ପଛରୁ ଆସି ରାଷ୍ଟ୍ରପତିଙ୍କ ଗାଡିକୁ ପିଟିଲା କାର…ଦେଖନ୍ତୁ ପୁରା ଖବର

ବନ୍ଧୁଗଣ, ସୂଚନା ଅନୁଯାୟୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସକିଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ଗତ ରାତିରେ ଜେଲେନସକି ର ରାଜଧାନୀ ସହର କିଭରେ ଯାଉଥିବା ସମୟରେ ଗୋଟିଏ କାର ଆସି ତାଙ୍କୁ ଧକ୍କା ଦେଇଥିଲା । ଏହା ସହିତ କାରକେଡକୁ ମଧ୍ୟ ଧକ୍କା ଦେଇଥିଲା । ରାଷ୍ଟ୍ରପତିଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୂଚନା ଅନୁସାରେ ଗୁରୁବାର ପାହାନ୍ତିଆ ସମୟରେ ଜେଲେନସଙ୍କ କାରଗେଡ ଯାଉଥିବା ସମୟରେ ଗୋଟିଏ କାର ଆସି କାରଗେଡ କୁ ଧକ୍କା ଦେଇ ରାଷ୍ଟ୍ରପତି ଙ୍କ ଗାଡିରେ ପିଟି ହୋଇଥିଲା । ତେବେ ଗାଡିଟି ସାମାନ୍ୟ କ୍ଷତି ହୋଇଥିଲା ।

ରାଷ୍ଟ୍ରପତି ଙ୍କ ସାଙ୍ଗରେ ଯାଉଥିବା ଡାକ୍ତରୀ ଦଳ ଜେଲେନସଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ସେ ସୁସ୍ଥ ଏବଂ ସୁରକ୍ଷିତ ଥିବା ଜଣାଇଛନ୍ତି ବୋଲି ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି । ସୁରକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି । ତେବେ ଏତେ ସୁରକ୍ଷା ଭିତରେ ରାଷ୍ଟ୍ରପତି ଯାଉଥିବା ବେଳେ କିଏ କାହିଁକି ପଛରୁ ପିଟିଲା ତାହା ବଡ ପ୍ରଶ୍ନ ।

ଯୁଦ୍ଧ ପରେ ରୁସ ସେନା କବଳରୁ ମୁକ୍ତ ହୋଇଥିବା ଇଞ୍ଜିୟମ ଅଞ୍ଚଳର ବୋଲି ଦେଖିବାକୁ ଯାଇଥିଲେ ଜେଲେନସକି । ଧୀରେ ଧୀରେ ରୁଷ ସେନା କୁ ଚେକ ଦେଉଛି ୟୁକ୍ରେନ ସେନା । ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜାରେ ନେଉଛି ୟୁକ୍ରେନ ସେନା ।

ଏବେ ଦେଶର ରାଷ୍ଟ୍ରପତି ଖୋଲମଖୋଲା ବୁଲି ମନବଳ ବଢାଉଛନ୍ତି । ତେବେ ଆପଣ ମାନେ ନିଶ୍ଚିତ ଭାବରେ ମନେ ରଖିଥିବେ । ଏହି ଯୁଦ୍ଧ ରୁଷ ପକ୍ଷରୁ ଏତେ ଭୟାଙ୍କର ହୋଇଥିଲା ଯେ ତାହା ଅନୁମାନ ଲଗାଇବା ସହଜ ନୁହେଁ । ମାତ୍ର ୟୁକ୍ରେନ ସମସ୍ତ ପରିସ୍ଥିତି ର ସାମ୍ନା କରିଥିଲା ତଥା ସେ ଆଦୌ ଡରି ନଥିଲେ । ୟୁକ୍ରେନ ଯୁଦ୍ଧ ସମୟରେ ବହୁତ କିଛି ହରାଇ ଥିଲେ ମଧ୍ୟ ସେ ନିଜକୁ ସୁଦୃଢ ରଖିଥିଲା ଏବଂ ରାଷ୍ଟ୍ରପତି କେବେ ମଧ୍ୟ ନିଜ ରାସ୍ତାରୁ ଓହରି ଯାଇନଥିଲେ କି ସେଠାରୁ ଭୀରୁ ଭଳି ଅନ୍ୟତ୍ର ଯାଇନଥିଲେ ।

ସେ ଯାହା ହେଉ ନା କାହିଁକି ଏଥିରୁ ଗୋଟିଏ କଥା ଶିଖିବାକୁ ହେବ ଯେ ମାତୃଭୂମି ପାଇଁ ସବୁକିଛି ଅର୍ପଣ କରିଦେବା ଉଚିତ । ମନୁଷ୍ୟ ଜୀବନ ନିଜ ଦେଶ ପାଇଁ ସବୁବେଳେ ଛିଡା ହୋଇଥିବା ଏହା ଠାରୁ ବଡ କଥା ଅନ୍ୟ କିଛି ନାହିଁ । ତେବେ ରାଷ୍ଟ୍ରପତି ଙ୍କ ଗାଡି କୁ ଏହିଭଳି ଧକ୍କା ମାରିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *