ଘରେ ରଖିଛନ୍ତି କି ଶଙ୍ଖ, ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ – Ajira Anuchinta

ବନ୍ଧୁଗଣ ଆଜି ଆମେ ଏହି ଲେଖାରେ ଜାଣିବା ଘରେ ଯଦି ଶଙ୍ଖ ରଖୁଛନ୍ତି , ତାକୁ କିପରି ରଖିବେ । ଘରେ ଶଙ୍ଖ ରଖିବାର ବହୁତ ମହତ୍ଵ ରହିଛି । ପ୍ରତି ଘରେ ଠାକୁର ଘରେ ଶଙ୍ଖ ଟିଏ ନିଶ୍ଚିତ ଥିବ । କିନ୍ତୁ ଶଙ୍ଖ ରଖିବା ଦ୍ଵାରା ତାକୁ ରଖିବାକୁ କେତେ ଗୁଡିଏ ନିୟମ ବି ଅଛି । ଯଦି ଆପଣ ସେହି ନିୟମ ପାଳନ କରୁନଥିବେ ଆପଣଙ୍କର ଅମଙ୍ଗଳ ମଧ୍ୟ ହୋଇପାରେ । ଯେମିତି ଆପଣମାନେ ସମସ୍ତେ ଜାଣିଥିବେ କି ଭଗବାନ ବିଷ୍ଣୁ ଙ୍କର ପ୍ରିୟ ବସ୍ତୁ ହେଉଛି ଶଙ୍ଖ । ଭଗବାନ ବିଷ୍ଣୁ ଙ୍କର ହାତରେ ସବୁବେଳେ ଶଙ୍ଖ ରହିଥାଏ ।

ଯେକୌଣସି ପୂଜାରେ ଯଦି ଶଙ୍ଖ ଫୁଙ୍କା ନ ଯାଏ ତେବେ ପୂଜାର ସମ୍ପୂର୍ଣ୍ଣ ଲାଭ ମିଳି ନଥାଏ । ଶଙ୍ଖ ବଜାଯିବା ଦ୍ଵାରା ଘରର ନକରାତ୍ମକ ଊର୍ଜା ଘରୁ ବାହାରୁକୁ ଚାଲିଯାଇଥାଏ । ସନ୍ଧ୍ୟା ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ । ସେଥି ପାଇଁ ତୁଳସୀ ମୂଳରେ ଯେବେ ସନ୍ଧ୍ୟା ଦିଆଯାଏ ତେବେ ଶଙ୍ଖ ଧ୍ୱନି କରା ଯାଇଥାଏ ।

ଶଙ୍ଖକୁ ଯେତେବେଳେ ଆପଣ ବଜାଉଛନ୍ତି ମନେରଖନ୍ତୁ ତିନିଥର ଆଉ ଅଧା ବଜାଇବେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଶୁଭ ହୋଇଥାଏ କିନ୍ତୁ ତିନି ଥରକୁ ଅଶୁଭ ମନାଯାଏ , ତେଣୁ ତିନିଥର ଅଧା ଅବା ସାଢେ ତିନିଥର ଶଙ୍ଖ ବଜାଇଲେ ବହୁତ ଶୁଭ ହୋଇଥାଏ ।

ଶଙ୍ଖ ବଜାଇବା ସମୟରେ ମନେ ରଖିବେ କେବେ ଅଧା କାଣ୍ଡୁଆ ଶଙ୍ଖ ବଜାଇବେ ନାହିଁ । ଯଦି ଆପଣଙ୍କର ଅଭ୍ୟାସ ନାହିଁ ବଜାଇବେ ନାହିଁ , କିନ୍ତୁ ସନ୍ଧ୍ୟା ସମୟରେ ଏହି ଭୁଲ କରିବେ ନାହିଁ । ସନ୍ଧ୍ୟା ସମୟରେ ଯଦି ଏପରି ଭୁଲ କରିବେ ହୁଏତ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ କେବେ ବି ପ୍ରବେଶ କରିବେ ନାହିଁ । ଯେଉଁ ଘରେ ଶଙ୍ଖ ନଥାଏ ସେ ଘରକୁ ମାତା ଲକ୍ଷ୍ମୀଙ୍କର କୃପା କେବେ ବି ମିଳିପାରେ ନାହିଁ । ସେ ଘରେ ସବୁବେଳେ ଧନର ଅଭାବ ଦେଖା ଦେଇଥାଏ ।

ଶଙ୍ଖକୁ ମନେ ରଖିଥାନ୍ତୁ ସବୁବେଳେ ଉଚ ସ୍ଥାନରେ ରଖିବେ , ଠାକୁର ଘରେ ସବୁବେଳେ ଉପରେ ରଖିବେ । କେବେ ବି ତଳେ ରଖିବେ ନାହିଁ । ଯଦି ଆପଣଙ୍କର ହାର୍ଟ ପ୍ରୋବ୍ଲେମ ଥାଏ, ପେଟ ଜନିତ ସମସ୍ୟା ଥାଏ ଶଙ୍ଖ ନିହାତି ବଜାଇବା ଦରକାର । ଶଙ୍ଖ ବଜାଇଲେ ହାର୍ଟ ଜନିତ ସମସ୍ୟା ଓ ପେଟ ଜନିତ ସମସ୍ୟାରୁ ନିଶ୍ଚିତ ମୁକ୍ତି ମିଳିବ । ଯେପରି ଗ୍ୟାଷ୍ଟିକ ଆଦି ସମସ୍ଯା ।

ଶଙ୍ଖକୁ ଆପଣ ଧରିବା ମାତ୍ରେ ପବିତ୍ର ହୋଇଥାନ୍ତି । ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ , ଏହାକୁ ଯଦି ଆପଣ ଧରିଲେ ଜାଣନ୍ତୁ ଆପଣ ପବିତ୍ର ହୋଇଗଲେ , କିନ୍ତୁ ଶଙ୍ଖ ଧରିବା ପୂର୍ବରୁ ନିଶ୍ଚିତ ଆପଣ ସ୍ନାନ କରିଥିବା ଦରକାର ଅବା ପବିତ୍ର ହୋଇଥିବା ଦରକାର ।

ଯଦି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଘରେ ଦୁଇଟି ଶଙ୍ଖ ରଖନ୍ତୁ । ଗୋଟିଏ ଶଙ୍ଖ ଠାକୁର ଘରେ ରଖନ୍ତୁ ଆଉ ଗୋଟିଏ ଶଙ୍ଖ ଦକ୍ଷିଣା ବର୍ତି ଶଙ୍ଖ ଘରେ ରଖନ୍ତୁ । ଏହା ଆପଣଙ୍କୁ ମାର୍କେଟରେ ମିଳିଯିବ । ଦକ୍ଷିଣା ବର୍ତି ଶଙ୍ଖ ଯେଉଁ ଘରେ ଥାଏ ସେ ଘର ସବୁବେଳେ ଧନ ଧାନ୍ୟରେ ପୂରଣ ରହିଥାଏ , ଏବଂ ସେ ଘରେ ସବୁବେଳେ ମଙ୍ଗଳ ହୋଇଥାଏ ଓ ଅଶୁଭ କେବେ ହୋଇ ନ ଥାଏ । ସେଥିପାଇଁ ଏହି ଦକ୍ଷିଣ ବର୍ତ୍ତୀ ଶଙ୍ଖକୁ ଘରେ ନିଶ୍ଚିତ ଆଣି ରଖନ୍ତୁ ।

 

ମନେ ରଖନ୍ତୁ ଯଦି ଘରେ ଭୁତ ପ୍ରେତର ଆଶଙ୍କା ଥାଏ ତେବେ ଘରେ ଶଙ୍ଖ ନିଶ୍ଚିତ ବଜାନ୍ତୁ । ଦେଖିବେ ଘରେ କୌଣସି ଖରାପ ଶକ୍ତି ବାସ କରିବେ ନାହିଁ । ମନେରଖନ୍ତୁ ଶଙ୍ଖ ଭିତରେ ପାଣି ରଖି ଯଦି ତାକୁ ପାଦୁକ ଭାବରେ ସେବନ କରିବେ ତେବେ ଆପଣଙ୍କୁ ଅନେକ ପ୍ରକାର ଶରୀର ରୋଗରୁ ମୁକ୍ତି ମିଳିଥାଏ । ସେଥିପାଇଁ ଚେଷ୍ଟା କରନ୍ତୁ ଶଙ୍ଖରେ ଥିବା ପାଣି ସବୁଦିନ ପିଇବା ପାଇଁ । ଶେଷରେ ଗୋଟେ କଥା ମନେ ରଖନ୍ତୁ ଖାଲି ଶଙ୍ଖ ଆଣି ରଖିବା ସବୁକିଛି ନୁହେଁ ତାକୁ ବଜାଇବା ଦରକାର , ଓ ସେଥିରେ ଯେପରି ଗୋଡ ନ ବାଜେ ।

ତେବେ ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *