ଆଶ୍ଚର୍ଯ୍ୟ I ସ୍ତ୍ରୀ ହାରୁଥିଲା ଜୀବନ, ସ୍ୱାମୀ କରୁଥିଲା ଭିଡିଓ, ମୃତ୍ୟୁ ପରେ ଶାଶୁ, ଶ୍ୱଶୁରଙ୍କୁ ଫୋନ୍ କରି କହିଲା ‘ମୁଁ ତୁମ ଝିଅକୁ ମାରିନି, ସେ ନିଜେ…’

ବନ୍ଧୁଗଣ, ଆଜି ଆମ୍ଭେ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ମାନେ କେବେ ଚିନ୍ତା କରିଥିବେ ଯେ ଜଣେ ସ୍ତ୍ରୀ କେତେବେଳେ ନିଜ ସ୍ଵାମୀ ଆଗରେ ଜୀବନ ହାରିବାକୁ ଉଦ୍ୟମ କରେ ଠିକ ସେତିକିବେଳେ ସ୍ଵାମୀ ଜଣଙ୍କ ତାକୁ ରକ୍ଷା କରିବା ବଦଳରେ ତଥା ତାର ମାନସିକତାକୁ ପରିବର୍ତ୍ତନ କରିବା ବଦଳରେ ତାହାର ଭିଡିଓ ସୁଟ କରେ ।

ଆଉ ଏଭଳି କରିବା ପଛର ଉଦେଶ୍ୟ ହେଉଛି ଯେ ପଛରେ କେହି ତାଙ୍କ ସ୍ଵାମୀ ଙ୍କୁ ନ କୁହନ୍ତି ଯେ ତା ସ୍ଵାମୀ ତାକୁ ହ-ତ୍ୟା କରି ଜୀବନ ହାରିବାର ରୂପ ଦେଉଛି । ସେଥିପାଇଁ ଏହି ସ୍ଵାମୀ ଜଣଙ୍କ ବହୁତ ସତର୍କ । ସ୍ତ୍ରୀ ର ମୃ-ତ୍ୟୁ ପରେ ଶାଶୁ ଶଶୁର ଙ୍କୁ ଫୋନ କରି ଜଣାଉଛନ୍ତି । ଏହାପରେ ଶାଶୁ ଶଶୁର ଘରକୁ ପହଞ୍ଚିବା ପରେ ଜ୍ଵାଇଁ ରେକରଡିଙ୍ଗ କରିଥିବା ଭି-ଡି-ଓ କୁ ଦେଖାଉଛି କହୁଛି ଯେ ଦେଖନ୍ତୁ ଆଜ୍ଞା ମୁଁ ଆପଣଙ୍କ ଝିଅ କୁ ହ-ତ୍ୟା କରିନି ସେ ନିଜେ ନିଜେ ଏଭଳି କରିଛି ।

ଏହା ପରେ ଶାଶୁଶଶୁର କହିଲେ ଯେ ତୁମେ ଏହି ଭି-ଡି-ଓ ଫାଇଲ କେଉଁଠାରୁ ? ଏହାପରେ ସ୍ଵାମୀ ଜଣକ କୁହେ ଏହି ଭି-ଡି-ଓ କୁ ମୁଁ କରିଛି, ସ୍ଵାମୀ ଜଣଙ୍କ କୁହନ୍ତି ଯେ ମୁଁ ଜାଣିଛି ଝିଅ ର ମୃ-ତ୍ୟୁପରେ ଆପଣ ମାନେ ଥାନାରେ ମୋ ନାମରେ ଅଭିଯୋଗ କରିବେ, ଏଣୁ ଏହା ହେଉଛି ତାହାର ପ୍ରମାଣ ଯେ ମୁଁ ଏଥିପାଇଁ ଦାୟୀ ନୁହେଁ । ଏହା ଶୁଣିଲା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଥିବେ ଯେ ଏ କେମିତିକା ସ୍ଵାମୀ ?

ତେବେ ଏହି ଘଟଣାଟି ହେଉଛି ଉତ୍ତର ପ୍ରଦେଶର କାନପୁରରେ । ତେବେ ଏହିଠାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି, ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଯେତେବେଳେ ଜୀବନ ହାରିବାକୁ ଉଦ୍ୟମ କରୁଛନ୍ତି ସେହି ସମୟରେ ସେ ଭିଡିଓ ରେକର୍ଡିଙ୍ଗ କରୁଛନ୍ତି । ଆଉ ତାଙ୍କ ପତ୍ନୀ ଙ୍କୁ ସେ ବଞ୍ଚାଇବା ନିମନ୍ତେ ଚେଷ୍ଟା କରୁନାହାଁନ୍ତି । ଏହି ବ୍ୟକ୍ତି ଙ୍କ ନାମ ହେଉଛି ସଞ୍ଜୟ ଗୁପ୍ତା, ସେ 5 ବର୍ଷ ତଳେ ସୋବିତା ଗୁପ୍ତା ଙ୍କୁ ବିବାହ କରିଥିଲେ । ମାତ୍ର କିଛି ଦିନ ହେବ ତାଙ୍କ ପରିବାର ଭିତରେ ଅଶାନ୍ତି ଥିଲା ।

ମଙ୍ଗଳବାର ସଞ୍ଜୟ ଙ୍କ ସହିତ ପ୍ରବଳ ଝଗଡା ହେବାପରେ ତାଙ୍କ ସ୍ତ୍ରୀ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ମାତ୍ର ଏହି ସମୟରେ ସ୍ଵାମୀ ନିଜ ସ୍ତ୍ରୀ ଙ୍କୁ ଅଟକାଇବା ପରିବର୍ତ୍ତେ ତାଙ୍କର ଶେଷ ଭି-ଡି-ଓ-ସୁ-ଟ କରିଥିଲେ । ପରିବାର ଲୋକେ ହସ୍ପିଟାଲ କୁ ଝିଅ କୁ ନେଇ ଗଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସୋବିତା ଙ୍କ ପରିବାର ଲୋକେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *