ପିଏମ ନରେନ୍ଦ୍ର ମୋଦୀ ମନ କି ବାତ ରେ ପଢିଲେ ଚାଣକ୍ୟ ନୀତିର ଏହି ଶ୍ଳୋକ, ଜାଣନ୍ତୁ କଣ ଅଟେ ଏହାର ଅର୍ଥ

ପୁରା ଦୁନିଆ ଏହି ସମୟରେ କରୋନା ମହାମାରୀ ସହ ଯୁଦ୍ଧ ଜାରି ରଖିଛି । ଦେଶରେ ଲକଡାଉନ କରାଯିବା ପରେ ବି ଏହି ମହାମାରି ନିଜର କାୟା ବିସ୍ତାର କରିବାରେ ଲାଗିଛି । ଅନେକ ବିକଶିତ ଦେଶର ସବୁ ବ୍ୟବସ୍ଥା ଠପ ହୋଇ ପଡିଛି । ସେଇଠି ଭାରତ ଏବେ ସେହି ସବୁ ଦେଶ ତୁଳନାରେ ଭଲ ସ୍ଥିତିରେ ଅଛି । ଏହା ମଧ୍ୟରେ ପିଏମ ମୋଦୀ ନିଜ ଶୋ ‘ମନ କି ବାତ’ ରେ ଲୋକଙ୍କ ସହିତ କଥା ହେବା ସମୟରେ ଚାଣକ୍ୟ ନୀତି ର ଏକ ଶ୍ଳୋକ ପଢିଛନ୍ତି ।

ପିଏମ ମୋଦୀ ଲୋକଙ୍କୁ ସ୍ୱାସ୍ଥ୍ୟ ବିଷୟରେ କଥା ହୋଇ ଚାଣକ୍ୟ ନୀତିର ଏକ ଶ୍ଳୋକ କହିଲେ । ପିଏମ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ସେହି ସମ୍ବନ୍ଧୀୟ ଏକ ଶ୍ଳୋକ ପଢିଲେ । ଦେଶକୁ ସମ୍ବୋଧିତ କରି ପିଏମ ମୋଦୀ କହିଲେ – ମନେ ରଖନ୍ତୁ ଆମର ପୂର୍ବଜମାନେ କହିଛନ୍ତି –

ଅଗ୍ନି ଶେଷମ ରୁଣଃ ଶେଷମ ତଥୈବଚ ।
ପୁନଃ ପୁନଃ ପ୍ରବର୍ଧେତ, ତସ୍ମାତ ଶେଷମ ନ କାରୟେତ ।’

ଏହାର ଅର୍ଥ ହେଲା, ହାଲକାରେ ନିଆ ଯାଇଥିବା ନିଆଁ, କରଜ ଓ ରୋଗ ମଉକା ପାଇଲେ ପୁଣି ବଢିଥାଏ ଓ ଭୟାନକ ହୋଇଯାଇଥାଏ । ଏଥିପାଇଁ ସେଗୁଡିକର ପୁରା ପୁରି ଚିକିତ୍ସା କରିବା ବହୁତ ଜରୁରୀ ଅଟେ । ଚାଣକ୍ୟଙ୍କ ଏହି ଶ୍ଳୋକ ବର୍ତ୍ତମାନ ପରିସ୍ଥିତିରେ ବିଲକୁଲ ମେଳ ଖାଉଛି । ଏହି ପଂକ୍ତିକୁ ପଢି ପିଏମ ମୋଦୀ ଲୋକଙ୍କୁ ଏହି ଅପିଲ କରିବାକୁ ଚାହୁଁଥିଲେ କି ସେମାନେ ସମସ୍ତେ ଘରେ ରୁହନ୍ତୁ, ଯେ ପର୍ଯ୍ୟନ୍ତ ସ୍ଥିତି ଠିକ ହୋଇ ନାହିଁ ।

Image courtesy: Google

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ଲୋକଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ଯେଉଁ ବ୍ୟକ୍ତି ଏହି ନୀତି ଗୁଡିକର ପାଳନ କରିଥାଏ ତାକୁ ଜୀବନରେ ସବୁ ସୁଖ ସୁବିଧା ଓ ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ । ଆଚାର୍ଯ୍ୟ ଚାଣକ୍ୟ ପ୍ରାୟ ସବୁ ବିଷୟରେ ନିଜ ନୀତିରେ ବର୍ଣ୍ଣନା କରିଛନ୍ତି । ସେ ସ୍ୱାସ୍ଥ୍ୟ ହେଉ ବା କାର୍ଯ୍ୟ ଓ କର୍ତ୍ତବ୍ୟ ହେଉ ବା ସମ୍ପର୍କ ହେଉ । ଆଚାର୍ଯ୍ୟ ଚାଣକ୍ୟ ଲେଖିଥିବା ନୀତି ଗୁଡିକର ପାଳନ ଆଜି ବି ଲୋକମାନେ କରିଥାନ୍ତି । ଆପଣଙ୍କୁ ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *