ମୃତ୍ୟୁର ଦ୍ଵୀପ ପ୍ଲୁବ୍ଲକେଲିଆ, ଏଠାରେ ଥରେ ଯାହାର ପାଦ ପଡିଛି ସେ ଆଉ ଫେରିନାହିଁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁନିଆରେ ଏଭଳି ଅନେକ ଦ୍ଵୀପ ରହିଛି ଯାହା ନିଜର ସୁନ୍ଦରତା ନିମନ୍ତେ ବିଖ୍ୟାତ । ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଦ୍ଵୀପ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ, ଯାହା କେବଳ ନିଜର ସୁନ୍ଦରତା ପାଇଁ ନୁହେଁ, ବରଂ ସବୁଠାରୁ ଭୟଙ୍କର ଦ୍ଵୀପ ଭାବରେ ମଧ୍ୟ ଜଣାଶୁଣା । ଇଟାଲୀରେ ସ୍ଥିତ ଏହି ଦ୍ଵୀପ କୁ ମୃ-ତ୍ୟୁର ଦ୍ଵୀପ ବୋଲି କୁହାଯାଏ । ୱିନେସିଆ ହ୍ରଦର ଉତ୍ତରରେ ଥିବା ଏହି ରହସ୍ୟମୟ ଦ୍ଵୀପ କୁ ଫ୍ଲୁବ୍ଲକେଲିଆ ଦ୍ଵୀପ ନାମରେ ମଧ୍ୟ ଜଣାଯାଏ ।

ତେବେ ଏଠାକୁ ଯିବା ଅର୍ଥ ମୃ-ତ୍ୟୁ କୁ ଆମନ୍ତ୍ରଣ କରିବା ସହିତ ସମାନ । କୁହାଯାଇଅଛି ଯେ ଏଠାକୁ ଯାଇଥିବା ଲୋକଙ୍କୁ ସେଠାରୁ ଫେରି ଆସିବା ନିମନ୍ତେ ବହୁତ ଅସୁବିଧା ହୋଇଥାଏ । ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ । ୧୦୦ ବର୍ଷ ପୂର୍ବେ ଏହି ଦ୍ଵୀପରେ ପ୍ଲେଗ ରୋଗୀ ଙ୍କୁ ଆଣି ମରିବା ନିମନ୍ତେ ଛାଡି ଜାଆନ୍ତି ।

ଯେଉଁ ଲୋକ ମରିଯାଉଥିଲେ ସେମାନଙ୍କୁ ଏଠାରେ ପୋତି ଦିଆଯାଉଥିଲା । ଏହି ଦ୍ଵୀପ ରେ ପ୍ଲେଗ ରୋଗୀ ଙ୍କ ସଂଖ୍ୟା ବହୁତ ବଢି ଯାଇଥିଲା । ଏଥି ନିମନ୍ତେ ପାଖାପାଖି ୧ ଲକ୍ଷ ୬୦ ହଜାର ରୋଗୀ ଙ୍କୁ ଜୀବନ୍ତ ଜଳାଇ ଦିଆଯାଇଥିଲା । ଏହାପରଠାରୁ ସେହି ଦ୍ଵୀପ କୁ ଯିବା ପାଇଁ ଲୋକମାନେ ଭୟକରିଲେ । ୧୯୨୨ ମସିହାରେ ଏହି ଦ୍ଵୀପରେ ମେଣ୍ଟାଲ ହସ୍ପିଟାଲ କରାଯାଇଥିଲା ।

କିନ୍ତୁ କିଛି ବର୍ଷ ପରେ ତାହାକୁ ବନ୍ଦ କରିଦିଆଗଲା । ବନ୍ଦ ହେବାର କାରଣ କୁହାଗଲା ଯେ ସେଠାରେ ଡାକ୍ତର ଙ୍କୁ ନେଇ ନର୍ସ ଏବଂ ରୋଗୀ ଙ୍କୁ କିଛି ଅସାମାନ୍ୟ ଜିନିଷ ଦେଖିବାକୁ ମିଳିଥିଲା । ଏହାପରେ ଇଟାଲୀ ସରକାର ଏହି ଦ୍ଵୀପକୁ ଜଣେ ବ୍ୟକ୍ତି ଙ୍କୁ ବିକ୍ରି କରିଦେଲେ । ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପରିବାର ଙ୍କ ସହିତ ସେଠାରେ କିଛିଦିନ ରହିଲେ । ଏହାପରେ ସେ ସେହି ଆଇଲ୍ୟାଣ୍ଡ କୁ ଛାଡି ଚାଲିଗଲେ । ଏହାପରେ ସେଠାକୁ ରହିବାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହିତ ମଧ୍ୟ କିଛି ଏଭଳି ହେଲା ଯେ ସେ ମଧ୍ୟ ସେହି ଆଇଲ୍ୟାଣ୍ଡ କୁ ଛାଡି ଚାଲିଗଲେ ।

ତେବେ ସେବେଠାରୁ ସେହି ଆଇଲ୍ୟାଣ୍ଡ ଖାଲି ପଡିଛି । ଏବଂ ମତ୍ସ୍ୟଜୀବୀ ମଧ୍ୟ ଏହି ଦ୍ଵୀପ ପାଖକୁ ମାଛ ଧରିବା ନିମନ୍ତେ ଜାଆନ୍ତି ନାହିଁ । କାରଣ ଅନେକ ଥର ସେମାନଙ୍କ ଜାଲରେ ମୃ-ତ ମଣିଷ ଙ୍କ ଶରୀର ଏବଂ କଙ୍କାଳ ଫସିଯାଇଥାଏ । ଏହି ଆଇଲ୍ୟାଣ୍ଡ ରେ ଅନେକ ମାତ୍ରାରେ ମଣିଷ କଙ୍କାଳ ରହିଥିବା ସୂଚନା ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *