78 ହଜାର ଟଙ୍କା ପ୍ରତି କିଲୋ ବିକ୍ରି ହୁଏ ଏହି ଗଧୀର କ୍ଷୀରରୁ ତିଆରି ପନିର, ଜାଣନ୍ତୁ ଏହାର ଖାସ ଗୁଣ ଓ ଲାଭ

ଆମ ଶରିରର ପୋଷକତତ୍ତ୍ୱ ର ଅଭାବକୁ ଦୂର କରିବା ପାଇଁ କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କ୍ଷୀର ଭିତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ୍ ଓ ଆଇରନ୍ ଭଳି ପୋଷକତତ୍ତ୍ୱ ଭରି ରହିଥାଏ । ଏହାଦ୍ଵାରା ଆମ ଶରିର ଶକ୍ତିଶାଳୀ ହୋଇଥାଏ । କ୍ଷୀରରୁ ବହୁପ୍ରକାର ଡେରି ଦ୍ରବ୍ୟ ତିଆରି କରାଯାଇଥାଏ । ଏହି କ୍ଷୀର ରୁ ତିଆରି ହୋଇଥିବା ପନୀର ବହୁତ ଲୋକପ୍ରିୟ ଅଟେ । ସାଧାରଣତଃ ପନୀର ଗାଈ ଓ ମଇଁଷି କ୍ଷୀର ରୁ ତିଆରି ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କେତେକ ଜାଗାରେ ଗଧୀର କ୍ଷୀରରେ ପନୀର ତିଆରି କରାଯାଇଥାଏ ।

ଭରତରେ ପନୀର ମାର୍କେଟରେ ୩୦୦ ରୁ ୬୦୦ ଟଙ୍କା ଭିତରେ ମିଳିଯାଇଥାଏ କିନ୍ତୁ ଆଜି ଆମେ ଆପଣକୁ ଏମିତି ଏକ ଗଧୀ କୁ ଦେଖାଇବାକୁ ଯାଉଛୁ କି ଯାହାର କ୍ଷୀର ରୁ ତିଆରି ପନୀର ୭୮ ହଜାର ଟଙ୍କା ପ୍ରତି କିଲୋ ବିକ୍ରି କରାଯାଉଛି । ଆପଣ ଭାବୁଥିବେ କି ସେହି ଗଧୀ କ୍ଷୀରରୁ ତିଆରି କରାଯାଇଥିବା ପନୀର ରେ ଏମିତି କଣ ରହସ୍ୟ ଅଛି ଯାହାକି ଏତେ ଟଙ୍କାରେ ବିକ୍ରି କରାଯାଉଛି । ପ୍ରକୃତରେ ଏହି ପନୀର ର କିଛି ଖାସ୍ ଗୁଣ ରହିଥିବାରୁ ପୁରା ଦୁନିଆରେ ଏହାର ଚାହିଦା ବଢି ଯାଇଛି । କିନ୍ତୁ ଏହାର ଉତ୍ପାଦନ ବିଷୟରେ କହିବାକୁ ଗଲେ କିଛି ଅଳ୍ପ ଦେଶରେ ହିଁ ଏହା ବିକ୍ରି କରାଯାଏ ।

ଏହି ଦେଶରେ ତିଆରି କରାଯାଇଥାଏ ପନୀର

ଏହି ପନୀର କୁ ୟୁରୋପୀୟ ଦେଶର ସର୍ବିଆ ରେ ତିଆରି କରାଯାଇଥାଏ । ଏହାର ଉତ୍ପାଦନ ଉତ୍ତର ସର୍ବିଆର ଜୈସାବିକା ନାମକ ଏକ ଫାର୍ମରେ କରାଯାଇଥାଏ । ଏହି ଫାର୍ମ ରେ ୨୦୦ ରୁ ଅଧିକ ଗଧ ପାଳନ କରାଯାଉଛି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଏହି ଗଧୀ ଦିନକୁ ଏକ ଲିଟର ରୁ କମ କ୍ଷୀର ଦେଇଥାନ୍ତି । ଏତେ କମ କ୍ଷୀର ସଂଗ୍ରହ ଯୋଗୁ ତିଆରି ହୋଇଥିବା ପନୀର ଏଠାରେ ବହୁତ ମହଙ୍ଗା ହୋଇଥାଏ । ଫାର୍ମରେ ଯେତିକି ଗଧୀ ଅଛନ୍ତି ସେମାନଙ୍କ ଠାରୁ କେବଳ ୧୫ କିଲୋ ପନୀର ତିଆରି କରାଯାଇଥାଏ ।

ଏହି ପ୍ରଜାତିର ଗଧୀଙ୍କ କ୍ଷୀର ହୋଇଥାଏ ପୃଷ୍ଟିକର

ଏହି ମହଙ୍ଗା ପନୀର କେବଳ ‘ବାଲକନ’ ଜାତୀୟ ଗଧୀମାନଙ୍କ ଠାରୁ ହିଁ ତିଆରି କରାଯାଇଥାଏ । ଏହି ପ୍ରଜାତିର ଗଧ କେବଳ ସର୍ବିଆରେ ଓ ମଣ୍ଟେନଗ୍ରୋ ରେ ହିଁ ମିଳିଥାନ୍ତି । ସର୍ବିଆର ପନୀର ଉତ୍ପାଦନ କରୁଥିବା ଚାଷୀ କୁହନ୍ତି ଯେ ଗୋଟେ ମଣିଷ ମା କ୍ଷୀରରେ ଯେଉଁ ପୌଷ୍ଟିକ ତତ୍ତ୍ୱ ଥାଏ ଏହି ଗଧୀ ର କ୍ଷୀର ରେ ସେହି ପୌଷ୍ଟିକ ତତ୍ତ୍ୱ ଥାଏ ତେଣୁ ଏହାର ଚାହିଦା ବହୁତ ଅଧିକ ହୋଇଥାଏ ।

ଏହି ରୋଗରୁ ମିଳିଥାଏ ଲାଭ

ବାଲକେନ ପ୍ରଜାତିର ଗଧୀ ମାନଙ୍କ ଠାରୁ ଉତ୍ପାଦନ କରାଯାଉଥିବା କ୍ଷୀର ଓ ପନୀର ଖାଇବା ଦ୍ୱାରା ଶ୍ଵାସ ରୋଗ ଓ ବ୍ରୋଙ୍କାଇଟିସ ଭଳି ରୋଗରୁ ମୁକ୍ତି ମିଳିଥାଏ । ଯେଉଁ ମାନଙ୍କୁ ଗାଈ କ୍ଷୀର ଖାଇବା ଦ୍ୱାରା ଆଲର୍ଜି ହୁଏ ସେମାନେ ଏହି ଗଧୀ ର କ୍ଷୀର ଓ ପନୀର ବ୍ୟବହାର କରିଥାନ୍ତି । ଏହି ଖାସ୍ ପନୀର ର ଉତ୍ପାଦନ ବହୁ କମ ମାତ୍ରାରେ ହୋଇଥାଏ ତେଣୁ ଏହାର ଚାହିଦା ଓ ଦର ଅଧିକ ହୋଇଥାଏ । ୨୦୧୨ ମସିହାରେ ଖବର ଆସିଥିଲା କି ଟେନିସ ଷ୍ଟାର ନୋବାକ୍ ଜୋକୋବିଚ ଏହି ପନୀର କୁ ବ୍ୟବହାର କରନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଏହି ଖାସ୍ ପନୀର ର ଚାହିଦା ଆହୁରି ମଧ୍ୟ ବଢିଯାଇଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *