ଗୋଟିଏ ଅନାଥ ପିଲା କିପରି ବନିଗଲା 22 ଲକ୍ଷ କୋଟି ଟଙ୍କାର Company ର ମାଲିକ, ଜାଣନ୍ତୁ କିଏ ସେହି ଅନାଥ ପିଲା ? (Inspiring Story)

ବନ୍ଧୁଗଣ, ସାଧାରଣତଃ ଜୀବନ ସମସ୍ତଙ୍କ ପାଇଁ ସମାନ ହୋଇ ନଥାଏ । ଗରିବ ତଥା ମିଡିଲକ୍ଳାସ ପରିବାରରେ ଜନ୍ମ ନେବା ଆପଣଙ୍କର ଭୁଲ ନଥାଏ । ମାତ୍ର ସେହି ପରିବାରରେ ଜୀବନ ହରାଇବା ଏହା ଆପଣଙ୍କର ଏବଂ କେବଳ ଆପଣଙ୍କର ହିଁ ଭୁଲ ଅଟେ । ନିଜ ଜୀବନକୁ କୋଷିବା ଏବଂ ପରିସ୍ଥିତି ଖରାବ ବୋଲି କହିବା ବହୁତ ସହଜ ହୋଇଥାଏ । ଅଧିକାଂଶ ଲୋକେ ଏହା ହିଁ କରିଥାନ୍ତି । ମାତ୍ର ଏହି ଦୁନିଆରେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯିଏ କି ପରିସ୍ଥିତି ସାମ୍ନାରେ ତଳକୁ ମୁଣ୍ଡ ନୂଆଁଇ ନଥାନ୍ତି ।

ମାତ୍ର ପରିସ୍ଥିତି କୁ ନିଜ ସାମ୍ନାରେ ମୁଣ୍ଡ ନୂଆଁଇବାକୁ ମଜବୁର କରିଦେଇଥାନ୍ତି । ଆଜି ଆମ୍ଭେ ସେହିଭଳି ଏକ ପିଲାର କାହାଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ନିଜ ବଳରେ ଛିଡା କରିଦେଲା ୨୨ ଲକ୍ଷ କରୋଡର କମ୍ପାନୀ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଗୋଟିଏ ପିଲା ଯାହା ପାଖରେ ରହିବାକୁ ନା ଘର ଥିଲା ନା ଖାଇବାକୁ ଖାଦ୍ୟ ।

ତାଙ୍କ ପାଖରେ କିଛି ଥିଲା ତ ତାହା ହେଉଛି କେବଳ ସ୍ଵପ୍ନ । ପଇସା କମାଇବା ନିମନ୍ତେ ସେ କାରିଗର ଏବଂ ଆର୍ଟିଷ୍ଟ ମାନଙ୍କ ସହିତ କାମ କରୁଥିଲା । ପଇସା ତ କେବଳ ଏତିକି ହିଁ ମିଳୁଥିଲା ଯେ ଦୁଇ ବେଳା ର ରୋଟି ଖାଇପାରିବ । ଲୁଇ ବୁଟନ ନାମକ ଏହି ବ୍ୟକ୍ତି ଙ୍କ ଜନ୍ମ ୪ ଅଗଷ୍ଟ, ୧୮୨୧ ରେ ଫ୍ରାନ୍ସର ଆଞ୍ଚୟ ର ଗରିବ ପରିବାରରେ ହୋଇଥିଲା ।

ଲୁଇ ପିଲାଟି ଦିନରୁ ନିଜ ବାପା ଙ୍କ ସହିତ କାମ କରୁଥିଲା । ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ବାପା ସହିତ ମିଶି କାଠ ଏକତ୍ରିତ କରୁଥିଲା । ଯେତେବେଳେ ଲୁଇ ୧୦ ବର୍ଷ ର ହେଲା ସେତେବେଳେ ତାଙ୍କ ମା’ ଆର ପାରିକୁ ଚାଲିଗଲେ । ତାଙ୍କ ବାପା ଦ୍ଵିତୀୟ ବିବାହ କରିଲେ ଏବଂ ସାବତ ମା’ ଲୁଇ ଙ୍କୁ ଠିକ ସେ ନା ଖାଇବାକୁ ଦେଉଥିଲେ ନା ରହିବାକୁ ଦେଉଥିଲେ । ଏହାପରେ ଅତିରିକ୍ତ କଷ୍ଟ ହେବାରୁ ସେ ୧୩ ବର୍ଷର ବୟସରେ ଘର ଛାଡି ପ୍ୟାରିସ କୁ ଆସିଗଲେ ।

ସେ ପ୍ୟାରିସ ତ ପହଞ୍ଚିଗଲେ ମାତ୍ର ତାଙ୍କ ପାଖରେ ନା ଖାଇବାକୁ ଥିଲା ନା ପଇସା । ଏହାପରେ ତାଙ୍କୁ ଗୋଟିଏ ଆର୍ଟିଷ୍ଟ ଏବଂ କାରିଗର ପାଖରେ ଚାକିରୀ ମିଳିଗଲା । ସେ ବକ୍ସ ତିଆର କରିବାକୁ ଲାଗିଲେ । ତାଙ୍କୁ ମନସିଅର ନାମକ ଜଣେ ବ୍ୟକ୍ତି ନିଜ ପାଖରେ କାମ କରିବାକୁ ରଖିଲେ । ସେଠାରେ ସେ ଅନେକ ପ୍ରକାରର ବକ୍ସ ତିଆର କରିବାକୁ ଲାଗିଲେ ଏବଂ ସେ ବହୁତ ଗ୍ରାହକଙ୍କ ର ମନପସନ୍ଦ କାରିଗର ବନିଗଲେ । ଫ୍ରାନ୍ସ ର ମହାରାଣୀଙ୍କ ନିମନ୍ତେ ୧ ବର୍ଷ କାର୍ଯ୍ୟ କରିଲେ ।

ଏହାପରେ ସେ ନିଜର ଏକ ଦୋକାନ ଖୋଲିଦେଲେ । ବର୍ତ୍ତମାନ ସେ LV ନାମରେ ପରିଚିତ । ବାକ୍ସ ବନାଇବା ପରେ ସେ ହ୍ୟାଣ୍ଡବ୍ୟାଗ ବନାଇବା ଆରମ୍ଭ କରିଲେ । ସେତେବେଳେ ଏହା କୌଣସି ମୁଣ୍ଡ ବିନ୍ଧା ଠାରୁ କମ ନଥିଲା । କ୍ରମେ କ୍ରମେ ଲୁଇ ଙ୍କୁ ନିଜ ଦେଶ ବ୍ୟତୀତ ବିଦେଶରୁ ମଧ୍ୟ ଅଡର ଆସିବାକୁ ଲାଗିଲା ।

ଏହାକୁ ଦେଖି ଲୁଇ ନିଜର ଏକ shop ଲଣ୍ଡନ ରେ ମଧ୍ୟ ଖୋଲିଦେଲେ । ଏହାପରେ ସେ ଧୀରେ ଧୀରେ ଫେମସ ହେବାକୁ ଲାଗିଲେ । ମାତ୍ର ୭୨ ବର୍ଷ ରେ ସେ ଦେହତ୍ୟାଗ କରିଲେ । ମୃ-ତ୍ୟୁର କାରଣ ଏବେ ପର୍ଯ୍ୟନ୍ତ କାହାକୁ ଜଣା ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *