ଗ୍ରହଣ ପରେ ଚନ୍ଦ୍ର କଲେ ରାଶି ପରିବର୍ତ୍ତନ, ଏହି ୪ ଟି ରାଶିଙ୍କୁ ମିଳିବ ଜବରଦସ୍ତ ଲାଭ

୫ ଜୁନ କୁ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ରାତି ୧୧.୧୬ ମିନିଟ ରେ ଲାଗିଥିଲା । ଏହା ରାତି ୨.୩୪ ମିନିଟ ପର୍ଯ୍ୟନ୍ତ ରହିଥିଲା । ଏହି ଗ୍ରହଣ ଏକ ଉପଛାୟା ଗ୍ରହଣ ଥିଲା । ଏହି ଗ୍ରହଣର ବିଶେଷତଃ ଏହା ଥିଲା କି ଏଥିରେ ଚନ୍ଦ୍ର କେଉଁଠି ବି ଗ୍ରସିତ ଦେଖାଯାଉନଥିଲା । ତେଣୁ ଏହାକୁ ପାଳନ କରା ଯାଇନଥିଲା । ଏମିତି ମାନ୍ୟତା ଅଛି କି ଚନ୍ଦ୍ର ଗ୍ରହଣ ସମୟରେ ସବୁ କିଛି ନ କରି କରିବା ଉଚିତ । ଏହା ପର ଦିନ ସ୍ନାନ କରି ଠାକୁରଙ୍କୁ ପୂଜା କରି କୌଣସ ଏକ ଗରିବ ଲୋକଙ୍କୁ ଦାନ କରିବା ଉଚିତ ।

ଏହି ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ବିଛା ରାଶିରେ ଅବସ୍ଥାନ କରିଥିଲେ ଏବଂ ଗ୍ରହଣ କାଳ ସରିବା ପରେ ରାତି ୨.୪୫ ପରେ ଧନୁ ରାଶିରେ ପ୍ରବେଶ କରିଲେ । ଏହି ଗ୍ରହଣ ପରେ ଚାରିଟି ରାଶିଙ୍କର ଭଲ ଦିନ ଆସିଛି । ସେମାନେ ହେଲେ ମେଷ, ବୃଷ, ସିଂହ ଓ ମୀନ ରାଶି ।

ମେଷ ରାଶି

ଆପଣଙ୍କୁ ପରିବାର ରେ ଖୁସି ମିଳିବା ସହିତ ଧନ ର ସମସ୍ୟା ଦୂର ହେବ । ବିବାହିତ ଲୋକମାନଙ୍କ ପାଇଁ ସମୟ ବହୁତ ଅନୁକୂଳ ରହିବ । ଆପଣଙ୍କୁ କାହା ଉପରେ ଆଖି ବନ୍ଦ କରି ବିଶ୍ବାସ କରିବା ଠିକ୍ ନୁହେଁ । ଏହା ଦ୍ୱାରା ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ବୃଷ ରାଶି

ଆପଣଙ୍କୁ ବହୁତ ପୂର୍ବରୁ କରାଯାଇଥିବା ପୁଞ୍ଜି ନିବେଶ (ଇନଭେଷ୍ଟମେଣ୍ଟ) ରୁ ଫାଇଦା ମିଳିପାରେ । ଏହି ସମୟରେ ଯଦି ଆପଣ କିଛି ବଡ ନିବେଶ (ଇନଭେଷ୍ଟମେଣ୍ଟ) କରନ୍ତି ତାହାଲେ ଆପଣଙ୍କୁ ସଫଳତା ମିଳିବାର ସୁଯୋଗ ଅଧିକ ରହିବ । ଅସୁବିଧା ସମୟରେ ଆପଣଙ୍କ ପରିବାରର ସଦସ୍ୟମାନେ ସହଯୋଗ କରିବେ ।

ସିଂହ ରାଶି

ଚନ୍ଦ୍ର ଗ୍ରହଣ ରେ ସିଂହ ରାଶିକୁ ବିଶେଷ କରି ଲାଭ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଯଦି ଆପଣ କାହାକୁ ପଇସା ଧାର୍ ଦେଇଛନ୍ତି ତାହେଲେ ସେହି ପଇସା ଆପଣକୁ ମିଳିବାର ସମ୍ଭାବନା ରହିଛି । ପରିବାର ସହିତ ଖୁସିରେ ଓ ଶାନ୍ତିରେ ସମୟ ବିତାଇ ପାରନ୍ତି ।

ମୀନ ରାଶି

ଏହି ରାଶିର ଲୋକମାନଙ୍କ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେଇପାରେ । ପରିବାରର ସଦସ୍ୟ ମାନଙ୍କର ସ୍ନେହ ମିଳିବା ସହିତ ଖୁସିରେ ରହିବେ । ବହୁ ଦିନରୁ ଦେଇଥିବା କରଜ ପଇସା ଫେରି ପାଇବାର ସମ୍ଭାବନା ରହିଛି । ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ଜ୍ଯୋତିଷ ସମ୍ବନ୍ଧୀୟ ପାଇଁ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *