ନବରାତ୍ରି ରେ କରନ୍ତୁ ଏହି 3 ଟି ଉପାୟ, ମାତା ରାଣୀ ଦୂର କରିବେ ସବୁ ଦୁଃଖ, ହେବେ ମାଲାମାଲ

ବନ୍ଧୁଗଣ ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ ହେଉଛି ନବରାତ୍ରି । ଭକ୍ତ ମାନେ ଏହି ନବ ରାତ୍ରିରେ ନିଜର ସମସ୍ତ ପ୍ରକାରର ଶୁଭ କାର୍ଯ୍ୟର ଆରମ୍ଭ କରିଥାନ୍ତି । ଏହି ସମୟରେ ମା ଦୂର୍ଗାଙ୍କର ପୂଜା କରି ସମସ୍ତ ପ୍ରକାରର ସମସ୍ଯାକୁ ଦୂର କରାଯାଇ ପାରିବ । ନବରାତ୍ରିରେ ଯଦି ଆପଣ ମା ଦୂର୍ଗାଙ୍କୁ ପ୍ରସନ୍ନ କରିଦେବେ ତା ହେଲେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ରହିବା ସହିତ ଅନ୍ୟ ଦେବୀ ଦେବତା ମାନଙ୍କର ବାସ ମଧ୍ୟ ରହିବ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହ ଆପଣଙ୍କ ଆଗାମୀ ଜୀବନ ସୁଖମୟ ରହିବ ।

ଆଜିର ସମୟରେ ପ୍ରାୟ ଅଧିକାଂଶ ଲୋକ ନିଜ ଆର୍ଥିକ ସମସ୍ଯା ପାଇଁ ବହୁତ ଚିନ୍ତିତ ରହୁଛନ୍ତି । ମଣିଷ ରାତି ଦିନ କଷ୍ଟ କରିବା ସତ୍ବେ ଅର୍ଥର ଅଭାବରେ ଜୀବନ କାଟୁଛି । ଏହା ଦ୍ଵାରା ମଣିଷ ଅଧିକ ଚିନ୍ତାରେ ରହିଥାଏ, ଯାହାଫଳରେ ତାର ଶରୀର ଅସୁସ୍ଥ ମଧ୍ୟ ହୋଇଥାଏ ।  ଆପଣଙ୍କର ଏହି ଆର୍ଥିକ ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ସହଜ ସରଳ ଉପାୟ ନେଇ ଆସିଛୁ ।

ଆସୁଥିବା ନବରାତ୍ରିରେ ଯଦି ଆପଣ ମା ଦୂର୍ଗାଙ୍କୁ ପ୍ରସନ୍ନ କରିଦେବେ ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଏହି ନବରାତ୍ରି ସମୟରେ କିଛି ସହଜ ଉପାୟ କରନ୍ତୁ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବହୁତ ଲୋକ ନିଜ ସଚ୍ଚୋଟ ମନରେ ମା ଦୂର୍ଗାଙ୍କର ଆରାଧନା କରି ମା’ଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଥାନ୍ତି । ହେଲେ ଏହା ସହିତ ଆପଣ ମାନଙ୍କୁ କିଛି ଖାସ ଉପାୟ ମଧ୍ୟ କରିବାକୁ ହେବ ।

୧. ଯଦି ଆପଣ ନିଜ ଜୀବନରେ ଥିବା ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଏହି ନବରାତ୍ରି ସମୟରେ ମା ଦୂର୍ଗାଙ୍କର ଆରାଧନା କରିବା ସହ ମା ଦୂର୍ଗାଙ୍କୁ ୭ଟି ଅଳେଇଚ ଓ ମିଶ୍ରିର ଭୋଗ ଚଢାନ୍ତୁ । ଏହି ଉପାୟକୁ ଆପଣ ନବରାତ୍ରି ସମୟରେ ସବୁଦିନ କରିବେ । ଦେଖିବେ ଆପଣଙ୍କ ଆର୍ଥିକ ସମସ୍ୟା ନିଶ୍ଚୟ ଦୂର ହୋଇଯିବ ।

୨. ନିଜ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ନବରାତ୍ରିର ଯେ କୌଣସି ଦିନରେ ଏକ ମାଟି ଦୀପରେ କିଛି ସୋରିଷ ତେଲ ରଖନ୍ତୁ ଓ ଏହା ଉପରେ ଏକ ମାଟି ପାତ୍ର ଘୋଡାଇ ଦିଅନ୍ତୁ । ଏହା ପରେ ଆପଣ ସେହି ଦୀପକୁ ଏକ ନଦୀ କୂଳରେ ରଖି ଘରକୁ ଫେରି ଆସନ୍ତୁ । ହେଲେ ଦୀପକୁ ନଦୀ କୂଳରେ ରଖିବା ପରେ ଆପଣ ପଛକୁ ଭୁଲ ସେ ମଧ୍ୟ ଚାହିଁବେ ନାହିଁ, କାରଣ ଏହା ଅଶୁଭ ହୋଇଥାଏ ।

୩. ଜୀବନରେ ଧନସମ୍ପତି ପାଇବା ପାଇଁ ଆପଣ ଆସୁଥିବା ନବରାତ୍ରି ସମୟରେ କୌଣସି ଏକ ଦୋକାନ ଯାଇ ଦୁଇଟି କଉଡି ଆଣନ୍ତୁ ଓ ଏହାକୁ ଆପଣ ନିଜ ଘରର ପୂଜା ସ୍ଥାନରେ ରଖି ଦିଅନ୍ତୁ । ଏହା ପରେ ଏହି କଉଡିକୁ ପୂଜା କରନ୍ତୁ । ଏହି କଉଡିର ପୂଜା ସମୟରେ ଚାଉଳ, ଦୀପ ଓ ଫୁଲ ଆଦିର ବ୍ୟବହାର ନିଶ୍ଚୟ କରନ୍ତୁ । ନବରାତ୍ରି ସରିବା ପରେ ଆପଣ ଏହି କଉଡିକୁ ନିଜ ପାଖରେ ରଖନ୍ତୁ । ଏହି ଉପାୟ ଦ୍ଵାରା ନିଶ୍ଚୟ ଆପଣ ବହୁତ ଶୀଘ୍ର ଧନ ସମ୍ପତି ଲାଭ କରିବେ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *