ନିଜ ଫେସବୁକ ରେ ଦିଲ୍ଲୀ ସାମ୍ବାଦିକା Jagrati Shukla ଙ୍କ ଫଟୋ ଛାଡି ପୁଣି ଥରେ ଚର୍ଚ୍ଚାରେ Anubhav Mohanty

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଓ ଅଲିଉଡ କଳାକାରଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ନୂଆ ପରିଚୟ ସ୍ଥାପିତ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଅଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ପ୍ରସିଦ୍ଧି ଅଭିନେତା ଅନୁଭବ ମହାନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ଅନୁଭବ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଦର୍ଶକ ମାନେ ଅନୁଭବଙ୍କର ଷ୍ଟାଇଲ ଓ ଆକ୍ସନକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଅଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ପ୍ରଥମେ ଅନୁଭବ କେତେକ ଓଡିଆ ଆଲବମରେ ଅଭିନୟ କରିଥିଲେ । କିଛି ଓଡିଆ ଆଲବମରେ ଅଭିନୟ କରିବା ପରେ ଅନୁଭବ ଅଲିଉଡରେ ନିଜର ପ୍ରଥମ ଫିଲ୍ମ ‘ଆଇ ଲଭ ୟୁ’ରୁ ଡେବ୍ୟୁ କରିଥିଲେ ।

ଏହି ଫିଲ୍ମ ପରେ ଅନୁଭବ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ବଲିଉଡରେ ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବଙ୍କର ବିବାଦ ବହୁତ ଚର୍ଚାରେ ଥିଲା । ହେଲେ ବର୍ତ୍ତମାନ ଅନୁଭବ ଅନ୍ୟ ଏକ କାରଣ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି, ଆପଣ ମାନେ ନିଶ୍ଚୟ ଏହା ଜାଣିଥିବେ ଅନୁଭବ ଓ ବର୍ଷାଙ୍କର ବିବାଦ ମଧ୍ୟରେ ଏକ ଝିଅ ସାମ୍ନାକୁ ଆସିଥିଲା ।

ସେହି ଝିଅ ଜଣକ ହେଉଛନ୍ତି ଦିଲ୍ଲୀର ଜର୍ନାଲିଷ୍ଟ ଜାଗୃତି ଶୁକ୍ଲା । ଜାଗୃତି ହେଉଛନ୍ତି ଅନୁଭବଙ୍କର କଥାକଥିତ ପ୍ରେମିକା । ସେତେବେଳେ ଜାଗୃତି ଓ ଅନୁଭବଙ୍କୁ ନେଇ ମଧ୍ୟ ବହୁତ କଥା ଚର୍ଚାକୁ ଆସିଥିଲା । ସେତେବେଳେ ଅନୁଭବ ଓ ଜାଗୃତି ମୁମ୍ବାଇରେ ଏକା ସହ ରହୁଥିବାର ଓ ପରସ୍ପରକୁ ପ୍ରେମ କରୁଥିବା ଆଦି ବହୁତ କଥା ସାମ୍ନାକୁ ଆସିଥିଲା ।

ଏହି କିଛି ଦିନ ହେବ ଜାଗୃତି ନିଜର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ସେହି ଫଟୋରେ ଜାଗୃତି ଏକ ସମ୍ବଲପୁରୀ ଶାଢୀରେ ନଜର ଆସୁଛନ୍ତି । ସେହି ଫଟୋକୁ ଅନୁଭବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି, ପ୍ରାଇଡ ଅଫ ଓଡିଶା ଏବଂ ଧନ୍ୟବାଦ ଜାଗୃତି ଜି । ପୂର୍ବରୁ ଅନୁଭବ ଓ ଜାଗୃତିଙ୍କର ସମ୍ପର୍କକୁ ନେଇ ବହୁତ ଆରୋପ ଏବଂ ପ୍ରତ୍ୟାରୋପ ଆସିଛି ।


ହେଲେ ଅନୁଭବ ଜାଗୃତିଙ୍କୁ ଖୋଲା ଖୋଲି ରୂପେ ସୋସିଆଲ ମିଡିଆରେ ଧନ୍ୟବାଦ କହି ତାଙ୍କର ଫଟୋ ସେୟାର କରିଛନ୍ତି । ଜାଗୃତି ମଧ୍ୟ ଅନୁଭବଙ୍କୁ ଧନ୍ୟବାଦ କହିବାର ଗୁପ୍ତ ସୂଚନା ମିଳିଛି । ଅନୁଭବ ସବୁ କିଛି ଜାଣି ମଧ୍ୟ ଏମିତି କାହିଁକି କରୁଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ବର୍ତ୍ତମାନ ଅନୁଭବଙ୍କର ଏହି ମାମଲା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଚର୍ଚାରେ ରହିଛି । ଆଗକୁ ଜଣା ପଡିବ ଅନୁଭବ କରିଥିବା ଏହି କାମଟି ଭୁଲ ନା ଠିକ ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *