୍କ ହେବ ଯାହା ଆପଣଙ୍କୁ ଆପଣଙ୍କ କ୍ୟାରିୟର କିମ୍ବା କାରୋବାରରେ ଭଲ ଲାଭ ଦେବ । କୌଣସି ପୁରୁଣା ବନ୍ଧୁବକ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆପଣଙ୍କୁ ଆପଣଙ୍କ ସମ୍ପର୍କକୁ କାମ କରିବା ପାଇଁ ଆହୁରି ଅଧିକ ଚେଷ୍ଟା କରିବାର ଆବଶ୍ୟକତା ଅଛି । ଆଜି ଭାଗ୍ୟ ଆପଣଙ୍କ ପାଖରେ ଅଛି । ଚିନ୍ତା ଏବଂ ସମସ୍ୟା ଉଭୟ ରହିବାର ସମ୍ଭାବନା ଅଛି । ବ୍ୟବସାୟରେ ପରିବର୍ତ୍ତନ ହେବାର ଯୋଗ ମଧ୍ୟ ରହିଛି । ଏହି ପରିବର୍ତ୍ତନ ଆପଣଙ୍କ ପକ୍ଷରେ ହିଁ ରହିବ ।

ମକର

ଆଜି ଆପଣଙ୍କର ଅଟକି ଥିବା କାମ ଆରମ୍ଭ ହେବ । ଗାଡି ଚଲାଇବା ସମୟରେ ଏବଂ ରାସ୍ତା ପାରି ହେବା ସମୟରେ ବହୁତ ସତର୍କ ରୁହନ୍ତୁ । ବନ୍ଧୁଙ୍କ ସହଯୋଗରେ ବ୍ୟବସାୟରେ ଗତି ମିଳିପାରେ । ଯଦି ଆଜି କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଯାଉଛନ୍ତି ତାହେଲେ ଲୋନର ବ୍ୟବସ୍ଥା ସହଜରେ ହୋଇ ଯିବ । ଲୋନ କାର୍ଯ୍ୟରେ ସଫଳତା ମିଳିବ । ନୂଆ ଜିନିଷ ଘରକୁ ଆଣିବେ ।

କୁମ୍ଭ

ଆଜି ଆପଣଙ୍କୁ ଆର୍ଥିକ ଲାଭ ହେବ କିନ୍ତୁ ଶାରୀରିକ ସମସ୍ୟା ଦେଖିବାକୁ ମିଳିପାରେ । ଚାକିରି କରିଥିବା ଲୋକ ଆଜି ଆପଣଙ୍କ ଭାବନାକୁ ସୁଧାରିବାର ଚେଷ୍ଟା ସଫଳ ରହିବ ଏବଂ ଆଗାମୀ ସମୟରେ ଆପଣଙ୍କୁ ବହୁତ ଲାଭ ମଧ୍ୟ ମିଳିବ । ଆପଣଙ୍କୁ ଲାଗିବ କି ଆପଣ ଭାବନାତ୍ମକ ରୂପରେ ଜଡିତ ଅଛ ତଥା ଉତ୍ସାହ ପ୍ରତି ଅରୁଚି ଏବଂ ନିଷ୍କ୍ରିୟ ମନୋଭାବ ଆପଣଙ୍କ ଚେଷ୍ଟାରେ ବାଧା ଦେବ । ଆଶା ଏବଂ ନିରାଶାର ମିଶ୍ରିତ ଭାବ ମନରେ ରହିବ ।

ମୀନ

ଆଜି ଧନ କାରବାର କରନ୍ତୁ ନାହିଁ । ଚାକିରି, ଗାଡି ଏବଂ ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଆର୍ଥିକ ରୂପରେ ଆପଣଙ୍କ ସମୟ ଭଲ ରହିବ । ଆପଣଙ୍କ ଅଫିସର ଲୋକଙ୍କ ସହିତ ଭଲ ସମ୍ପର୍କ ରହିବ । ଆପଣଙ୍କ ଜୀବନକୁ ଆସୁଥିବା ସବୁ ପ୍ରକାରର କଷ୍ଟ ନଷ୍ଟ ହୋଇ ଯିବ । କାର୍ଯ୍ୟକ୍ଷେତ୍ରରେ ଯେଉଁ ଭଳି ଭାବରେ କେହି ନିଜର କାମକୁ ଆପଣଙ୍କ ଉପରେ ଲଦୁଛନ୍ତି ତାହା ଦ୍ଵାରା ଆପଣଙ୍କ ସମସ୍ୟା ଆପଣଙ୍କର ଚିନ୍ତା ହୋଇ ପାରେ । ପାର୍ଟନର ଆପଣଙ୍କ ସହିତ ବହୁତ ଖୁସିରେ ରହିବେ ଏବଂ ଆପଣଙ୍କୁ ସବୁବେଳେ ସାଥ ଦେବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *