କରୋନା କାଳରେ ଆଗକୁ ଆସି କରୋନା ରୋଗୀଙ୍କୁ ସାହାର୍ଯ୍ୟ କରୁଛନ୍ତି Bollywood ଓ TV ଇଣ୍ଡଷ୍ଟ୍ରି ର ଏହି ସବୁ ଷ୍ଟାର, କିଏ ବନିଲା ଡାକ୍ତର ତ କିଏ ବନିଛି ଡ୍ରାଇଭର

ବନ୍ଧୁଗଣ ବର୍ତ୍ତମାନ ଦେଶରେ ବହୁତ ସମସ୍ୟା ଲାଗିରହିଛି । ଏହି ସମସ୍ତ ସମସ୍ୟା କରୋନା ମହାମାରୀ କାରଣରୁ ଲାଗି ରହିଛି । ଦିନକୁ ଦିନ କରୋନା ମହାମାରୀର କୋପ ବଢିବାରେ ଲାଗିଛି ଯାହାଫଳରେ ହଜାର ହଜାର ଲୋକ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । ବନ୍ଧୁଗଣ ବର୍ତ୍ତମାନର ସମୟରେ ସରକାରଙ୍କ ଛଡା ଅନ୍ୟ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ସାଧାରଣ ଲୋକଙ୍କର ସାହାର୍ଯ୍ୟ କରୁଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏହି କରୋନା ମହାମାରୀ ସମୟରେ ସାଧାରଣ ଲୋକ ମାନଙ୍କର ସାହାର୍ଯ୍ୟ କରିବା ପାଇଁ ରାସ୍ତା ଉପରକୁ ଓଲହାଇ ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋନୁ ସୁଦ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ କଳାକାର ସୋନୁ ସୁଦ । ଗତବର୍ଷ ସୋନୁ ବହୁତ ଲୋକଙ୍କ ସାହାର୍ଯ୍ୟ କରିଥିଲେ ଓ ବାହାର ରାଜ୍ୟରେ ଥିବା ଲୋକ ମାନଙ୍କୁ ତାଙ୍କ ଘରକୁ ପଠାଇ ଥିଲେ । ଏହା ସହିତ ଅନେକ ବେରୋଜଗାର ଲୋକ ମାନଙ୍କୁ ଚାକିରି ଦେଇଥିଲେ । ସୋନୁ ସୋସିଆଲ ମିଡିଆ ଦ୍ଵାରା ଲୋକ ମାନଙ୍କ ସମସ୍ୟାକୁ ଜାଣି ପାରୁଛନ୍ତି ଓ ସେମାନଙ୍କ ସାହାର୍ଯ୍ୟ କରୁଛନ୍ତି । ସୋନୁ ଲୋକ ମାନଙ୍କ ପାଇଁ ମେଡିକାଲ ସୁବିଧା ଉପରେ ଅନେକ ସାହାର୍ଯ୍ୟ କରୁଛନ୍ତି ।

ବିନୀତ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ବିନୀତ କୁମାର । ବିନୀତ କୁମାର ଏକ ଅଭିନେତା ହେବା ସହିତ ଜଣେ ଡାକ୍ତର ମଧ୍ୟ ଅଟନ୍ତି । ବିନୀତ ଏହି କିଛି ଦିନ ତଳେ କରୋନା ମହାମାରୀର ଚାପରେ ଆସିଯାଇଥିଲେ ହେଲେ ବର୍ତ୍ତମାନ ସେ ସୁସ୍ଥ ହୋଇସାରିଛନ୍ତି ଓ ସୋସିଆଲ ମିଡିଆରେ ଲୋକ ମାନଙ୍କୁ ଏହି ଭାଇରସର ମୁକବାଲା କରିବା ପାଇଁ ବହୁତ ସାହସ ଦେଉଛନ୍ତି । ସେ ସୋସିଆଲ ମିଡିଆରେ ସାଧାରଣ ଲୋକ ମାନଙ୍କୁ ଅନଲାଇନ ଗାଡି କରୁଛନ୍ତି । ଦେଶରେ ତାଙ୍କର ଅନେକ ଡାକ୍ତର ସାଙ୍ଗ ଅଛନ୍ତି । ସେମାନଙ୍କ ଦ୍ଵାରା ବିନୀତ ଲୋକ ମାନଙ୍କର ସହାୟତା କରୁଛନ୍ତି ।

ପ୍ରୀତି ବର୍ଦ୍ଧନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ହିମାଚଳ ପ୍ରଦେଶର ପ୍ରୀତି ବର୍ଦ୍ଧନ । ପ୍ରୀତି ହିମାଚଳ ପ୍ରଦେଶରେ ନର୍ସିଙ୍ଗର ପାଠ ପଢିଛନ୍ତି । ସେ ବର୍ତ୍ତମାନ କୋଭିଡ ସେଣ୍ଟରରେ ରହି ସାଧାରଣ ଲୋକ ମାନଙ୍କର ସହାୟତା କରୁଛନ୍ତି । ସେ ଲୋକ ମାନଙ୍କର ଚିକିତ୍ସା କରିବା ସହିତ ତାଙ୍କୁ ଏହି ଭାଇରସ ଠାରୁ ଲଢିବା ପାଇଁ ବହୁତ ସାହସ ଦେଉଛନ୍ତି ।

ଅର୍ଜୁନ ଗୌଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କନ୍ନଡା ଅଭିନେତା ଅର୍ଜୁନ ଗୌଡା । ଅର୍ଜୁନ ଏହି କିଛି ଦିନ ହେବ ଆମ୍ବୁଲାନ୍ସ ଡ୍ରାଇଭର ହୋଇ ଜଣ ସାଧାରଣ ମାନଙ୍କର ସାହାର୍ଯ୍ୟ କରୁଛନ୍ତି ।

ଏହା ଉପରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *