ଘରେ କୋରନା ରୋଗୀ ଥିଲେ କଣ କରିବେ, ଜାଣନ୍ତୁ କଣ କହୁଛନ୍ତି Physician Jayanta Panda, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଦେଶରେ ବ୍ୟାପୀ ଥିବା କୋରନା ମହାମାରୀ ର ଦ୍ଵିତୀୟ ଲହରୀ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି ମହାମାରୀ ରେ ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ହସ୍ପିଟାଲରେ ଆଇ ସି ୟୁ ଏବଂ ଅକ୍ସିଜେନ ର ଅଭାବ ମଧ୍ୟ ଦେଖିବାକୁ ମିଳୁଛି । ଏହି କାରଣରୁ ପ୍ରାୟତଃ ରୋଗୀ ହୋମ୍ ଆଇସୋଲେସନ ରେ ରହୁଛନ୍ତି । ଏଭଳି ପରିସ୍ଥିତି ରେ ରୋଗୀ ମାନେ ଜାଣି ପାରୁ ନାହାନ୍ତି ଯେ କଣ କରିବେ ଏବଂ କଣ ନୁହେଁ ।

ତେବେ ଏହି ସମ୍ବନ୍ଧରେ ଡା. ଜୟନ୍ତ ପଣ୍ଡା ନିଜର ମତ ପ୍ରକାଶ କରିଛନ୍ତି କି କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଥିବା ରୋଗୀ ଘରେ ଆଇସୋଲେସନ ରେ ରହିବା ସମୟରେ କଣ ସବୁ କରିବା ଆବଶ୍ୟକ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଡାକ୍ତର ଜୟନ୍ତ ପଣ୍ଡା ଙ୍କ ଅନୁସାରେ କୋରନା ମହାମାରୀ ରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନ ରେ ରହୁଥିବା ରୋଗୀ ଘର ଭିତରେ ଅଲଗା ରୁମ୍ ରେ ରହିବା ଆବଶ୍ୟକ । କୋରନା ରୋଗୀ ଙ୍କ ସହିତ ଅନ୍ୟ କୌଣସି ବ୍ୟକ୍ତି ନ ରହିବା ଉଚିତ । କାରଣ ଏହାଦ୍ବାରା ତାଙ୍କୁ ମଧ୍ୟ ସଂକ୍ରମଣ ହୋଇପାରେ ।

ଏହା ସହିତ କୋରନା ରୋଗୀ ଙ୍କ ପାଇଁ ସେପାରେଟ ବାଥରୁମ, ୱାସିଙ୍ଗ ବେସିନ ଆଦି ରହିବା ଆବଶ୍ୟକ । ସେମାନଙ୍କୁ ଯିଏ ବି ଖାଇବାକୁ ଦେବାକୁ ଯିବ ସେ ପିପି କୀଟ, ମାସ୍କ, ଗ୍ଲୋବସ୍ ପିନ୍ଧି ଯିବେ । ଏଭଳି ବିକଟ ପରିସ୍ଥିତି ରେ ବଡି କୁ ଯେତେ ସମ୍ଭବ ସେତେ କମ ଏକ୍ସପୋଜ ରଖିବା ଉଚିତ ।

କୋରନା ରୋଗୀ ଙ୍କୁ ସଠିକ ସମୟରେ ଖାଦ୍ୟ ଖାଇବା ଉଚିତ । ତାଙ୍କ ଡାଏଟ ରେ ଫଳ ମୂଳ, ପ୍ରୋଟିନ ଯୁକ୍ତ ଖାଦ୍ୟ, ଭିଟାମୀନ ସି, ଜିଙ୍କ ଆଦି ନିହାତି ରହିବା ଆବଶ୍ୟକ । ଏହା ସହିତ ପ୍ରଚୁର ପାଣି ପିଇବା ଆବଶ୍ୟକ । ପ୍ରତିଦିନ ଶରୀର ର ଟେଂପ୍ରେଚର ମାପିବା ନିହାତି ଜରୁରୀ ।

ଏହା ସହିତ ଯଦି ଘରେ ଥିବା କୌଣସି ବ୍ୟକ୍ତି ଙ୍କ ମଧ୍ୟରେ କୋରନା ରୋଗ ର କୌଣସି ବି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ସେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ନିଜର ଚିକିତ୍ସା କରାନ୍ତୁ । କୋରନା ମହାମାରୀ ର ଏହି ଦ୍ଵିତୀୟ ଲହରୀ ରେ ଲୋକମାନେ ଘରେ ରହିବା ସତ୍ତ୍ୱେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।

ତେଣୁ ସମସ୍ତଙ୍କୁ ଅନୁରୋଧ ସୁସ୍ଥ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ । ନିୟମିତ ମାସ୍କ ଓ ସାନିଟାଇଜର ର ବ୍ୟବହାର କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *