ଘରେ ରହିବେ ଦିନେଶଙ୍କ ପତ୍ନୀ… ବାହାରେ ଦୀପିକା

ବନ୍ଧୁଗଣ, ସୂଚନା ଅନୁଯାୟୀ ଘରକୁ ଫେରୁଚାଂତି ଦିନେଶ । ଏ କଥା ଶୁଣି ଦୀପିକା ବେସ ଖୁସି ହୋଇଯାଇଛନ୍ତି । ମାତ୍ର ତାଙ୍କର ଏହି ଖୁସି ବେସୀ ସମୟ ପାଇଁ ନୁହେଁ । କୁହାଯାଉଅଛି ଯେ ଦିନେଶ ଙ୍କ ସହିତ ତାଙ୍କ ସ୍ତ୍ରୀ ମଧ୍ୟ ଫେରୁଛନ୍ତି । ଏକଥା ଶୁଣିବା ପରେ ଦୀପିକାଙ୍କ ପାଦତଳୁ ମାଟି ଖସି ଯାଇଛି । ଯେଉଁ ବିବାହ କୁ ବନ୍ଧ କରିବା ନିମନ୍ତେ ସେ ଏତେ କଷ୍ଟ କରୁଛନ୍ତି ଶେଷରେ କଣ ଯେଭଳି ଦିନ ଦେଖିବାକୁ ଥିଲା ?

ଯଦି ପ୍ରକୃତରେ ଦିନେଶ ନିଜ ପତ୍ନୀ ଙ୍କୁ ଧରି ଆସନ୍ତି ତେବେ କ’ଣ ହେବ ଦୀପିକାଙ୍କର ? ଏତେ ଦିନର ତପସ୍ୟା କ’ଣ ଏଭଳି ଚାଲିଯିବ ? ଦୀର୍ଘ ୪୫ ଦିନର କଷ୍ଟର ମୂଲ୍ୟ କଣ କିଛି ରହିବ ନାହିଁ ? ସବୁଠାରୁ ବଡ କଥା ଦୀପିକା ଏବଂ ତାଙ୍କ ଛୁଆର ଭବିଷ୍ୟତ କୁ ନେଇ ଯେଉଁ ଲଢେଇ ଲଢୁଥିଲେ, ସେହି ଲଢେଇ କଣ ହାରିଯିବେ କି ଦୀପିକା ? ଏହା ତ ସମୟ ହିଁ କହିବ ।

ମାତ୍ର ଏବେ ଯେଉଁ କଥା ସାମ୍ନାକୁ ଆସୁଛି ତାହା ସତରେ ଚିନ୍ତା ର ବିଷୟ । ଜଣେ ନାରୀ କେବେ ମଧ୍ୟ ନିଜ ସ୍ଵାମୀ ସହିତ ଅନ୍ୟ ଝିଅକୁ ଦେଖି ପାରିବ ନାହିଁ । ଯେଉଁ ଦୁଆର ଦେଇ ଦିନେଶ ତାଙ୍କ ସ୍ତ୍ରୀ ସହିତ ଯିବେ ସେହି ଦୁଆର ସାମ୍ନାରେ ଦୀପିକା ବସିଛନ୍ତି । ଏହି ଦୃଶ୍ୟ କଣ ସହି ପାରିବେ ଦୀପିକା ?

ସେ ଯେଉଁ ଆଶା ନେଇ ବସିଥିଲେ ଆଜି ନ ହେଲେ କାଲି ସେ ନିଶ୍ଚିତ ଫେରିବେ ଏବଂ ତାଙ୍କୁ ଆପଣାଇ ନେବେ କିନ୍ତୁ ବର୍ତ୍ତମାନ ସେହି ଆଶା ତାଙ୍କର ମଉଳି ଯାଉଛି । ଯେଉଁ ଡର ତାଙ୍କ ମନ ଭିତରେ ରହିଥିଲା ତାହା ସତ ହେବାକୁ ଯାଉଛି । ମାତ୍ର ଆଊ କିଛି ସମୟ କୁ ଅପେକ୍ଷା । ଦିନେଶଙ୍କର ବିବାହ ହୋଇଥିବା କଥା ତାଙ୍କ ପରିବାର ଲୋକେ ମୁହଁରେ ମାନିଥିଲେ । ଏବେ ଦିନେଶ ଙ୍କ ବାପା କହୁଛନ୍ତି ବିବାହ ସରିଛି ବୋଲି ।

ତେବେ ଏହି କଥା ନିଶ୍ଚିତ ସତ ବୋଲି ଜଣାପଡିଛି । ଏକଥା ସାମ୍ନାକୁ ଆସିବା ପରେ ତଦନ୍ତ ପାଇଁ ଦୀପିକା ପୋଲିସ କୁ ଅନୁରୋଧ କରିଥିଲେ । କିନ୍ତୁ ତଦନ୍ତ କେତେ ବାଟ ଯାଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ବର୍ତ୍ତମାନ ଦୀପିକା କଣ କରିବେ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *