ଆଗଧାଡ଼ିର ଅଭିନେତ୍ରୀ, ପଛ ଧାଡିର ଭୋଟର Archita Sahu, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଏବେ ଓଡିଶାରେ ପୌର ନିର୍ବାଚନର ସମୟ ଚାଲିଛି । ତେବେ ଏହି ପୌର ନିର୍ବାଚନରେ ଓଡିଶାର ତିନି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ନିଜ ପ୍ରାର୍ଥୀ ମାନଙ୍କୁ ଛିଡା କରାଇ ପ୍ରସାର ପ୍ରଚାର କରୁଛନ୍ତି । ପୌର ନିର୍ବାଚନରେ ଅନେକ ଲୋକ ଭୋଟ ଦେଉଛନ୍ତି । ତେବେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଭୋଟ ଦେବା ପାଇଁ ଆଗେଇ ଆସିଛନ୍ତି ।

ଆଗ ଧାଡିର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପଛ ଧାଡିର ଭୋଟର ଅଟନ୍ତି । ଅର୍ଚ୍ଚିତା ଭୋଟ ଦେଇ ଆସିବା ପରେ କେତେକ ଗଣମାଧ୍ୟମ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ଓ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଅର୍ଚ୍ଚିତା ସେହି ସାକ୍ଷାତ୍କାରରେ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଅର୍ଚ୍ଚିତା କହିଛନ୍ତି-‘ପ୍ରଥମ କଥା ତ ସମସ୍ତେ ନିଜ ଅଧିକାରୀ ସାବସ୍ଥ୍ୟ କରିବା ଉଚିତ । ଯେଉଁ ମାନେ 18 ବର୍ଷରୁ ଅଧିକ ସେମାନେ ଭୋଟ ଦେବା ଉଚିତ । ମୁଁ ବି ଆଜି ଭୋଟ ଦେଲି ଆଉ ଏକ ଭାରତୀୟ ନାଗରିକ ହିସାବରେ ମୁ ମୋ କର୍ତ୍ତବ୍ୟ ପାଳନ କଲି । ମୁ ସବୁବେଳେ ନ୍ଯୁଜ ଦେଖେ ଆଉ ଅପଡେଟ ରୁହେ ।

ଆଗକୁ ସେ କହିଛନ୍ତି-ମୁଁ କେବଳ ଏତିକି ଚାହୁଁଛି ଯିଏ ବି ଆସିବେ ଆମ ସମସ୍ତଙ୍କର, ଆମ ଏରିଆର ଓ ଆମ ଓଡିଶା ପାଇଁ ଭଲ କାମ କରିବେ । ଯିଏ ବି ଆସିବେ ମୁଁ ଆଶା କରୁଛି ସେ ନିଜର ବେସ୍ଟ ଦେବେ ଓ ଆମ ସମସ୍ତଙ୍କର ଉନ୍ନତି କରେଇବେ । ମୋର ଜାଗା ଯେଉଁଠି ଅଛି ତଥା ମୁଁ ଯେଉଁଠି ଭୋଟ ଦିଏ ସେ ଜାଗରୁ ମୋ ଶାଶୁ ଘର ଟିକେ ଦୂରରେ ଟିକେ ସମୟ ଲାଗିଲା ଆସିକି ଭୋଟ ଦେବା ପାଇଁ’ ।

ଆଗକୁ ସେ କହିଛନ୍ତି-‘ଆଗରୁ କିଏ ଆସୁଥିଲା କିଏ ଯାଉଥିଲା ଲୋକମାନେ ଅଧିକ ଗୁରୁତ୍ଵ ଦେଉ ନଥିଲେ ହେଲେ ଏବେ ଯୁବପିଢି ମାନେ ରାଜନୀତି ଉପରେ ସବୁ ଅପଡେଟ ରଖୁଛନ୍ତି । ତେଣୁ ଯୁବପିଢି ମାନେ ଏସବୁ କଥା ଜାଣିବା ନିହାତି ଆବଶ୍ୟକ ତା ହେଲେ ହିଁ ବିକାଶ ହେବ’ । ତା ହେଲେ ବନ୍ଧୁଗଣ ଅର୍ଚ୍ଚିତାଙ୍କ ଏହି ସାକ୍ଷାତ୍କାର ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *