ଘରେ କିପରି ସୁଖଶାନ୍ତି ବୃଦ୍ଧି ପାଇଥାଏ ଓ ଏହା ସହିତ ପଢନ୍ତୁ 20 + ଅନୁଚିନ୍ତା

୧.ଘରେ ସୁଖଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ସକାଳୁ ଭକ୍ତି ଗୀତ କିମ୍ବା ଭଜନ ବଜାଇବା ଉଚିତ। ୨.ଘରେ ଝାଡୁ କୁ କେବେ ଠିଆ କରି ରଖନ୍ତୁ ନାହିଁ ଏବଂ ଝାଡୁ ରେ କେବେ ଗୋଡ଼ ମାରନ୍ତୁ ନାହିଁ ଏହା ଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ। ୩.ବାସ୍ତୁ ବିଦ୍ୟା ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ ଯଦି ରଖିବାକୁ ପଡୁଥାଏ ତେବେ କପଡା ଘୋଡାଇ ରଖିବା ଉଚିତ।

୪.ଘର ର ଶୋଇବା ଖଟ ରେ କେବେ ମଧ୍ୟ ବସିକି ଖାଆନ୍ତୁ ନାହିଁ ଏହା ଦ୍ଵାରା ଖରାପ ସ୍ୱପ୍ନ ଆସିଥାଏ ଓ ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ। ୫.ଘର ର ମୁଖ୍ୟ ଦ୍ଵାର ରେ କେବେ ବି ଜୋତା ଚପଲ ଏଠି ସେଠି ପକାନ୍ତୁ ନାହିଁ କିମ୍ବା ଓଲଟା ପକାନ୍ତୁ ନାହିଁ ଏହା ଦ୍ୱାରା ଘରେ ଅଶାନ୍ତି ଉତ୍ପନ୍ନ ହୋଇଥାଏ।

୬.ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ସକାଳ ୬ଟା ରୁ ୮ଟା ମଧ୍ୟରେ ପୂଜା କରିବା ଉଚିତ।ଏହା ସହିତ କୁଶ ଆସନରେ ବସି ଉତ୍ତର କିମ୍ବା ପୂର୍ବ କୁ ମୁହଁ କରି ପୂଜା କରିବା ଉଚିତ।

୭.ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ଏହା ଦ୍ବାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

୮.ଘର ଭିତ ରେ ପୂଜା କରୁଥିବା ସ୍ଥାନ ରେ ସବୁବେଳେ ପାଣି ଭର୍ତ୍ତି କରି କଳସ ଟିଏ ରଖିବା ଉଚିତ।

୯.ଘରେ ସବୁବେଳେ ସୁଖ ଶାନ୍ତି ର ବାତାବରଣ ରେ ରହିବା ପାଇଁ ଘର ର ମୁଖ୍ୟ ଦ୍ୱାର ର ଡାହାଣ ପାଖରେ ସ୍ୱସ୍ତିକ ଚିନ୍ହ ଟିଏ ଆଙ୍କିବା ଉଚିତ।

୧୦.ଘରେ ଯଦି ଔଷଧ ରଖୁଛନ୍ତି ତେବେ ଉତ୍ତର ପୂର୍ବ କୋଣ ରେ ରଖିବା ଉଚିତ ଏହା ଦ୍ବାରା ଔଷଧ ର ପ୍ରଭାବ ଭଲ ରହିଥାଏ।

୧୧.ଘର ର ଦକ୍ଷିଣ ପୂର୍ବ କୋଣ କୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପୀ ରଙ୍ଗ କରିବା ଉଚିତ ଏହା ଦ୍ବାରା ବ୍ୟର୍ଥ ଖର୍ଚ୍ଚ କମ ହୋଇଥାଏ।

୧୨.ଘରେ କେବେ ବି ବୁଢିଆଣି ବସା କିମ୍ବା ଧୂଳି ହେବାକୁ ଦିଅନ୍ତୁ ନାହିଁ ଏହା ଦ୍ବାରା ଅଶାନ୍ତି ବୃଦ୍ଧି ପାଇଥାଏ।

୧୩.ଘରେ କେବେ ବି ସୁଖି ଯାଇଥିବା ଗଛ ରଖିବା ଉଚିତ ନୁହେଁ ଏବଂ ଲଗାଯାଇଥିବା ଗଛ ରେ ପ୍ରତ୍ୟେକ ଦିନ ପାଣି ଦେବା ଉଚିତ।

୧୪.ଘରେ କବାଟ ଦେଲା ବେଳେ କିମ୍ବା ଖୋଲିଲା ବେଳେ ଯେପରି କର୍କଶ ଶବ୍ଦ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ କାରଣ ଏହାଦ୍ବାରା ଅଶାନ୍ତି ସୃଷ୍ଟି ହୋଇଥାଏ।

୧୫.ଘରେ କେବେ ବି ଦକ୍ଷିଣ ଦିଗ କୁ ଗୋଡ଼ କରି ଶୋଇବା ଉଚିତ ନୁହେଁ ଏହା ଦ୍ବାରା ଆଶାନ୍ତି ବୃଦ୍ଧି ପାଇଥାଏ ଓ ଖରାପ ସ୍ବପ୍ନ ଆସିଥାଏ ।

୧୬.ଘରେ ଶୋଇବା ବେଳେ ପଶ୍ଚିମ ଦିଗ କୁ ଗୋଡ଼ କରି ଶୋଇବା ଦ୍ଵାରା ଆଧ୍ୟାତ୍ମିକତା ବୃଦ୍ଧି ପାଇଥାଏ ଓ ମନ ଶାନ୍ତି ପ୍ରାପ୍ତ ହୋଇଥାଏ।

୧୭.ଘରେ କେବେ ବି ଧୂପ ଦୀପ ଆରତୀ ମୁହଁ ରେ ଲିଭାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ।

୧୮.ଘରେ ସୁଖ ଶାନ୍ତି ବୃଦ୍ଧି କରିବା ପାଇଁ ଓ ବାସ୍ତୁ ଦୋଷ ଦୁର କରିବା ପାଇଁ ଘରେ ତୁଳସୀ ଗଛ ଲଗାଇବା ଉଚିତ ଓ ଏଥିରେ ପାଣି ଦେବା ଉଚିତ।

୧୯.ପ୍ରତ୍ୟକ ଦିନ ସକାଳୁ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରି ଓଁ ଆଦିତ୍ୟ ନମଃ ମନ୍ତ୍ର କୁ ଜପ କଲେ ଘରେ ସୁଖ ଶାନ୍ତି ବଢିଥାଏ।

୨୦.ଘରେ କେବେ ବି ଠାକୁର ପୂଜା କରା ଯାଇଥିବା ଫୁଲ ରଖନ୍ତୁ ନାହିଁ ଏହାକୁ ନଦୀ ଜଳ ରେ ପ୍ରବାହିତ କରିବା ଉଚିତ ରହ ଦ୍ବାରା ମଙ୍ଗଳ ହୋଇଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *