Vastu Tips- ମୟୁର ପର ଘରେ କେଉଁଠି ରଖିଲେ 10 ଗୁଣା ବଢିଥାଏ ଧନ

ଆଜିର ଏହି ମହଙ୍ଗା ଦୁନିଆରେ ଧନ ହିଁ ଲୋକମାନଙ୍କ ପାଇଁ ଭଗବାନ ପାଲଟି ଗଲାଣି । ଆଜି କାଲିର ଲୋକମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହା ଖର୍ଚ୍ଚ ହୋଇ ଯାଉଛି । ଆଜିର ଯୁଗରେ ଖୁବ କମ ଲୋକ ଏମିତି ଥିବେ ଯାହାକୁ ଟଙ୍କାର ଅଭାବ ହେଉ ନଥିବ । ଯଦି ବି କାହା ପାଖରେ ଅଧିକ ଧନ ରହିଛି ସେମାନଙ୍କର ଆହୁରି ଅଧିକ ଟଙ୍କା କମାଇବାର ଇଚ୍ଛା ରହୁଛି । ଧନର ଲୋଭ ଏମିତି ହିଁ ହୋଇଥାଏ କି ଯେତେ ଥିଲେ ମଧ୍ୟ ମନ ଭରେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହା ଦ୍ଵାରା ଟଙ୍କା ଆସିବାର ବାଟ ଖୋଲିଯିବ ଓ ତାହା ବହୁତ ଦିନ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ରହିବ । ତେବେ ଏଥିପାଇଁ ଆପଣଙ୍କୁ କେବଳ ୩ ଟି ମୟୁର ପର ଦରକାର । ଏହାର ବ୍ୟବହାର କେମିତି କରିବେ ତାହା ଆମେ ଆପଣଙ୍କୁ କହିବୁ ।

ଆପଣ ମାନେ ଜାଣି ରଖନ୍ତୁ ଯେ ଏହି ମୟୁର ପର କଣ ଅଟେ । ଏହା ଏକ ଚମତ୍କାରୀ ଯନ୍ତ୍ର ଅଟେ ଓ ଏହା ତନ୍ତ୍ର ବିଦ୍ୟାରେ ବହୁତ କାମରେ ଆସିଥାଏ । କେବଳ ଏବେ ନୁହେଁ ବରଂ ପ୍ରାଚୀନ କାଳରୁ ଏହାର ବ୍ୟବହାର କରା ଯାଉଛି । ଜ୍ଯୋତିଷ ଶାସ୍ତ୍ରରେ ଏହାର ବ୍ୟବହାର ଉଲ୍ଲେଖ ଅଛି । ଭଗବାନ କୃଷ୍ଣ ଙ୍କ ମୁକୁଟରେ ମୟୁର ପର ର ବ୍ୟବହାର ହୋଇଥାଏ ।

ଏହି ମୟୁର ପର ବିଦ୍ୟା ଦେବୀ ସରସ୍ଵତୀ, ଧନ ଦେବୀ ମାତା ଲକ୍ଷ୍ମୀ, ଶ୍ରୀ କୃଷ୍ଣ, କାର୍ତ୍ତିକ, ହନୁମାନ ସମସ୍ତଙ୍କ ସହିତ ଯୋଡା ଯାଇଥାଏ । ଏହି ମୟୁର ପରକୁ ଯଦି ଆପଣ ବଂଶୀ ସହିତ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ । ଘରେ ଯଦି ନକରାତ୍ମକ ଉର୍ଜ୍ଜା ବଢିଯାଏ ତେବେ ଏହାକୁ କେମିତି ଦୂର କରିବା କେମିତି ଏହାର ବିନାଶ କରିବା ଏଥିପାଇଁ ଆପଣ ଏକ ମୟୁର ପରକୁ ସନ୍ଧ୍ୟା ଆଳତି ପରେ ଜୋର ଜୋର ରେ ହଲାନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଘରେ ଥିବା ନକରାତ୍ମକ ଚାଲି ଯାଇଥାଏ । ଏହା ଆପଣ ପ୍ରତିଦିନ କରନ୍ତୁ ଏହା ବହୁତ ଲାଭକାରୀ ହୋଇଥାଏ । ଏହା ଦ୍ଵାରା ଘରୁ ନକରାତ୍ମକ ଉର୍ଜ୍ଜା ଚାଲିଯାଏ ଓ ଯେଉଁ ଘରେ ସକରାତ୍ମକ ଉର୍ଜ୍ଜା ଅଧିକ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ଘରର ସେହି ୩ ଟି କୋଣ ବିଷୟରେ ଯେଉଁଠି ମୟୁର ପର ରଖିଲେ ଆପଣଙ୍କ ଘର ସକରାତ୍ମକ ଉରଜ୍ଜାରେ ଭରପୁର ରହିବ ଓ ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଘରେ ବାସ କରିବେ ।

ଆପଣ ଘରେ କୌଣସି ଏକ ଶୁଭ ଦିନରେ ମୟୁର ପର ଘରର ଏକ ଏମିତି କୋଣରେ ରଖନ୍ତୁ ଯେଉଁଠି ସମସ୍ତଙ୍କର ନଜର ପଡିବ । ଏହା ନକରାତ୍ମକ ଉର୍ଜାକୁ ନିଜ ଆଡକୁ ଟାଣି ନେଇଥାଏ । ମୟୁର ପରର ଏହି ଉପାୟ ଆପଣଙ୍କର ଓ ଆପଣଙ୍କ ପରିବାରର ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣି ଦେଇଥାଏ ।

ମୟୁର ପରର ବ୍ୟବହାର ସବୁ ସ୍ଥାନରେ ହୋଇଥାଏ ଯେମିତି କି ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୁର ପର ରଖିଲେ ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ ।
ଘରର ସବୁ ରୁମ ରେ ଗୋଟିଏ ଗୋଟିଏ ମୟୁର ପର ରଖିଲେ ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ ।

ଯଦି ଆପଣଙ୍କର ରାହୁ କେତୁ ବା କାଳ ସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ଏକ ମୟୁର ପର ରଖନ୍ତୁ ଏହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ହୋଇଥାଏ ।

ଯଦି ଆପଣଙ୍କ ଘରେ କୌଣସି ଶିଶୁ ବହୁତ ଜିଦିଆ ହୋଇ ଯାଉଛି । ତେବେ ତାକୁ ମୟୁର ପର ହଲାଇ ପବନ କରାଇଲେ ତେବେ ତାହାର ଜିଦ୍ଦି ପଣ ଧୀରେ ଧୀରେ କମ ହୋଇଥାଏ ।

ଯଦି ଆପଣଙ୍କ ଘରେ କୌଣସି ନବଜାତ ଶିଶୁ ଅଛି ତେବେ ତାହାର ନଜର ଦୋଷ ହଟାଇବା ପାଇଁ ତାହାର ବିଛଣା ପାଖରେ ଏକ ମୟୁର ପର ରଖି ଦିଅନ୍ତୁ । ଏହା ଦ୍ଵାରା ତାହାର ନଜର ଦୋଷ ଦୂରେଇ ଯିବ ।

ଯଦି ଘରେ ଟଙ୍କା ଆସୁ ନାହିଁ ବା ଟଙ୍କା ନିଅଣ୍ଟ ହଉଛି ଓ ଖର୍ଚ୍ଚ ଅଧିକ ହେଉଛି ତେବେ ଘରର ଦକ୍ଷିଣ ପୂର୍ବ କୋଣରେ ଏହି ମୟୁର ପରକୁ ରଖିଲେ ଲାଭ ହୋଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *