Amir ଙ୍କ ଡିଭୋର୍ସ କୁ ନେଇ ସୋସିଆଲ ମିଡିଆରେ କାହିଁକି ଟ୍ରେଣ୍ଡରେ ଅଛନ୍ତି Fatima Sana Shaikh, କଣ Fatima ଙ୍କ କାରଣରୁ ହେଲା Amir ଙ୍କ ଡିଭୋର୍ସ ? ଦେଖନ୍ତୁ ପୁରା ଘଟଣା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଆମୀର ଖାଁ ଙ୍କ ଫାନ୍ସ ମାନେ ସେହି ମୁହୂର୍ତ୍ତରେ ହିଁ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସେମାନେ ଖବର ଶୁଣିବାକୁ ପାଇଲେ । ଖବର ଏହା ହେଉଛି ଯେ, ଆମୀର ଖାଁ ନିଜ ପତ୍ନୀ କିରନ୍ ରାଓ ଙ୍କୁ ଛାଡ଼ପତ୍ର ଦେବାର ଘୋଷଣା କରିଛନ୍ତି ।

କିନ୍ତୁ ଏହାଠାରୁ ମଧ୍ୟ ଆଶ୍ଚର୍ଯ୍ୟଜନକ ବିଷୟ ଏହା ଯେ, ଆମୀର ଓ କିରନ୍ ଙ୍କ ଛାଡ଼ପତ୍ର ପରେ ସୋସିଆଲ ମିଡିଆ ଆମୀର ଖାଁ ଙ୍କ କୋଷ୍ଟାର ଫତିମା ସନା ଶେଖ ଟ୍ରେଣ୍ଡ ରେ ଅଛନ୍ତି ।
ସୋସିଆଲ ମିଡିଆ ରେ ଅନେକ ଦର୍ଶକ ଏହା କହୁଛନ୍ତି ଯେ, ଆମୀର ଖାଁ ଏବଂ କିରନ୍ ରାଓ ଙ୍କ ଛାଡ଼ପତ୍ର ପଛରେ ଅଭିନେତ୍ରୀ ଫତିମା ଙ୍କ ହାତ ରହିଛି । ଏହି ଯୋଡ଼ି ଙ୍କ ଛାଡ଼ପତ୍ର ପଛରେ ଆମୀର ଓ ଫତିମା ଙ୍କ ନିକଟତମ ବନ୍ଧୁତା କାରଣ ବୋଲି ଅନୁମାନ କରାଯାଉଛି । ଏହି ସ-ମ୍ବ-ନ୍ଧ-ରେ ଅନେକ ୟୁଜର ନିଜର ଭିନ୍ନ ମତ ପ୍ରକାଶ କରୁଛନ୍ତି ।

ଜଣେ ୟୁଜର କମେଣ୍ଟ ରେ ଆମୀର ଓ ଫାତିମା ଙ୍କୁ ଶୁଭେଚ୍ଛା ଦେବା ସହିତ ଲେଖିଛନ୍ତି ଯେ ଆଶା ରହିଛି ଏହି ଯୋଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ । ଅନ୍ୟ ଜଣେ ୟୁଜର କମେଣ୍ଟ ରେ ଲେଖିଛନ୍ତି ଯେ, ଆମୀର ଖାଁ ଙ୍କ ଆଗାମୀ ଟାର୍ଗେଟ ହେଉଛି ଫାତିମା । ଏହା ବ୍ୟତୀତ ଆଉ ଜଣେ ୟୁଜର କମେଣ୍ଟ ରେ ଲେଖିଛନ୍ତି କଣ କିରନ୍ ଙ୍କୁ ଛାଡ଼ପତ୍ର ଦେବା ପରେ ଫାତିମା ହେବେ ଆମୀର ଙ୍କ ତୃତୀୟ ପତ୍ନୀ?

ଏହିପରି ଭାବରେ ସୋସିଆଲ ମିଡିଆ ରେ ଅନେକ ୟୁଜର କମେଣ୍ଟ ମାଧ୍ୟମରେ ଅଭିନେତା ଆମୀର ଖାଁ ଓ ଫାତିମା ଙ୍କ ନାମ କୁ ଏକାଠି ଯୋଡୁଛନ୍ତି । ଯଦି ଅଭିନେତ୍ରୀ ଫାତିମା ସନା ଶେଖ ଙ୍କ ସ-ମ୍ବ-ନ୍ଧରେ କହିବା ତେବେ, ସେ ଫିଲ୍ମ ‘ଦଙ୍ଗଲ’ ରେ ଆମୀର ଖାଁ ଙ୍କ ଝିଅ ଅର୍ଥାତ ଗୀତା ଫୋଗାଟ ଙ୍କ ଭୂମିକା ରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଫାତିମା ‘ଚାଚି ୪୨୦’ ରେ ଛୋଟ ଝିଅ ଭୂମିକା ରେ ଅଭିନୟ କରିଥିଲେ । ଏହାଛଡା ସେ ଅନେକ ଟିଭି ସିରିଆଲ ରେ ମଧ୍ୟ ଅଭିନୟ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ ଯେ, ଆମୀର ଖାଁ ଓ ଫାତିମା ଙ୍କ ମଧ୍ୟରେ କଣ ସଂପର୍କ ରହିଛି । କିନ୍ତୁ ସୋସିଆଲ ମିଡିଆ ରେ ଅନେକ ୟୁଜର ଉଭୟ ଙ୍କୁ ଟ୍ରୋଲ କରୁଛନ୍ତି । ୫୬ ବର୍ଷ ବୟସ ର ଆମୀର ଖାଁ ଙ୍କ ଏହା ଦ୍ଵିତୀୟ ଛାଡ଼ପତ୍ର ଅଟେ । ସେ ୨୦୦୫ ମସିହାରେ କିରନ୍ ରାଓ ଙ୍କୁ ବିବାହ କରିଥିଲେ ।

ଏହା ପୂର୍ବରୁ ସେ ୧୯୮୬ ମସିହାରେ ରୀନା ଦତ୍ତା ଙ୍କୁ ବିବାହ କରିଥିଲେ । ରୀନା ଓ ଆମୀର ଙ୍କ ମଧ୍ୟରେ ୨୦୦୨ ମସିହାରେ ଛାଡ଼ପତ୍ର ହୋଇଥିଲା । ଏହି ଯୋଡ଼ି ଙ୍କ ଦୁଇଟି ସନ୍ତାନ ଅଛନ୍ତି । ଜୁନେଦ ଓ ଆଏରା ଖାଁ । ଆମୀର ଓ କିରନ୍ ସରୋଗେସି ମାଧ୍ୟମରେ ମାତାପିତା ହୋଇଥିଲେ । ତାଙ୍କ ପୁଅ ଙ୍କ ନାମ ହେଉଛି, ଆଜାଦ ରାଓ ଖାଁ । ଆମୀର ଙ୍କ ନୂଆ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଆସିବାର ରହିଛି । ଏହି ଫିଲ୍ମ ଏହି ବର୍ଷ କ୍ରିଷ୍ଟମାସ ରେ ରିଲିଜ ହେବାର ସମ୍ଭାବନା ରହିଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *