ଘରେ ଥିବା ଅବ୍ୟବହୃତ ମୋବାଇଲ ଫୋନକୁ ଦେବାକୁ ଅନୁରୋଧ କଲା ପୁ-ଲି-ସ, କାରଣ ଜାଣି ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ମହାମାରୀ ର ଏହି ଗମ୍ଭୀର ପରିସ୍ଥିତି ରେ ସରକାର ଲକଡାଉନ ଘୋଷଣା କରିଛନ୍ତି । ଯାହାଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଯେଉଁ କାରଣରୁ ପିଲା ମାନଙ୍କୁ ଅନଲାଇନ ପାଠ ପଢ଼ା ଯାଉଛି ।

ଏହି ଅନଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ମୋବାଇଲ ଏବଂ ଲାପଟପ ଦ୍ଵାରା ହେଉଛି । କିନ୍ତୁ କିଛି ଏଭଳି ଛୁଆ ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପାଖରେ ଲାପଟପ ତ ଦୂରର କଥା ମୋବାଇଲ ଖଣ୍ଡେ ମଧ୍ୟ ନାହିଁ । ଏହି କାରଣରୁ ସେହି ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି ଏବଂ ତାଙ୍କ ଶିକ୍ଷା ଉପରେ କୁପ୍ରଭାବ ପଡୁଛି । ଏଭଳି ପିଲାମାନେ ଶିକ୍ଷା ଦାନ ରୁ ବଞ୍ଚିତ ରହୁଛନ୍ତି ।

ତେବେ ଏଭଳି ଅସୁବିଧା ରେ ଥିବା ପିଲା ମାନଙ୍କ ପାଇଁ ଶିକ୍ଷା ଉପଲବ୍ଧି ନିମନ୍ତେ ଝାଡ଼ଖଣ୍ଡ ପୋ-ଲି-ସ ଏକ ଉଦ୍ୟମ ଭିନ୍ନ କରିଛି । ରାଜ୍ୟରେ ସରକାରୀ ବିଦ୍ୟାଳୟ ରେ ପ୍ରାୟ ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଗରିବ ପିଲା ଶିକ୍ଷା ଅଧ୍ୟୟନ କରୁଛନ୍ତି । ସେହି ପିଲା ମାନଙ୍କ ପାଖରେ ମୋବାଇଲ, ଲାପଟପ ଭଳି କୌଣସି ଡିଜିଟାଲ ଉପକରଣ ନାହିଁ ।

ଗତ ଦେଢ଼ ବର୍ଷ ଧରି ସେମାନଙ୍କ ଅଧ୍ୟୟନ ବାଧାପ୍ରାପ୍ତ ହୋଇଛି । ଏହିପରି ଗରିବ ପିଲା ମାନଙ୍କ ଅନଲାଇନ ଶିକ୍ଷା ନିମନ୍ତେ ଝାଡ଼ଖଣ୍ଡ ପୋ-ଲି-ସ, କମ୍ୟୁନିଟି ପୁ-ଲି-ସିଙ୍କ ଅଧିନ ରେ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି ।

ଡିଜିପି ନିରଜ ସିହ୍ନା ସମସ୍ତ ଜିଲ୍ଲା ର ଏସିପି ମାନଙ୍କୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଏବଂ ସେମାନଙ୍କ ପୁରୁଣା ସ୍ମାର୍ଟ ଫୋନ କୁ ପୋ-ଲି-ସ କୁ ଦାନ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଉଦ୍ୟମ ସଫଳ ହେବା ଦ୍ଵାରା ଦେଶର ସମସ୍ତ ଛୁଆ ଅନଲାଇନ ଶିକ୍ଷା ପାଇ ପାରିବେ ଏବଂ କୌଣସି ବି ପିଲା ଶିକ୍ଷା ରୁ ବଞ୍ଚିତ ହେବ ନାହିଁ । ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *