ଗର୍ଭଧାରଣର ସହବାସର ସଠିକ୍‌ ନିୟମ କ’ଣ ? ଦେଖନ୍ତୁ କଣ କୁହନ୍ତି Dr Priyadarshini Tripathy

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଗର୍ଭଧାରଣ କରିବାର ସଠିକ ସମୟ ବିଷୟରେ କହିବାକୁ ଯାଉଛୁ । ବହୁତ ଦମ୍ପତ୍ତି କୁହନ୍ତି ସେମାନେ କୌଣସି କଣ୍ଟ୍ରାସେପ୍ସନ ବ୍ୟବହାର କରନ୍ତି ନାହିଁ, ମହିଳା ମାନେ କୁହନ୍ତି ସେମାନଙ୍କର ମେନ୍ସ ଠିକ ଟାଇମରେ ହେଉଛି ପ୍ରତି ମାସରେ ହେଉଛି ତିନି ଚାରି ଦିନ ଭଲରେ ବ୍ଲିଡିଙ୍ଗ ହେଉଛି । ସ୍ଵାମୀଙ୍କ ଧାତୁ ବି ଠିକ ରହୁଛି ଆଉ ଟ୍ୟୁବ ପାଟେନ୍ସ  ଠିକ ରହୁଛି, ହରମୋନ ବି ଠିକ ଅଛି ।

ଟାଇମରେ ସହବାସ କରୁଛି ହେଲେ ପ୍ରେଗନେଣ୍ଟ ହେଉନାହିଁ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେଉଁ ମାନେ ଟିଟିସିରେ ରହୁଛନ୍ତି ସେମାନଙ୍କୁ ଜାଣିବା ଦରକାର ସବୁ ସ୍ତ୍ରୀ ଲୋକଙ୍କ ପକ୍ଷରେ ପ୍ରତି ସାଇକେଲରେ ଇଣ୍ଟରକୋର୍ସ କଲେ କେବଳ 25 ପ୍ରତିଶତ ସମ୍ଭାବନା ଅଛି ପ୍ରେଗ୍ନେସି ହେବାର । ଆଉ ଏହି 25 ପ୍ରତିଶତ ଚ୍ୟାନ୍ସ ବି ବଢୁଛି ସେତେବେଳେ ଯେତେବେଳେ ଫୋଟିଲିଟି ୱିଣ୍ଡୋ ଥାଏ ।

ଥର ଆପଣଙ୍କ ମାସିକ ସାଇକେଲ ହେଉଛି 28 ଦିନ କିମ୍ବା 30 ଦିନ ଯେଉଁ 28 ରୁ 30 ଦିନ ଥାଏ ଶେଷ 14 ଦିନ ହେଉଛି ଆପଣଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମୟ । ଗୋଟେ ମହିଳାଙ୍କର ଯଦି ସାଇକେଲ ରେଗୁଲାର ଅଛି ପ୍ରତି 28 ରୁ 30 ଦିନରେ ସାଇକେଲ ହେଉଛି ତା ହେଲେ ତାଙ୍କ ଓଭାରିରେ ଯେଉଁ ଅଣ୍ଡା ବାହାରୁଛି ସେଇଟା 13 ରୁ 15 ଦିନ ଭିତରେ ବାହାରୁଛି ।

ଯଦି ଆଜି ଗୋଟେ ମହିଳାଙ୍କ ଓଭାରିରୁ ଅଣ୍ଡା ବାହାରିଲା ତା ହେଲେ ସେ ଅଣ୍ଡା କେବଳ 24 ଘଣ୍ଟା ବଞ୍ଚିବ । 24 ଘଣ୍ଟା ପରେ ସେ ଅଣ୍ଡା ନଷ୍ଟ ହୋଇଯିବ । ତେଣୁ ଏହି 24 ଘଣ୍ଟା ପୂର୍ବରୁ ସେ ଇଣ୍ଟରକୋର୍ସ କଲେ ତାଙ୍କ ପ୍ରେଗ୍ନେସି ଚ୍ୟାନ୍ସ ବଢିଯାଏ । ଯଦି ଗୋଟେ ମହିଳାଙ୍କ ରେଗୁଲାର ସାଇକେଲ ରହୁଛି ତା ହେଲେ ସେ 12-14-16 ଓ 18 ଦିନରେ ଇଣ୍ଟରକୋର୍ସ କରିବା ଉଚିତ ।

ଏହି ଚାରି ଦିନ ଯଦି ଆପଣଙ୍କ ସାଇକେଲ ରେଗୁଲାର ରହୁଛି ଆଉ ଆପଣ ଇଣ୍ଟରକୋର୍ସ କରୁଛନ୍ତି ତେବେ ଆପଣଙ୍କ ଅଧିକାଂଶ ଚ୍ୟାନ୍ସ ରହୁଛି ପ୍ରେଗ୍ନେସି ହେବାର । ତା ପରେ ଥର ଆପଣଙ୍କ ପିରିୟଡ୍ସ ସମୟ ଘୁଞ୍ଚି ଗଲା ତ ଚିନ୍ତା କରିବାର ଆବଶ୍ୟକତା ନାହିଁ ଆପଣ ଏକ ସପ୍ତାହ ଜଗିବେ ଆଉ ୟୁରିନ ପ୍ରେଗ୍ନେସି ଟେଷ୍ଟ କରିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *