ଗୋଟିଏ ମଣ୍ଡପରେ ହିଁ ଦୁଇଟି ଝିଅଙ୍କ ସହ ଯୁବକ ଜଣକ କଲେ ବିବାହ, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ…

ସବୁ ମଣିଷଙ୍କ ଜୀବନରେ ବିବାହର ବହୁତ ଗୁରୁତ୍ଵ ରହିଥାଏ । ସେଥିପାଇଁ ଠିକ ସମୟ ଆସିଲେ ଲୋକମାନେ ନିଜ ଜୀବନ ସାଥି ସହ ବୈବାହିକ ଜୀବନରେ ବାନ୍ଧି ହୋଇଥାନ୍ତି । ପୂର୍ବ କାଳରେ ରାଜା ମାହାରାଜ ମାନେ ୪-୫ ଟି ପତ୍ନୀ ରଖୁଥିଲେ । ହେଲେ ବର୍ତ୍ତମାନ ସମୟରେ ଗୋଟିଏ ଜୀବନ ସାଥି ସହ ବହୁତ ଖୁସିରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶର ଘୋର ଡୋଙ୍ଗରି ତହସିଲର ଫେରିୟା ଗାଁର । ତେବେ ଆସନ୍ତୁ ଜାଣିବା ଏହି ଭିନ୍ନ ବିବାହ ବିଷୟରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିନ୍ନ ବିବାହର ଫଟୋ

 

ମଧ୍ୟପ୍ରଦେଶର ଘୋରଡୋଙ୍ଗରି ତହସିଲର ଫେରିୟା ଗାଁରେ ଜଣେ ଯୁବକ ଦୁଇଟି ମହିଳାଙ୍କ ସହ ବିବାହ କରିଛି । ଏହି ଭିନ୍ନ ଧରଣର ବିବାହରେ ବିବାହ କରୁଥିବା ଦମ୍ପତ୍ତିଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକମାନେ ମଧ୍ୟ ସାମିଲ ଥିଲେ । ସାଧାରଣତଃ ମଣ୍ଡପରେ ଗୋଟିଏ ବର ଓ ଗୋଟିଏ ବୋହୁ ଥାନ୍ତି, ହେଲେ ଏହି କେସରେ ଜଣେ ଯୁବକ ଦୁଇଟି ମହିଳାଙ୍କ ସହ ବିବାହ କରିଛି ।

ଅନ୍ୟ ଏକ ଆଶ୍ଚର୍ଯ୍ୟ କଥା ହେଉଛି ବିବାହର ରୀତି ନୀତି ଅଲଗା ଅଲଗା ହୋଇ ନଥିଲା, ସବୁ ରୀତି ନୀତି ତିନି ଜଣଙ୍କର ଏକା ସହ ହୋଇଥିଲା । ବିବାହ ଠିକ ଭାବରେ ସଂପୂର୍ଣ୍ଣ ହୋଇଥିଲା । ବର୍ତ୍ତମାନ ଏହି ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ।

କେମିତି ହୋଇଥିଲା ଏହି ଭିନ୍ନ ବିବାହ


ଗ୍ରାମବାସୀଙ୍କ ସୂଚନା ଅନୁସାରେ ଫେରିୟା ଗାଁର ଅଧିବାସୀ ଯୁବକ ସନ୍ଦିପ ଭୋପାଳରେ ରହି ପାଠ ପଢୁଥିଲା, ସେହି ସମୟରେ ହେଷାଙ୍ଗାବାଦର ଏକ ଯୁବତୀଙ୍କ ସହ ତାର ପ୍ରେମ ହୋଇଯାଇଥିଲା । ଏହି ଦୁଇଜଣ ବିବାହର ସ୍ଵପ୍ନ ଦେଖିବା ଆରମ୍ଭ କରିଦେଇଥିଲେ । ଅନ୍ୟ ପକ୍ଷରେ ସନ୍ଦିପଙ୍କ ପରିବାର ଲୋକମାନେ କୋୟଲାରି ଗାଁର ଏକ ଯୁବତୀଙ୍କ ସହ ସନ୍ଦିପଙ୍କ ବିବାହ ପ୍ରସ୍ତାବ ପକ୍କା ନେଇଥିଲେ । ଏହା ପରେ ଏହି ତିନି ଜଣଙ୍କ ପରିବାର ଲୋକଙ୍କ ସମେତ ସମାଜର ଲୋକମାନେ ପଞ୍ଚାୟତ ବସାଇଥିଲେ ।


ଶେଷରେ ବହୁତ ବାଦ ବିବାଦ ପରେ ପଞ୍ଚାୟତର ଘୋଷଣା ଏହା ରହିଲା ଯେ, ଯଦି ଦୁଇଜଣ ମହିଳା ଯୁବକଙ୍କ ସହ ଖୁସିରେ ରହି ପାରିବେ ଓ ସେମାନଙ୍କର କୌଣସି ସମସ୍ୟା ଏହି ବିବାହ ପାଇଁ ନାହିଁ, ତେବେ ସେମାନେ ଏହି ବିବାହ କରି ପାରିବେ, ଏହା ପରେ ଝିଅ ଦୁଇଜଣ ମାନି ଯାଇଥିଲେ । ଯାହାଫଳରେ ସନ୍ଦିପ ନିଜ ପ୍ରେମିକା ଓ ଘର ଲୋକ ଠିକ କରିଥିବା ଝିଅ ସହ ବିବାହ କରିଥିଲା ।

ଅନ୍ୟ ପକ୍ଷରେ ଘୋରଡୋଙ୍ଗରିର ତହସିଲଦ୍ଵାର ମୋନିକା ବିଶ୍ଵକର୍ମାଙ୍କ ମତରେ ଆମେ ଏହିପରି କୌଣସି ବିବାହ ପାଇଁ ଅନୁମତି ଦେଇ ନାହୁଁ, ସେ ଆମର ବିନା ଅନୁମତିରେ ବିବାହ କରିଛନ୍ତି । ତେଣୁ ଯାଞ୍ଚ ପାଇଁ ପରିବାର ଲୋକ ମାନଙ୍କୁ ଆସିବାକୁ ହେବ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶରେ ଘଟୁଥିବା ସବୁ ଘଟଣା ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *