ଅଭିଭାବକଙ୍କୁ ବଡ଼ ଆଶ୍ଵସ୍ତି, ରାଜଧାନୀରେ ଘରୋଇ ସ୍କୁଲ୍ ଫିସ୍ ହ୍ରାସ କଲେ ସରକାର

ବନ୍ଧୁଗଣ ଭାରତ ହେଉଛି ଏକ ଏପରି ଦେଶ ଯେଉଁଠି ଗରିବ ଶ୍ରେଣୀର ଲୋକ ଅଧିକ ଓ ଧନୀ ଶ୍ରେଣୀର ଲୋକ କମ ଅଛନ୍ତି । ଗରିବ ଶ୍ରେଣୀ ଲୋକ ଅଧିକ ହୋଇଥିବାରୁ ସେମାନେ ନିଜ ପିଲା ମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ।

କାରଣ ବନ୍ଧୁଗଣ ପ୍ରାଇଭେଟ ସ୍କୁଲର ଫିସ୍ ବହୁତ ଅଧିକ ରହିଛି । ଗୋଟେ ଗରିବ ଲୋକ ନିଜ ଛୁଆର ଫିସ୍ ଦେବ ଯଦି ତା ହେଲେ ଖାଇବ କଣ । ସେଥିପାଇଁ ଅଧିକାଂଶ ଲୋକ ନିଜ ପିଲା ମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢାଉଛନ୍ତି । ବର୍ତ୍ତମାନ ଦେଶର ସ୍ଥିତି ଆହୁରି ଜଟିଳ ହୋଇଛି । କାରଣ କରୋନା ମହାମାରୀ ପାଇଁ ଲୋକ ମାନଙ୍କ ଜୀବିକା ଓ ଜୀବନ ଉପରେ ବହୁତ ଅଧିକ ପ୍ରଭାବ ପଡିଛି ।

ଏହି ସମୟରେ ଦିଲ୍ଲୀରେ ଏକ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ଘରୋଇ ସ୍କୁଲ ଫିସ୍ କୁ 15 ପ୍ରତିଶତ ହ୍ରାସ କରିଛନ୍ତି । ରାଜଧାନୀରେ ଘରୋଇ ସ୍କୁଲର ଫିସ୍ ହ୍ରାସ କରେଇବା ପାଇଁ ସରକାର ଗତ ଗୁରୁବାର ଦିନ ନିର୍ଦେଶ ଦେଇଛନ୍ତି ।


ଯଦି ଘରୋଇ ସ୍କୁଲ ଅଭିଭାବକଙ୍କ ଠାରୁ ଅଧିକ ଫିସ୍ ନେବ ତେବେ ତାଙ୍କୁ ଏହା ଫେରସ୍ତ କରିବାକୁ ପଡ଼ିବ କିମ୍ବା ପରବର୍ତ୍ତୀ ଶିକ୍ଷା ବର୍ଷରେ ଏହାକୁ ଆଡଜଷ୍ଟ କରିବାକୁ ପଡ଼ିବ । ଏହି ନିର୍ଦ୍ଦେଶ ୨୦୨୦ରୁ ୨୦୨୧ ଶିକ୍ଷା ବର୍ଷ ପାଇଁ ଲାଗୁ ହେବ । ୪୬୦ଟି ଘରୋଇ ସ୍କୁଲ ଉପରେ ଏହା ଲାଗୁ କରାଯିବ ବୋଲି ଜଣା ପଡିଛି ।

ବର୍ତ୍ତମାନ ଦେଶର ଅଧିକାଂଶ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ପରିକା ଶୋଚନୀୟ ପରିସ୍ଥିତିରେ ଅଭିଭାବକ ମାନଙ୍କ ପାଇଁ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ଘରୋଇ ଫିସ୍ କୁ ୧୫ ପ୍ରତିଶତ କମାଇବା ପାଇଁ ନିସ୍ପତି ନେଇଛନ୍ତି । ଯଦି ୨୦୨୦ ରୁ ୨୦୨୧ ଶିକ୍ଷା ବର୍ଷରେ ସ୍କୁଲ ଫିସ ମାସକୁ ୩ ହଜାର ତେବେ ଏହାକୁ ୧୫ ପ୍ରତିଶତ ହ୍ରାସ କରାଯାଇ ୨ ହଜାର ୫୫୦ ଟଙ୍କା ଦେବେ ଅଭିଭାବକ । ଏହା ସହ ଯେଉଁ ଛାତ୍ରଛାତ୍ରୀଙ୍କର ପୂର୍ବ ବର୍ଷ ଫିସ୍ ବାକି ରହିଛି ସେହି ଛାତ୍ରଛାତ୍ରୀ ମାନଙ୍କର ପାଠପଢାରେ ଯେପରି କୋଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ ସ୍କୁଲ ଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।


ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ଦିଲ୍ଲୀର ଘରୋଇ ସ୍କୁଲ ଗୁଡିକ ଅଭିଭାବକଙ୍କ ଠାରୁ ବାର୍ଷିକ ଏବଂ ବିକାଶ ଶୁଳ୍କ ନନେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ସ୍କୁଲ ଗୁଡିକୁ ବାର୍ଷିକ ଏବଂ ବିକାଶ ଶୁକ୍ଳ ନେବା ପାଇଁ ଅନୁମତି ଦେଇଥିଲେ ।

ହେଲେ ଏଥିରେ ୧୫ ପ୍ରତିଶତ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ବନ୍ଧୁଗଣ ଦିଲ୍ଲୀ ଅଭିଭାବକ ପାଇଁ ଏହା ହେଉଛି ଏକ ଖୁସିର ଖବର । ତା ହେଲେ ଓଡିଶାରେ ଏହି ନିୟମ ହେବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *