ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାରତରେ ଏକ ଏପରି ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ ଯେଉଁଠି 42 ବର୍ଷ ପର୍ଯ୍ୟନ୍ତ ଟ୍ରେନ ଚାଲି ନଥିଲା । ଯେବେବି ଏହି ଷ୍ଟେସନରେ ଟ୍ରେନ ପହଞ୍ଚେ ସେତେବେଳେ ଟ୍ରେନ ଡ୍ରାଇଭର ଟ୍ରେନ ରୋକିବା ବଦଳରେ ଆହୁରି ଅଧିକ ଗତିରେ ଟ୍ରେନ ନେଇ ଚାଲିଯାନ୍ତି । ରେଳରେ ବସିଥିବା ସମସ୍ତ ଯାତ୍ରୀ ମାନେ ମଧ୍ୟ ଯେତେବେଳେ ଏହି ଷ୍ଟେସନ ଆସେ ସେତେବେଳେ ନିଜ ଖିଡିକି ବନ୍ଦ କରି ଭୟରେ ବସି ରୁହନ୍ତି ।
ଷ୍ଟେସନ ଗଲା ପରେ ଲୋକ ମାନେ ଶାନ୍ତିରେ ନିଶ୍ଵାସ ନିଅନ୍ତି ଆଉ ନିଜ ନିଜ ଖିଡିକି ଖୋଲି ବସନ୍ତି । ବନ୍ଧୁଗଣ ପ୍ରଥମେ କିଛି କର୍ମଚାରୀ ମାନଙ୍କୁ ସେହି ଷ୍ଟେସନରେ ନିଯୁକ୍ତି ଦିଆ ଯାଇଥିଲା ହେଲେ ପରେ ସମସ୍ତ କର୍ମଚାରୀ ଚାକିରି ଛାଡି ଦେଲେ । କର୍ମଚାରୀ ମାନେ କହୁଥିଲେ ଯଦି ଆମକୁ ଜବରଦସ୍ତି ସେହି ଷ୍ଟେସନରେ ନିଯୁକ୍ତ କରାଯିବ ତା ହେଲେ ଆମେ ଚାକିରି ଛାଡି ଦେବୁ । ଏହା ପରେ ସରକାର ଏହି ଷ୍ଟେସନକୁ ବନ୍ଦ କରିଦେଲେ ।
ୱେଷ୍ଟ ବେଙ୍ଗଲରୁ 260 କିଲୋମିଟର ଦୂରରେ ଥିବା ପୋରେଲିଆ ଜିଲ୍ଲା ବିଷୟରେ ଆମେ କହୁଛୁ । ଏହି ଜିଲ୍ଲାରୁ 50 କିଲୋମିଟର ଦୂରରେ ଏକ ଗାଁ ଅଛି ଯାହାର ନାମ ହେଉଛି ବେଗୁନକୋଡାର । ବେଗୁନକୋଡାରରେ ଏକ ରେଲୱେ ଷ୍ଟେସନ ଥିଲା ଯାହାକୁ ଭୁତିଆ ଷ୍ଟେସନ ବୋଲି କୁହାଯାଏ । 1962 ମସିହାରେ ଏହି ଷ୍ଟେସନ ନିର୍ମାଣ କରଯାଇଥିଲା ।
ଷ୍ଟେସନ ହେବା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା ହେଲେ 1967 ମସିହାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ସେହି ସମୟରେ ଏହି ଷ୍ଟେସନରେ ମୋହନ ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରଯାଇଥିଲା । ସେ ଥରେ ଦେଖିଲେ ଗୋଟେ ରେଳ ଆସୁଛି ଆଉ ରେଳ ଷ୍ଟେସନରେ ଗୋଟେ ଝିଅ ରେଳ ଗାଡି ସହିତ ଦୌଡୁଛି । ସେଦିନ ସେ ଏହାକୁ ଅଧିକ ଗୁରୁତ୍ଵ ଦେଲେ ନାହିଁ ହେଲେ ତା ପରଦିନ ସେ ପୁଣି ସେହି ଝିଅକୁ ରେଳ ଗାଡି ସହ ଦୌଡୁ ଥିବାର ଦେଖିଲେ ।
ଝିଅଟି ଏତେ ଦ୍ରୁତ ଗତିରେ ଦୌଡୁ ଥିଲା ଯେ, ଟ୍ରେନ ପଛରେ ରହିଗଲା । ଝିଅଟି ଶେଷରେ ରେଳ ଲାଇନରେ ଦୌଡିବାକୁ ଲାଗିଲା ଆଉ ଏ ଦୃଶ୍ୟ ଦେଖି ମୋହନଙ୍କ ଅବସ୍ଥା ଖରାପ ହେଇଗଲା । ଏମିତି କି ଅନେକ ଯାତ୍ରୀ ମାନେ ବି କହିଛନ୍ତି ଯେତେବେଳେ ବି ଟ୍ରେନ ଏହି ଷ୍ଟେସନ ଦେଇ ଯାଏ ଟ୍ରେନ ସାଇଡରେ ଗୋଟେ ଝିଅ ଦଉଡି ଦଉଡି ଯାଏ । ଅନେକ ଥର ଝିଅଟି ରେଳ ଲାଇନ ଆଉ ଷ୍ଟେସନରେ ନାଚେ ।
ଏହା ଦେଖିବା ପରେ ମୋହନ ନିଜ ଗାଁକୁ ପଳେଇଲେ ଆଉ କିଛି ଦିନ ପରେ ମୋହନଙ୍କର ମୃତ୍ୟୁ ହୋଇଗଲା ହେଲେ ମରିବା ପୂର୍ବରୁ ସେ ଗାଁ ଲୋକଙ୍କୁ ଏହା ବିଷୟରେ କହି ଦେଇଥିଲେ । ତେଣୁ ବନ୍ଧୁଗଣ ସେବେଠାରୁ ଏହି ଷ୍ଟେସନ ଆସିଲେ ଟ୍ରେନର ସ୍ପିଡ ଅଧିକ ହୋଇଯାଏ ଆଉ ଯାତ୍ରୀ ମାନେ ଖିଡିକି ବନ୍ଦ କରିଦିଅନ୍ତି ।