ଗୋଟେ ଝଟକାରେ ପାକିସ୍ତାନ-ଚୀନ ସଫା, ଭାରତ କାଶ୍ମୀରରେ କରିଦେଲା ଖେଳ…

ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତ କାଶ୍ମୀରରେ ନିଜ କାମ ଆରମ୍ଭ କରିସାରିଛି ଯାହାକୁ ପାକିସ୍ତାନ ଓ ଚୀନ ଦେଖିଲେ ଚିନ୍ତାରେ ପଡିଯିବେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ପାକିସ୍ତାନରେ ହୋଇଥିବା ମୁସ୍ଲିମ ଦେଶ ଗୁଡିକର ବଡ ବୈଠକରେ ଚୀନ ସହ ଖେଳ ହୋଇଯାଇଛି । ଏଥର ଓଆଇସି ବୈଠକ ପାକିସ୍ତାନରେ ହୋଇଥିଲା । ପାକିସ୍ତାନ ଏଠାରେ ଏହି ବୈଠକର ଆୟୋଜନ କରିଥିଲା ।

ହେଲେ ଅଜଣାତରେ ପାକିସ୍ତାନ ଏହି ବୈଠକରେ ଚୀନକୁ ଡାକି ଫସେଇ ଦେଇଛି । ମିଡିଆ ରିପୋର୍ଟସ ଅନୁସାରେ ପ୍ରଥମ ଥର ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ହିନ ଏହି ବୈଠକରେ ସାମିଲ ହୋଇଥିଲେ । ହେଲେ ସେ ଏବେ ନିଶ୍ଚୟ ପସ୍ତାଉ ଥିବେ । ପାକିସ୍ତାନ ଅଧିକ ଚାଲାକ ହୋଇ ଏହି ବୈଠକରେ ଚୀନକୁ ଫସେଇ ଦେଇଛି ।

ପାକିସ୍ତାନ ପ୍ଳାନ କରିଥିଲା ଯେ, ଏହି ବୈଠକରେ ଚୀନକୁ ଡାକି କାଶ୍ମୀର ମାମଲା ବିଷୟରେ କଥା ଉଠେଇବ ଯାହାଫଳରେ ଚୀନ ଭାରତ ଉପରେ ଚାପ ପକାଇବ । ହେଲେ ଓଲଟା ଚୀନ ଉପରେ ଚାପ ପଡିଗଲା । କାଶ୍ମୀର କଥା କହି ପାକିସ୍ତାନ କାନ୍ଦି ଥିଲା ହେଲେ ଏହାର କୌଣସି ଲାଭ ପାକିସ୍ତାନକୁ ମିଳିଲା ନାହିଁ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସାଉଦୀ ଆରବ ଓ ଅମିରାତ ଜାମୁ କାଶ୍ମୀରର ଏକ ଇନଭେଷ୍ଟର ସମିଟରେ ଅଂଶ ଗ୍ରହଣ କରିଥିଲେ ।

ଏ ସବୁ ସେହି ସମୟରେ ହେଲା ଯେତେବେଳେ ପାକିସ୍ତାନରେ ଓଆଇସିର ବୈଠକ ଚାଲୁଥିଲା । କାଶ୍ମୀରରେ ହୋଇଥିବା ଏହି ଇନଭେଷ୍ଟର ସମିଟରେ ହଙ୍କକଙ୍ଗର ପ୍ରତିନିଧି ମଧ୍ୟ ସାମିଲ ଥିଲେ । ବିଶ୍ଵରେ ଓଆଇସିର ଚର୍ଚ୍ଚା ଯେତିକି ହେଉ ନାହିଁ ତା ଠାରୁ ଅଧିକ ପାକିସ୍ତାନରେ ହୋଇଥିବା ଏହି ଇନଭେଷ୍ଟର ସମିଟର ହେଉଛି । କାଶ୍ମୀରକୁ ଆସିଥିବା ସମସ୍ତ ବୈଦେଶିକ ପ୍ରତିନିଧି ଜାମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆଲୋଚନା କରିଥିଲେ ।

ମନୋଜ କହିଛନ୍ତି ଆସନ୍ତା 6 ମାସରେ ନିବେଶର ଆକଡା 17 ହଜାର କୋଟି ହେବାର ଆଶା ରହିଛି । ଏହି ନିବେଶରେ କାଶ୍ମୀରରେ ଜବରଦସ୍ତ ବିକାଶ ହେବ । ଦୀର୍ଘ ସମୟ ଧରି କାଶ୍ମୀରରେ ଯେଉଁ ନିବେଶର ଚର୍ଚ୍ଚା ଚାଲିଥିଲା ଏବେ ତାହା ଆରମ୍ଭ ହୋଇଯାଇଛି । ଏବେ ବନ୍ଧୁଗଣ କାଶ୍ମୀରର ବିକାଶ ହେବ । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *