ବୁଦ୍ଧିମାନ ଶିଶୁ ପାଇଁ ଗର୍ଭବତୀ ମାନେ ନିଶ୍ଚୟ ଖାଆନ୍ତୁ ଏହି 10 ଟି ଖାଦ୍ୟ – Baba Ramdev Health Tips

ସୁସ୍ଥ ଓ ବୁଦ୍ଧିମାନ ସନ୍ତାନ ଟେ ପାଇଁ ମା ର ଏକ ଦୁରୁତ୍ଵ ପୂର୍ଣ୍ଣ ଅନୁଦାନ ରହିଥାଏ । ଜଣେ ଗର୍ଭବତୀ ମହିଳା ପାଇଁ ପୌଷ୍ଟିକ ତତ୍ତ୍ୱ ଥିବା ଖାଦ୍ୟ ଓ ସନ୍ତୁଳିତ ଆହାର ନେବା ବହୁତ ଜରୁରୀ । କାରଣ ଭ୍ରୁଣ ର ବିକାଶ ପାଇଁ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ର ଆବଶ୍ୟକ ରହିଛି। ନଚେତ୍ ଆପଣଙ୍କ ର ହେବାକୁ ଥିବା ଶିଶୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯିବ । ଗର୍ଭାବସ୍ଥା ସମୟ ରେ ଖାଉଥିବା ଖାଦ୍ୟ ପଦାର୍ଥ ର ଧ୍ୟାନ ରଖିବା ଉଚିତ୍ , ଆପଣ ଖାଇଥିବା ଖାଦ୍ୟ ର ପ୍ରଭାବ ଆପଣଙ୍କ ଶିଶୁ ଉପରେ ପଡ଼ିଥାଏ । ଆସନ୍ତୁ ଜାଣିବା କିଛି ଖାଦ୍ୟ ପଦାର୍ଥ ବିଷୟରେ ଯାହାକୁ ସେବନ କଲେ ଆପଣ ଙ୍କ ଶିଶୁ ଟି ବୁଦ୍ଧିମାନ ହୋଇଥାଏ।

ପାଳଙ୍ଗ ଶାଗ : ସମସ୍ତ ପ୍ରକାରର ସବୁଜ ପରିବା ସହ ପାଳଙ୍ଗ ଶାଗ ର ସେବନ ଶିଶୁ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ ଆଦି ଅନେକ ପ୍ରକାର ଭିଟାମିନ ଥାଏ। ଯାହା ଶିଶୁ ର ମସ୍ତିଷ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ।

ଅଣ୍ଡା: ଗର୍ଭାବସ୍ଥା ସମୟ ରେ ଅଣ୍ଡା ର ସେବନ କରିବା ଉଚିତ୍। ଏଥିରେ ପ୍ରୋଟିନ, ମିନେରାଲ ସହ ପ୍ରଚୁର ପରିମାଣ ର ଭିଟାମିନ ଥାଏ। ଅଣ୍ଡା ରେ ଭିଟାମିନ D ଥାଏ ଯାହା ଶିଶୁ ର ମସ୍ତିଷ୍କ କୁ ବିକାଶ କରିବା ରେ ସାହାଯ୍ୟ କରେ। ତେଣୁ ଗର୍ଭାବସ୍ଥା ସମୟ ରେ ପ୍ରତିଦିନ ଗୋଟିଏ ଲେଖାଏ ଅଣ୍ଡା ର ସେବନ କରନ୍ତୁ ଯାହା ଆପଣ ଙ୍କ ଶିଶୁ କୁ ବୁଦ୍ଧିମାନ କରିଥାଏ।

ପେସ୍ତାବାଦାମ: ଗର୍ଭାବସ୍ଥା ସମୟ ରେ ପେସ୍ତାବାଦାମ ର ସେବନ ନିହାତି ଜରୁରୀ । ପେସ୍ତାବାଦାମ ରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ଥାଏ ଯାହା ଶିଶୁ କୁ ଇନ୍ଟେଲିଜେଣ୍ଟ ବନାଇଥାଏ । ପ୍ରତିଦିନ ରାତି ରେ ୪ ଟି ପେସ୍ତାବାଦାମ କୁ ପାଣି ରେ ଭିଜାଇ ରଖିଦେବେ ଓ ସକାଳେ ଏହାର ଚୋପା କୁ ବାହାର କରି ଖାଇବେ।

ଦହି: ଗର୍ଭାବସ୍ଥା ସମୟ ରେ ଦହି ର ସେବନ ଶିଶୁ ପାଇଁ ଜରୁରୀ , ଏଥିରେ ପ୍ରୋଟିନ ଥାଏ ଯାହା ଶିଶୁ କୁ ବୁଦ୍ଧିମାନ ବନାଏ । ପ୍ରତିଦିନ ଗୋଟେ ଗିନା ଫ୍ରେସ ଦହି ସେବନ କରିବା ଆବଶ୍ୟକ।

୫ ପ୍ରକାର ଡାଲି: ୫ ପ୍ରକାର ଡାଲି ର ସେବନ ଜଣେ ବୁଦ୍ଧିମାନ ଶିଶୁ ପାଇଁ ଦରକାର । ସମସ୍ତ ପ୍ରକାରର ଡାଲି ରେ ପ୍ରଚୁର ପରିମାଣ ର ପ୍ରୋଟିନ ଥାଏ ଯାହା ମସ୍ତିଷ୍କ ପାଇଁ ଜରୁରୀ।

କ୍ଷୀର: ଗର୍ଭାବସ୍ଥା ସମୟ ରେ କ୍ଷୀର ର ସେବନ କରିବା ଦ୍ୱାରା ପ୍ରୋଟିନ ଓ କ୍ୟାଲସିୟମ ଶିଶୁ କୁ ମିଳିଥାଏ। ଯାହା ଶିଶୁ ର ହାଡକୁ ମଜବୁତ୍ କରେ।

ତଟକା ଫଳ: ଗର୍ଭାବସ୍ଥା ସମୟ ରେ ତଟକା ଫଳ ର ସେବନ ଶିଶୁ ପାଇଁ ଭଲ ହୋଇଥାଏ । ଏଥିରେ ପ୍ରୋଟିନ ଓ ମିନେରାଲ ଥାଏ । ଫଳ ଖାଇବା ଦ୍ଵାରା ଆମର ପାଚନ ପ୍ରକ୍ରିୟା ମଧ୍ୟ ଠିକ୍ ରହେ।

ଅଖରୋଟ: ଗର୍ଭାବସ୍ଥା ସମୟ ରେ ଅଖରୋଟ ର ସେବନ କରିବା ଦ୍ୱାରା ଆପଣଙ୍କ ମୁଡ ଠିକ୍ ରହେ ଓ ଶିଶୁ ର ମସ୍ତିଷ୍କ କୁ ବୃଦ୍ଧି କରେ । ଏଥିରେ ପ୍ରୋଟିନ ଓ ଓମେଗା ୩ ରହିଛି ।

କଖାରୁ ମଞ୍ଜି: ଗର୍ଭାବସ୍ଥା ସମୟ ରେ ଭୋଜନ ସମୟ ରେ କିଛି କଖାରୁ ମଞ୍ଜି କୁ ସେବନ କରନ୍ତୁ। ଏଥିରୁ ପ୍ରଚୁର ପରିମାଣ ର ପୋଷକ ତତ୍ତ୍ୱ ମିଳିଥାଏ ଯାହା ଶିଶୁ ର ମସ୍ତିଷ୍କ ବୃଦ୍ଧି ରେ ସାହାଯ୍ୟ କରେ।

ସାମୁଦ୍ରିକ ମାଛ: ଗର୍ଭାବସ୍ଥା ସମୟ ରେ ସାମୁଦ୍ରିକ ମାଛ ର ସେବନ ଲାଭଦାୟକ ହୋଇଥାଏ, ଏଥିରେ ଆଇରନ ଓ ଓମେଗା ୩ ଥାଏ। ଯାହା ଶିଶୁ ର ମସ୍ତିଷ୍କ ର ବିକାଶ କରେ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *