ଘରେ ମଶାଙ୍କ ଠାରୁ ମୁକ୍ତି ଦେବ ଘରର ଏହି ୫ଟି ଜିନିଷ, ମ୍ୟାଲେରିଆ ଭଳି ରୋଗରୁ ମିଳିବ ମୁକ୍ତି

ମୌସମ ବଦଳିବା ମାତ୍ରେ ହିଁ ମଶା ମାନଙ୍କର ପ୍ରକୋପ ବଢିବାରେ ଲାଗିଥାଏ । ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ଭଳି ଅନେକ ରୋଗ ବ୍ୟାପିଥାଏ । ମଶା ମାନଙ୍କୁ ଦୂରେଇବା ପାଇଁ ବଜାରରେ ମିଳୁଥିବା କେମିକାଲ୍ସ, ସ୍ପ୍ରେ ଓ ରିଫିଲ୍ସ ବି କାମରେ ଆସିଥାଏ , କିନ୍ତୁ ଏଥିରେ ଅନେକ ପ୍ରକାରର କେମିକାଲ୍ସ ଥାଏ, ଯେଉଁ କାରଣରୁ ତ୍ଵଚ୍ଚା କୁ କ୍ଷତି ପହଞ୍ଚିଥାଏ । ଯଦି ଆପଣ ବି ମଶାଙ୍କ ପାଇଁ ଚିନ୍ତିତ ଅଛନ୍ତି ତେବେ ତଳେ ଦିଆଯାଇଥିବା ନ୍ଯାଚୁରାଲ ଉପାୟ ଆପଣଙ୍କ କାମରେ ଆସିପାରେ । ମଶାଙ୍କ ଠାରୁ ମୁକ୍ତି ଦେବ ଘରର ଏହି ୫ ଟି ଜିନିଷ ।

୧. ତୁଳସୀ

ମଶାଙ୍କ ଠାରୁ ମୁକ୍ତି ପାଇବାର ଏହା ଏକ ବହୁତ ଭଲ ଉପାୟ ଅଟେ । ଏଥିପାଇଁ ଆପଣଙ୍କୁ ଝରକା ଉପରେ ତୁଳସୀ ଗଛ ଲଗାଯାଇଥିବା ଏକ କୁଣ୍ଡ ରଖିବା ଉଚିତ । ତୁଳସୀ ରେ ଏମିତି କିଛି ଗୁଣ ଥାଏ ଯାହା ମଶାଙ୍କୁ ବଢିବାରୁ ରୋକିଥାଏ ।

୨. ଲିମ୍ବ ର ତେଲ

ମଶାଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆପଣ ଲିମ୍ବ ତେଲର ବ୍ୟବହାର କରି ପାରନ୍ତି । ଏହାର ବାସ୍ନା କାରଣରୁ ମଶା ପଳାଇ ଥାଆନ୍ତି । ଆପଣ ଲିମ୍ବ ତେଲରେ ସମାନ ମାତ୍ରାରେ ନଡିଆ ତେଲ ମିଶାଇ ଶରୀରରେ ଲଗାଇ ପାରିବେ ।

୩. ଲେମ୍ବୁ ରସ

ଆପଣ ଲେମ୍ବୁ ରସରେ ନୀଳଗିରୀ ର ତେଲ ମିଶାଇ ଆପଣଙ୍କ ଶରୀରର ଖୋଲା ଥିବା ଅଂଶରେ ଲଗାଇ ପାରିବେ । ଏହି ଦୁଇଟି ତେଲରେ ଆକ୍ଟିଭ କମ୍ପାଉଣ୍ଡ ସିନେମୋଲ ଥାଏ । ଏହି ତତ୍ତ୍ଵ ମଶାଙ୍କ ଠାରୁ ମୁକ୍ତି ଦେଇଥାଏ ।

୪. କର୍ପୁର

ଏହା ଆପଣଙ୍କୁ ସହଜରେ ମିଳିଯିବ । ଏହା ମଶାମାନଙ୍କ ପାଇଁ ପ୍ରାଭାବି ଉପାୟ ଅଟେ । ମଶାଙ୍କୁ ଘରୁ ଭଗାଇବା ପାଇଁ ଆପଣ ଏହାକୁ ଘରେ ଜଳାଇ ପାରିବେ ।

୫. ରସୁଣ

ସାଧାରଣତଃ ବହୁତ ଲୋକଙ୍କୁ ରସୁଣର ଗନ୍ଧ ଭଲ ଲାଗିନଥାଏ । କିନ୍ତୁ ମଶାଙ୍କ ଠାରୁ ମୁକ୍ତି ପାଇବାର ଏହା ସବୁଠୁ ଭଲ ଉପାୟ ଅଟେ । ଏଥିପାଇଁ ରସୁଣର କିଛି ପାଖୁଡା ଛେଚି ଦିଅନ୍ତୁ ଓ ତାହାକୁ ପାଣିରେ ସିଝାଇ ଦିଅନ୍ତୁ । ପରେ ଏହି ପାଣିକୁ ଘରେ ସ୍ପ୍ରେ କରନ୍ତୁ । ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *