ରାଶିଫଳ 10 ମେ 2020, ସୂର୍ଯ୍ୟଦେବ କଲେ ରାଶି ପରିବର୍ତ୍ତନ, 5ଟି ରାଶିର ଫୁଲ ପରି ଫୁଟିବ ଭାଗ୍ୟ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 10 ମେ 2020 ରବିବାରର ରାଶିଫଳ ।

ମେଷ

ଏହି ରାଶିର ବ୍ୟକ୍ତି ଙ୍କୁ କାର୍ଯ୍ୟକ୍ଷେତ୍ରରେ ନିଜ ସହଯୋଗୀ ଙ୍କ ଠାରୁ ପୁରା ସହଯୋଗ ମିଳିବ । ଜୀବନସାଥୀ ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କ ଚେଷ୍ଟା ଆପଣଙ୍କର ବୈବାହିକ ଜୀବନରେ ବହୁତ ଖୁସି ଆଣିବ । ଆଜି ସମ୍ପର୍କୀୟ ମାନଙ୍କ ଠାରୁ ମତଭେଦ ଦୂର ହେବ । ସୂର୍ଯ୍ୟଦେବ ଙ୍କ କୃପାରୁ ଆପଣଙ୍କ ଆୟରେ ବୃଦ୍ଧି ହେବ । ବନ୍ଧୁ ନାକ ସହିତ ଝଗଡା ହୋଇପାରେ ।

ବୃଷ

ଏହି ରାଶିର ଲୋକଙ୍କୁ ଭଲ ଲୋକ ମାନଙ୍କ ପାଖରେ ରହିବା ଦ୍ଵାରା ବହୁତ ଲାଭ ହେବ । ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ଅଛି । ଆପଣଙ୍କର ବନ୍ଧୁତ୍ଵ ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବ ଏବଂ ଭବିଷ୍ୟତରେ ବି ସେ ଆପଣଙ୍କୁ ସାହାଯ୍ୟ କରିବେ । ଧନ ଲାଭ ହେବାର ଯୋଗ ଅଛି । କାମକୁ ନେଇ ଚିନ୍ତା ବଢିପାରେ । ବିବାଦ ହେବାର ମଧ୍ୟ ସମ୍ଭାବନା ରହିଛି । ଆପଣଙ୍କୁ ପରିବାର ଠାରୁ ସଂପୂର୍ଣ୍ଣ ସମର୍ଥନ ମିଳିବ ।

ମିଥୁନ

ଏହି ରାଶିର ଲୋକଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ଆଜି ଆପଣ ସାବଧାନ ର ସହିତ କାମ କରନ୍ତୁ । ଆପଣଙ୍କୁ ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ବଡ ଲୋକଙ୍କ ଠାରୁ ସଂମ୍ମାନ ମିଳିପାରେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ । ନିଜର କଥା ଉପରେ ନିୟତ୍ରଣ ରଖନ୍ତୁ । ଅସାବଧାନତା ପାଇଁ ଆପଣଙ୍କର କ୍ଷତି ହୋଇପାରେ । ଧର୍ଯ୍ୟର ସହିତ କାମ କରନ୍ତୁ ।

କର୍କଟ

ଆଜି ସୂର୍ଯ୍ୟଦେବ ଙ୍କ ଆଶୀର୍ବାଦରୁ ଆପଣଙ୍କର ସବୁ କାମ ସଫଳ ହେବ । ଚାକିରିରେ ପ୍ରମୋଶନ ହେବ । ଆପଣଙ୍କୁ ନିଜ ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ କିନ୍ତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏଥିପାଇଁ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣ ବହୁତ ଆଗକୁ ବଢିବେ । ଆପଣ ନିଜର ଯୋଜନା ଅନୁସାରେ କାମ କରିବେ ।

ସିଂହ

ଆଜି କାମରେ ବାଧା ସୃଷ୍ଟି ହୋଇ ପାରେ । ଚାକିରିରେ ପ୍ରମୋଶନ ହେବାର ସମ୍ଭାବନା ଅଛି । ଆଜି ହଠାତ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଯେଉଁ ଲୋକ ଆପଣଙ୍କୁ ଖରାପ ବାଟରେ ନେଇଯାଉ ଥିବେ ସେମାନଙ୍କ ଉପରେ ଆଜି ଧ୍ୟାନ ରଖନ୍ତୁ । କୌଣସି ନୂଆ କାମ କରିବା ପାଇଁ ଆଜିର ସମୟ ଭଲ ଅଛି । ଧାର୍ମିକ କାର୍ଯ୍ୟ ପାଇଁ ଅଧିକ ଖର୍ଚ ହୋଇ ପାରେ । ଶାରୀରିକ ଏବଂ ମାନସିକ ସ୍ଥିର ସହିତ ଆପଣ ସବୁ କାମ କରିବେ ।

କନ୍ୟା

ଏହି ରାଶିର ଲୋକ ଆଜି ନେବେଶ କରନ୍ତୁ ଆପଣଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣ କୌଣସି ଜିନିଷକୁ ହାସଲ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଆଜି ତାକୁ ହାସଲ କରିବେ । ଭୁଲ ବୁଝାବଣା ହୋଇ ପାରେ । ପ୍ରେମ ସବନ୍ଧରେ ଆପଣଙ୍କୁ ସଫଳତା ମିଳିପାରେ । ନିଜର ଭଲ ପାଇବାକୁ ପ୍ରକାଶ କରିବା ପାଇଁ ଆଜିର ଦିନଟି ବହୁତ ଭଲ ଅଛି ।

ତୁଳା

ଆଜି ଆପଣଙ୍କୁ ନିଜର ପରିଶ୍ରମ ହିସାବରେ କମ ଫଳ ମିଳିବ କିନ୍ତୁ ଆପଣଙ୍କ ଉପରେ ଥିବା ସବୁ କର୍ଜ ସୁଝି ଯିବ । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହେବା ସହିତ ଦରମା ମଧ୍ୟ ବଢିବ । ବନ୍ଧୁ ଙ୍କ ସହିତ ଆପଣ ଭଲ ସମୟ ବିତାଇବେ । ପଇସା ମାମଲାରେ କାହା ଉପରେ ବି ବିଶ୍ଵାସ କରନ୍ତୁ ନାହିଁ । ଚାକିରିରେ କାର୍ଯ୍ୟକୁଶଳତା ର ଲାଭ ହେବ । ଆପଣଙ୍କ ବ୍ୟବହାର ପାଇଁ ଆପଣଙ୍କୁ ପ୍ରଶଂସା ମିଳିପାରେ ।

ବିଛା

ଆଜି ଚାକିରିରେ ଆପଣଙ୍କର କାର୍ଯ୍ୟ ଭାର ବଢିବ । ବ୍ୟବସାୟ ଠିକ ଭାବେ ଚାଲିବ । ଯେଉଁ ଲୋକଙ୍କର କାହା ସହିତ ଲମ୍ବା ସମୟ ଧରି ସମ୍ପର୍କ ଥିବ ସେ ବିବାହ କଥାକୁ ଆଗକୁ ବଢାଇ ପାରନ୍ତି । ଜମିବାଡି କାମରେ ଆପଣଙ୍କୁ ସଫଳତା ମିଳିପାରେ । ଦାମ୍ପତ୍ୟ ଜୀବନ ବହୁତ ଖୁସିରେ କଟିବ । ସନ୍ଧ୍ୟାରେ ହଠାତ କୌଣସି ଖୁସି ଖବର ମିଳିବ ଯାହା ଦ୍ଵାରା ପୁରା ପରିବାର ବହୁର ଖୁସି ହେବେ ।

ଧନୁ

ଏହି ରାଶି ପାଇଁ ଆଜିର ଦିନଟି ବହୁତ ଭଲ ଅଛି । କିଛି ଖାସ ମାମଲାରେ ଆପଣଙ୍କର ଭୁଲ ହୋଇପାରେ । ବ୍ୟବସାୟ ଏବଂ ଚାକିରି ସହିତ ଯୋଡି ହୋଇଥିବା ଅଟକି ଥିବା ପଇସା ଆପଣଙ୍କୁ ଆଜି ମିଳିପାରେ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ ଏବଂ ବାପା ମାଆ ଙ୍କର ସହଯୋଗରେ ଆପଣ ଆର୍ଥିକ ସମସ୍ୟା ବାହାରିବାରେ ସଫଳ ହେବେ । ପିଲାଙ୍କ ସହିତ ବାଦ ବିବାଦ ହୋଇପାରେ । କିଛି ବିରୋଧୀ ଆପଣଙ୍କୁ ଭୁଲ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବେ ।

ମକର

ଯଦି ଆପଣ କୌଣସି ସମ୍ପତ୍ତି କୁ ହାସଲ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ସେଥିରେ ସଫଳ ହେବେ । କୌଣସି ବି ବ୍ୟକ୍ତିଙ୍କୁ ଆଜି ଧାର ଦିଅନ୍ତୁ ନାହିଁ । ଆପଣ କରୁଥିବା ଚେଷ୍ଟା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ଆପଣଙ୍କୁ ସଫଳତାର ନୂଆ ରାସ୍ତା ମିଳିବ । ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଅନୁବନ୍ଧ ହେବ । କୌଣସି ପ୍ରିୟ ଲୋକଙ୍କ ଠାରୁ ବିଶେଷ ସହଯୋଗ ମିଳିପାରେ ।

କୁମ୍ଭ

ଏହି ରାଶିର ଲୋକ ଆଜି ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ କ୍ଷତି ହେଇ ପାରେ । ଯଦି ଆଜି ଆପଣ ନିଜର ଯୋଜନା ଉପରେ ଆଉ ଠାରେ ବିଚାର କରି କାମ କରିବେ ତାହେଲେ ଆପଣଙ୍କୁ ନିହାତି ସଫଳତା ମିଳିବ । ସାହିତ୍ୟ ଏବଂ ଜ୍ଞାନବର୍ଦ୍ଧକ ପଢିବା ପାଇଁ ରୁଚି ବଢିବ । ଆପଣ ଶୀଘ୍ର ଆପଣଙ୍କର ଶତ୍ରୁକୁ ଚିହ୍ନି ପାରିବେ । ଲମ୍ବା ସମୟ ଧରି ଅଟକି ଥିବା ପଇସା ଆପଣଙ୍କୁ ମିଳିବ ।

ମୀନ

ଆଜି ଆପଣଙ୍କ ଜୀବନରେ ଆସିଥିବା ସବୁ ଖରାପ ଶକ୍ତି ନଷ୍ଟ ହୋଇ ଯିବ । ଚେଷ୍ଟା କରିବା ଲୋକର କେବେ ହେଲେ ବି ହାର ହୋଇ ନଥାଏ । ଯଦି କୌଣସି ସମସ୍ୟା ଅଛି ତାହେଲେ ତାକୁ ଶାନ୍ତିର ସହିତ କଥା ହୋଇ ସମାଧାନ କରନ୍ତୁ । ବ୍ୟକ୍ତିଗତ ମାର୍ଗଦର୍ଶନ ଆପଣଙ୍କ ସମ୍ପର୍କରେ ସୁଧାର ଆଣିବ । ସୂର୍ଯ୍ୟଦେବ ଙ୍କ କୃପାରୁ ଆପଣଙ୍କର ସବୁ ମନସ୍କାମନା ପୂର୍ଣ ହେବ ଏବଂ ନୂଆ ବନ୍ଧୁ ବି ହେବେ । ଆସୁଥିବା ସମୟ ଆପଣଙ୍କ ପାଇଁ ଆନନ୍ଦ ଦାୟକ ରହିବ । ଆପଣଙ୍କୁ ସଫଳ ହେବାରେ କେହି ହେଲେ ଅଟକାଇ ପାରିବେ ନାହିଁ । ପଢା ଲେଖାରେ ଆପାନଙ୍କ ରୁଚି ବଢିପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *