ମଙ୍ଗଳବାରର ରାଶିଫଳ 9 ଜୁନ 2020, ହନୁମାନଙ୍କ କୃପାରୁ ଆଜି ହୀରା ଭଳି ଚମକିବ ଏହି 5ଟି ରାଶିର ଭାଗ୍ୟ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 9 ଜୁନ 2020 ମଙ୍ଗଳବାରର ରାଶିଫଳ ।

ମେଷ

ଏହି ରାଶିର ଲୋକ ମାନଙ୍କୁ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବ କିନ୍ତୁ ଆପଣଙ୍କ ରାଗ ଆପଣଙ୍କ କ୍ଷତିର କାରଣ ହୋଇ ପାରେ । ବେପାରୀ ନିଜ ବେପାରରେ ବିସ୍ତାର କରିବେ ଯେଉଁଥିରେ ତାଙ୍କୁ ବହୁତ ଲାଭ ହେବ । ଆପଣଙ୍କ ଖ୍ୟାତି ବଢିବ ଏବଂ ଆପଣ ଅନ୍ୟ ଲିଙ୍ଗର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବେ । ପାର୍ଟନରଙ୍କ ସହିତ କିଛି ଭଲ ସମୟ ଅତିବାହିତ କରିବା ପାଇଁ ସୁଯୋଗ ମିଳିବ । ପିତା ମାତାଙ୍କ ସହଯୋଗ ମିଳିବ । ଗରିବ ଏବଂ ଅସହାୟ ଲୋକଙ୍କୁ କମଳ ଦାନ କରିବା ଦ୍ଵାରା ହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ କୃପା କରିବେ ।

ବୃଷ

ଆଜିର ଦିନରେ ଆପଣ ବହୁତ ପରିଶ୍ରମ କରିବେ ଏବଂ ବ୍ୟସ୍ତ ମଧ୍ୟ ରହିବେ । ଆପଣଙ୍କ ସମ୍ପର୍କରେ ସୁଧାର ଆଣିବା ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଅଟକି ଥିବା କମ ପୂରଣ ହେବ । ଆପଣ ନିଜ କାମରୁ କିଛି ସମୟ ବାହାର କରି ନିଜ ଶରୀରକୁ ବିଶ୍ରାମ ଦେବା ବହୁତ ଆବଶ୍ୟକ ଅଟେ । ନିଜର ସମ୍ପର୍କୀୟ ମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ ଏବଂ ଖୁସି ମଧ୍ୟ ରହିବେ । ବସ୍ତ୍ର କିଣାକିଣିରେ ଅଧିକ ଖର୍ଚ ହୋଇପାରେ । ପରିବାରର କୌଣସି ବ୍ୟକ୍ତି ଆପଣଙ୍କ କଥାର କିଛି ଭୁଲ ଅର୍ଥ ବାହାର କରି ପାରନ୍ତି ।

ମିଥୁନ

ଆଜି ଆପଣଙ୍କୁ ବେପାର ଏବଂ କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିବ । ପାରିବାରିକ ଦାୟିତ୍ଵକୁ ଆପଣ ଠିକ ଭାବରେ ତୁଲାଇ ପାରିବେ । ଆପଣାକୁ ନିଜର ପରିଶ୍ରମର ଫଳ ମିଳିବ । ମାଆ ଙ୍କର ସହଯୋଗ ମିଳିବ । ପରିବାରରେ ସୁଖ ଏବଂ ଶାନ୍ତି ରହିବ । ଧନ ଲାଭ ମଧ୍ୟ ହେବ । ଆପଣ ନିଜର ଶତ୍ରୁ ମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ବନ୍ଧୁ ଏବଂ ଭାଇ ମାନଙ୍କ ଠାରୁ ସହଯୋଗ ମିଳିବ । କାମ କରିବାର ଉତ୍ସାହ କମିଯିବ ।

କର୍କଟ

ଏହି ରାଶିର ଲୋକଙ୍କୁ ଆଜି ମାତା ପିତାଙ୍କ ସମ୍ପୂର୍ଣ ସହଯୋଗ ମିଳିବ ଏବଂ ଭାଗ୍ୟ ମଧ୍ୟ ଆପଣଙ୍କ ସହିତ ରହିବ । କାର୍ଯ୍ୟକ୍ଷେତ୍ରରେ ସବୁକିଛି ଆପଣଙ୍କ ପହଞ୍ଚିବାରେ ହୋଇ ପାରେ ଏବଂ ଆପଣ ନିଜ ପାଇଁ ସଠିକ ବାତାବରଣ ତିଆରି କରିବାରେ ସଫଳ ହେବେ । ତର୍କ ବିତର୍କ ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ପାଇଁ ଠିକ ହେବ । ନୂଆ ବିଚାର ପାଇଁ ଚିନ୍ତିତ ରହିବେ । ହନୁମାନଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ । ଅଫିସରେ କ୍କିହହୀ ବିବାଦ ହୋଇ ପାରେ । ପରିବାରରୁ ମିଳୁଥିବା ଖୁସି କମ ହୋଇ ପାରେ ।

ସିଂହ

ଆଜି ଆପଣଙ୍କ କାର୍ଯ୍ୟ ନିଷ୍ଠା ଆପଣଙ୍କର ବିଜୟର କାରଣ ହେବ । କିଛି କାମ ଠିକ ଭାବରେ ଶେଷ ହେବ ଏବଂ ଆଉ କିଛି କାମ ଆପଣଙ୍କ ଭୁଲ ପାଇଁ ହେବା ଆଗକୁ ଅଟକି ଯାଇ ପାରେ । ସାମାଜିକ କ୍ଷେତ୍ରରେ କାମ କରିବା ଦ୍ଵାରା ପ୍ରତିଷ୍ଠା ଲାଭ ହେବ, ଯଶ ମିଳିବା କାରଣରୁ ଖୁସି ଅନୁଭବ କରିବେ । ବ୍ୟସ୍ତ ବହୁଳ ଦିନ ହେଲେ ମଧ୍ୟ ଆପଣ ନିଜକୁ ସକ୍ରିୟ ଏବଂ ଶକ୍ତିଶାଳୀ ପାଇବେ । କିଛି ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଭଲ ଖବର ପ୍ରାଧାନ୍ଯ ବିସ୍ତାର କରିବ । ସନ୍ତାନ ମାନଙ୍କ ଠାରୁ ଖୁସି ଖବର ମିଳିବ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ଖୁସି ଆଣି ଆସିବ । ଶତ୍ରୁ ମାନଙ୍କୁ ପରାସ୍ତ କରି ବିଜୟ ହାସଲ କରିବେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସବନ୍ଧିତ ସମସ୍ୟାର ସାମନା କରିବାକୁ ପଡିପାରେ । ବ୍ୟବସାୟରେ ନୂଆ ସୌଦା ହେବ । ଆର୍ଥିକ କାରବାର କରିବା ପାଇଁ ଆଜିର ଦିନଟି ଉଚିତ ଅଟେ ଏଥିପାଇଁ ଲାମ୍ବା ନିବେଶର ରାସ୍ତା ବାଛନ୍ତୁ ଯାହାଦ୍ୱାରା ହଠାତ ଧନ ଲାଭ ହେବ । ସନ୍ତୁଳିତ ଏବଂ ତାଜା ଖାଦ୍ୟ ଖାଆନ୍ତୁ ଏବଂ ଏହା ସହିତ ବ୍ୟାୟାମ ମଧ୍ୟ କରନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା

ଏହି ରାଶିର ଲୋକଙ୍କୁ ନୂଆ କାମ ପାଇଁ ପ୍ରସ୍ତାବ ମିଳିବ । ପରୀକ୍ଷାରେ ସଫଳ ହେବେ । କୌଣସି ଅଟକି ଥିବା କାମ ସମ୍ପୂର୍ଣ ହୋଇଯିବାରୁ ଆପଣ ବହୁତ ଖୁସି ହେବେ । ଲାଭକାରୀ ବାତାବରଣ ମିଳିବ । ଧନ ଲାଭ ହୋଇ ପାରେ । ପ୍ରିୟ ଲୋକଙ୍କ ସହିତ ଭେଟ ହୋଇ ପାରେ । ଆପଣଙ୍କର ଅଧିକ ଖର୍ଚ ହେବ ଏଥିପାଇଁ କୌଣସି ଅନାବଶ୍ୟକ ଖର୍ଚ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ ।

ବିଛା

ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ । କାର୍ଯ୍ୟରେ ଧୀରେ ଧୀରେ ଗତି ଆସିବ । କ୍ୟାରିୟରରେ ଆଗକୁ ବଢିବା ପାଇଁ କିଛି ନୂଆ ସୁଯୋଗ ମିଳିବ । ଭୂମି, ଘର ଏବଂ ପୁରୁଣା ନିବେଶରୁ ଲାଭ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଧିକାରଙ୍କ ଠାରୁ ସତର୍କ ରୁହନ୍ତୁ । ସାମାଜିକ କ୍ଷେତ୍ରରେ ଆପଣ ବହୁତ ସକ୍ରିୟ ରହିବେ । ଆଜି ଆପଣ ନିଜର ଲକ୍ଷକୁ ବହୁତ ଉଚ୍ଚରେ ପହଞ୍ଚାଇ ପାରିବେ ।

ଧନୁ

ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ । ଆବଶ୍ୟକ ଖର୍ଚ କାରଣରୁ ଆପଣଙ୍କୁ କାହା ଆଗରେ ହାତ ପତେଇବାକୁ ପଡିପାରେ । ଆପଣଙ୍କୁ ନିଜ ରାଗ ଉପରେ କାବୁ ରଖିବା ନିହାତି ଆବଶ୍ୟକ ଅଟେ । ସ୍ୱାସ୍ଥ୍ୟ ଭଲ ରହିବ । ନୂଆ ନିବେଶ କରିବା ପାଇଁ ଆଜି ଏକ ଭଲ ଦିନ ଅଟେ । ଆପଣଙ୍କ ଯୋଜନାରେ ଶେଷ ସମୟରେ ପରିବର୍ତ୍ତନ ହୋଇ ପାରେ । କାହା ସହିତ ବାଦ ବିବାଦ କରନ୍ତୁ ନାହିଁ ।

ମକର

ଆଜି ଆପଣଙ୍କ ମନ ପାଠ ପଢାରେ ଲାଗିବ । ଆପଣଙ୍କ ବୈବାହିକ ଜୀବନ ବହୁତ ଭଲରେ କଟିବ । ଶରୀରରେ ଆଳସ୍ୟ ବୃଦ୍ଧି ପାଇବ । କୌଣସି ପୁରୁଣା କାଗଜ, ଫାଇଲ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରେ । ଆଗାମୀ କିଛି ଦିନ ଭିତରେ ପରିସ୍ଥିତି ବଦଳି ପାରେ । ଏହା ପରେ ସମୟ ବହୁତ ଭଲ ରହିବ । କୌଣସି ବନ୍ଧୁଙ୍କ ସହଯୋଗରେ ଆୟ ବୃଦ୍ଧିର ସ୍ରୋତ ବିକଶିତ ହୋଇ ପାରେ ।

କୁମ୍ଭ

ଆଜି ଆପଣଙ୍କ ଘରେ ଭଲ ବାତାବରଣ ରହିବ ଏବଂ ଆପଣଙ୍କ ଶତ୍ରୁ ମାନଙ୍କର ଯୋଜନା ସଫଳ ହେବ ନାହିଁ । ଭୌତିକ ଖୁସି ମିଳିବ । ଅଫିସରେ ଜୁନିଅର ଙ୍କର ସହଯୋଗ ମିଳିପାରେ । ଦିନ ସାରା ସକାରାତ୍ମକ ଭାବନା ରଖନ୍ତୁ । ବ୍ୟବସାୟରେ ଲାଭ ହେବ ଯେଉଁଥି ପାଇଁ ଆପଣ ବହୁତ ଖୁସି ହେବେ । ଲଭ ଲାଇଫରେ ଛୋଟ ଛୋଟ କଥାରେ ଝଗଡା କରନ୍ତୁ ନାହିଁ । ଯଦି ଆପଣ କୌଣସି ଜିନିଷ କିଣିବା ପାଇଁ ଭାବୁଛନ୍ତି ତାହେଲେ ଭଲ ଭାବରେ ଦେଖି କିଣନ୍ତୁ ନହେଲେ ଧୋକା ହୋଇ ପାରେ ।

ମୀନ

ଆଜି ଆପଣଙ୍କୁ ପଇସା ସହିତ ଯୋଡି ହୋଇଥିବା ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବାକୁ ପଡିବ । ରାଜନୀତିରେ କୌଣସି ଉଚ୍ଚ ନେତାଙ୍କ ଆଶୀର୍ବାଦ ମିଳିବ । କୌଣସି ଅଟକି ଥିବା ଧନ ମିଳିବ । କାମ ପାଇଁ ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସିରେ କଟିବ । ନିଜ ଜୀବନ ସ୍ତରକୁ ସୁଧାରିବା ପାଇଁ ଆପଣଙ୍କୁ ସ୍ଥାୟୀ ପ୍ରୟୋଗରେ ଆବଶ୍ୟକ ବସ୍ତୁ ହିଁ କିଣିବା ଦରକାର । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *