ଶୁକ୍ରବାରର ରାଶିଫଳ 10 ଜୁଲାଇ 2020, ମା ଦୂର୍ଗାଙ୍କ କୃପାରୁ ଆଜି ଏହି ୬ଟି ରାଶିଙ୍କ ହାତରେ ଲାଗିବ ସଫଳତାର ଚାବୀ, ହେବ ସବୁ କାମ ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 10 ଜୁଲାଇ 2020 ଶୁକ୍ରବାରର ରାଶିଫଳ ।

ମେଷ

ଆଜି କୌଣସି ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ଏହି ଯାତ୍ରା ସ୍ମରଣୀୟ ହେବା ସହିତ ମଜାଳିଆ ମଧ୍ୟ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ବହୁତ ଶକ୍ତିଶାଳୀ ଅନୁଭବ କରିବେ । କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହ ବଢିବ । କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରି ସୁଯୋଗ ମିଳିପାରେ । ଆପଣଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ଏବଂ ରୂପ ରଙ୍ଗକୁ ସୁଧାରିବା ପାଇଁ ପର୍ଯ୍ୟାପ୍ତ ସମୟ ରହିବ । ଆଜି ଧାର୍ମିକ ବିଚାର ସହିତ ଧାର୍ମିକ କାର୍ଯ୍ୟରେ ମଧ୍ୟ ଖର୍ଚ ହେବ ।

ବୃଷ

ଆଜି ସନ୍ତାନକ ସହଯୋଗ ମିଳିବ । ବୁଦ୍ଧି ଦ୍ଵାରା କାମରେ ସଫଳତା ମିଳିବ । ଆପଣଙ୍କ ବୈବାହିକ ଜୀବନରେ ରହିଥିବା କିଛି ସମସ୍ୟା ଆପଣଙ୍କ ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ କରିବାରେ ସାହାଯ୍ୟ କରିବ । ଆମଦାନୀ ବଢାଇବା ଚେଷ୍ଟାରେ ଆପଣଙ୍କୁ ଆଜି ନିହାତି ସଫଳତା ମିଳିବ । ଆତ୍ମସଂମ୍ମାନରେ ବୃଦ୍ଧି ହେବ । ପ୍ରେମ ଏବଂ ରୋମାନ୍ସ ଆପଣଙ୍କୁ ଖୁସି ରଖିବ । ଚାକିରିରେ ପରିବର୍ତ୍ତନ ମାନସିକ ଶାନ୍ତି ଦେବ ।

ମିଥୁନ

ଆଜି ଚାକିରିରେ ପ୍ରମୋଶନ ହେବାର ସମ୍ଭାବନା ଅଛି । ଆପଣଙ୍କୁ କିଛି ନୂଆ କାମ ମିଳିପାରେ । ସନ୍ତାନ ମାନଙ୍କ ବିଷୟରେ ମଧ୍ୟ ଆପଣ ବହୁତ ଚିନ୍ତା କରିବେ । ଆଜି ଆପଣଙ୍କର କୌଣସି କାମରେ କୌଣସି ବାଧା ଆସିବ ନାହିଁ । ମହିଳା ମାନେ ଆଜି ନିଜର କିଛି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ସନ୍ଧ୍ୟାରେ କିଣାକିଣି କରିବା ପାଇଁ ଯାଇ ପାରନ୍ତି । ଜୀବନସାଥିଙ୍କ ଭାବନାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ଆପଣଙ୍କ ପରିବାର ସହିତ ବହୁତ ଭଲ ସମୟ ଅତିବାହିତ କରିବେ ।

କର୍କଟ

ଆଜି ଆପଣଙ୍କର ଆକର୍ଷକ ଛବି ମନଚାହୁଁ ଥିବା ଫଳ ଦେବ । ସମ୍ପର୍କୀୟ ମାନଙ୍କ ସହିତ ହେବାକୁ ଥିବା ଭୁଲ ବୁଝାବଣାରୁ ଦୂରେଇ ରୁହନ୍ତୁ । ଚାକିରି କରିଥିବା ବ୍ୟକ୍ତିଙ୍କୁ ନିଜର ମାଲିକ କିମ୍ବା ସହକର୍ମୀଙ୍କ ସହିତ କୌଣସି ପ୍ରକାରର ଝଗଡା କରିବାରୁ ଦୂରେଇ ରୁହନ୍ତୁ । ଆବଶ୍ୟକ ଠାରୁ ଅଧିକ ଭାବୁକ ହେବା ଆପଣଙ୍କ ଦିନକୁ ଖରାପ କରି ପାରେ । ଆପଣଙ୍କର ଆଶା ଏବଂ ଇଛା ପ୍ରତି ଆତ୍ମବିଶ୍ଵାସ ବଢିବ । ଯଦି ଆପଣ ଅନ୍ୟର ପରାମର୍ଶ ମାନି ନିବେଶ କରିବେ ତାହେଲେ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି ।

ସିଂହ

ବୈଦେଶିକ ଦୃଷ୍ଟି କୋଣରୁ ଆଜି ଆର୍ଥିକ ପ୍ରଗତିର ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ସାବଧାନ ରୁହନ୍ତୁ । ଆଜି ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଧନ ଲାଭ ହେବା ସହିତ କୌଣସି ଅଟକି ଥିବା କାମ ପୁରା ହେବ । ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ । ଯାହା କାରଣରୁ ଆପଣଙ୍କୁ କେବେ ହେଲେ ବି ଆର୍ଥିକ ସମସ୍ୟା ହେବ ନାହିଁ । ହଠାତ ଯାତ୍ରା କାରଣରୁ ଆପଣ ଚାପର ଶିକାର ହୋଇ ପାରନ୍ତି ।

କନ୍ୟା

ଆଜି ଆପଣଙ୍କୁ ଜୀବନସାଥୀଙ୍କ ତରଫରୁ କିଛି ଭଲ ଉପହାର ମିଳିପାରେ । ମାନସିକ ଅସ୍ଥିରତା ଏବଂ ଦୋନ୍ଦ କାରଣରୁ ଆପଣ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେଇ ପାରିବେ ନାହିଁ । ଆପଣ ସେହି କାର୍ଯ୍ୟକଳାପରେ ଫସି ପାରନ୍ତି ଯେଉଁଥିରେ ଆପଣଙ୍କର ଆଗ୍ରହ ଅଛି । ଭଲ ଫଳ ପାଇଁ ନିବେଶ କରିବା ପୂର୍ବରୁ ସାବଧାନର ସହିତ ଭାବନ୍ତୁ । ଏକ ରୋମାଣ୍ଟିକ ଦୃଷ୍ଟି କୋଣରୁ ବୈବାହିକ ଜୀବନ ପାଇଁ ଦିନଟି ଭଲ ଅଛି । ଆପଣଙ୍କ ପିଲାମାନେ ମଧ୍ୟ ଘରେ ଖୁସି ଏବଂ ଆରାମଦାୟକ ବାତାବରଣକୁ ଅନୁଭବ କରି ପାରିବେ ।

ତୁଳା

ଆଜି ଆପଣ ଜୀବନସାଥିଙ୍କ ସହିତ ସ୍ମରଣୀୟ ସମୟ ବିତାଇ ପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନ ଭଲ ଅଛି । ବ୍ୟବସାୟୀ ମାନଙ୍କୁ ନିଜ ବେପାରର ସଞ୍ଚାଳନାର ବିସ୍ତାର କରିବା ଏବଂ ନିଜ ସଫଳତାକୁ ଦୁଇ ଗୁଣ କରିବାରେ ଅନେକ ସୁଯୋଗ ମିଳିବ । ପରିବାର ସହିତ କୌଣସି ଧାର୍ମିକ ଜାଗାକୁ ଯିବା ପାଇଁ ଯୋଜନା କରି ପାରନ୍ତି । ପରିଶ୍ରମ କରିବା ଦ୍ଵାରା ତାର ଭଲ ଲାଭ ମିଳିବ । ଆପଣ ବହୁତ ଶୀଘ୍ର କୌଣସି ଗାଡି କିଣି ପାରନ୍ତି । ପ୍ରିୟ ଲୋକଙ୍କ ସହିତ ଭେଟ ହେବ । ଦିନ ସାମାନ୍ୟ ରହିବ ।

ବିଛା

ଆପଣଙ୍କୁ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ପ୍ରତିଷ୍ଠାରେ ବୃଦ୍ଧି ହେବା ଦ୍ଵାରା ବହୁତ କାମ ସମ୍ପାଦିତ କରି ପାରିବେ । ପରିବାର ଲୋକଙ୍କ ସହିତ ହସ ଖୁସିରେ ଦିନ କାଟି ପାରନ୍ତି । ଆର୍ଥିକ ସଙ୍କଟ ଆସିପାରେ । କଥା ଏବଂ ବ୍ୟବହାରରେ ସଂଯମ ରଖିବା ଆବଶ୍ୟକ ଅଟେ । ଆପଣଙ୍କର ସବୁ ଚିନ୍ତା ଦୂର ହେବ । ଜୀବନସାଥିଙ୍କ ସହିତ ଆପଣ ବୁଲିବାକୁ ଯିବା ପାଇଁ ଯୋଜନା କରି ପାରନ୍ତି । ଲେଖନକାର୍ଯ୍ୟ ଏବଂ ସୃଜନାତ୍ମକ ପ୍ରବୃତି ପାଇଁ ଆଜିର ଦିନ ଶୁଭ ଅଟେ ।

ଧନୁ

ସନ୍ତାନଙ୍କ ଠାରୁ ଶୁଭ ସମାଚାର ମିଳିବ । ଆପଣଙ୍କ ଭବିଷ୍ୟତ ଦିନ ଲାଭ ଦୃଷ୍ଟିରୁ ବହୁତ ଲାଭଦାୟକ ହେବ । ଅଯୋଥାରେ ଧନ ଖର୍ଚ ହେବ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବାର ସମ୍ଭାବନା ଅଛି । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଏକ ଭଲ ଦିନ ଅଟେ । ଆପଣଙ୍କ ସାଥି ବହୁତ ରୋମାଣ୍ଟିକ ଅନୁଭବ କରିବେ । ପାରିବାରିକ କାମରେ ବ୍ୟସ୍ତ ରହିବେ । ଘୃଣାର ଭାବନା ମହଙ୍ଗା ପଡିପାରେ ଏବଂ ଏଥିରେ ଆପଣଙ୍କ ସହନଶକ୍ତିରେ କମି ଆସିବ ।

ମକର

ଆଜି ପେଟ ସମ୍ବନ୍ଧିତ ରୋଗ ଦେଖା ଦେଇ ପାରେ । ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢାରେ ଟିକେ କଷ୍ଟ ହେବ । କାର୍ଯ୍ୟ କ୍ଷେତ୍ରରେ ସବୁ କିଛି ଆପଣଙ୍କ ପକ୍ଷରେ ରହିବ । ଦୂର ସ୍ଥାନରୁ ସନ୍ଧ୍ୟା ସମୟରେ କିଛି ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି । ଶେୟାର ବଜାରରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ପ୍ରକୃତ ପ୍ରେମ ମିଳିବ ଏବଂ ଆପଣଙ୍କ ଜୀବନରେ କୌଣସି ନୂଆ ସାଥି ଆସି ପାରନ୍ତି । ହସ ମଜାକରେ କୁହାଯାଇ ଥିବା କଥାକୁ ନେଇ କାହା ଉପରେ ଅବିଶ୍ଵାସ କରନ୍ତୁ ନାହିଁ ।

କୁମ୍ଭ

ଆଜି ଆପଣଙ୍କୁ କୌଣସି ନା କୌଣସି କାରଣରୁ ମନରେ ଅସ୍ଥିରତା ରହିବ । ବିଶେଷ ଭାବରେ ସନ୍ତାନ ଏବଂ ସ୍ୱାସ୍ଥ୍ୟ ବିଷୟରେ ଆପଣ ଅଧିକ ଚିନ୍ତା କରିବେ । ଧନ ସମସ୍ୟା ହୋଇ ପାରେ । ଅଧିକ ଜିନିଷ କିଣିବା ଅପେକ୍ଷା ଆପଣଙ୍କ ପାଖରେ ଯାହା ବି କିଛି ଅଛି ତାହାର ଉପଯୋଗ କରନ୍ତୁ । ଆପଣଙ୍କୁ ଆପଣଙ୍କ ଘରେ ସବୁଠାରୁ ବାପା ମାଆଙ୍କର ସହଯୋଗ ମିଳିବ । ଯାହାଦ୍ୱାରା ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ରହିବ । ନକରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ ।

ମୀନ

ଆଜି ଆପଣ କାମରେ ବ୍ୟସ୍ତ ରହିବା କାରଣରୁ ନିଜ ଲୋକଙ୍କ ପ୍ରତି କମ ଧ୍ୟାନ ଦେବେ । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଖାସ ଅଟେ । ବୈଦୁକ ଚର୍ଚାରୁ ଦୂରେଇ ରୁହନ୍ତୁ । ଟ୍ୟାକ୍ସ ଏବଂ ଇଂସୁରାନ୍ସ ସହିତ ଯୋଡି ହୋଇଥିବା ମାମଲା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ଆଜି ଟଙ୍କା ସବନ୍ଧିତ କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । କୌଣସି ପ୍ରତିଯୋଗୀ ସ୍ଥିତିରେ ନିଜର କ୍ଷମତା ଦେଖାଇବାର ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *