ଜାମୁକୋଳି ଖାଉଥିଲେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, ଜାଣନ୍ତୁ ଏହାକୁ ଖାଇବାର ଫାଇଦା ଓ କ୍ଷତି- Health Tips

ବନ୍ଧୁଗଣ ଆଜି ଆମେ ଜାମୁକୋଳି ବିଷୟରେ ଆଲୋଚନା କରିବା। ଜାମୁକୋଳି କୁ ଇଂରାଜୀ ରେ ବ୍ଲାକ ପମ କୁହାଯାଏ। ଏହା ଦେଖିବାକୁ କଲା ରଙ୍ଗର ହୋଇଥାଏ ଏବଂ ବହୁତ ପ୍ରକାରର ଔଷଧିୟ ଗୁଣ ରେ ଭରି ରହିଥାଏ। ଆୟୁର୍ବେଦ ରେ ଜାମୁକୋଳି ତାର ପତ୍ର ଏବଂ ତାର ମଞ୍ଜି କୁ ମଧ୍ୟ ବ୍ୟବହାର କରାଯାଇଥାଏ। ଏବଂ ସୁସ୍ଥ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଏହାକୁ ସେବନ କରିଥାନ୍ତି। ତେବେ ଚାଲନ୍ତୁ ଜାଣିନେବା ଜାମୁକୋଳି ଖାଇବା ଦ୍ୱାରା ଆମକୁ କଣ ଫାଇଦା ମିଳିଥାଏ ଓ ତାହା କେଉଁ ରୋଗ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ।

ଜାମୁକୋଳି ରେ ଗ୍ଲୁକୋଜ ରହିଥାଏ, ଭିଟାମିନ-ସି, ଭିଟାମିନ-ଏ, ନିକୋଟିନ ଏସିଡ, ପଲିକ୍ ଏସିଡ,ସୋଡିୟମ,ପୋଟାସୀୟମ, କ୍ୟାଲସିୟମ, ଜିଙ୍କ,ଓ ଆଇରନ ରହିଥାଏ ତା ଛଡା ଟାନିନ, ଜ୍ଞାଲିକ୍ ଏସିଡ,ରେସିନ ଆଦି ରହିଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଜାମୁକୋଳି ର ମଞ୍ଜି ରେ ଗ୍ଲାକୋସାଇଡ, ଜାମ୍ବଲିଂନ ଆଦି ମିଳିଥାଏ। ଯାହା ଆମ ରୋଗ ର ଚିକିତ୍ସା ପାଇଁ ସାହାର୍ଯ୍ୟ କରିଥାଏ।

ଜାମୁକୋଳି କୁ ଖାଇବା ଦ୍ବାରା ଆମ ହିମୋଗ୍ଲୋବିନ୍ ସଠିକ ରହିଥାଏ। ଶରୀର ରେ ହିମୋଗ୍ଲୋବିନ୍ ବଢିଲେ ଆମ ଶରୀର ରେ ରକ୍ତ ସଞ୍ଚାଳନ ଠିକ ରହିଥାଏ। ଏବଂ ଆମେ ସୁସ୍ଥ ରହିଥାଉ। ଜାମୁକୋଳି ରେ ଥିବା ଆଇରନ ରକ୍ତ କୁ ଶୁଦ୍ଧ କରିବାରେ ସାହାର୍ଯ୍ୟ କରିଥାଏ।

ଭିଟାମିନ-ଏ ଆଖି ପାଇଁ ବହୁତ ଲାଭଦାୟକ। ଏବଂ ଭିଟାମିନ-ଏ ଜାମୁକୋଳି ରେ ଭରପୁର ମିଳିଥାଏ। ଏବଂ ଭିଟାମିନ-ସି ତ୍ୱଚା ପାଇଁ ବହୁତ ଲାଭଦାୟକ ଏବଂ ଏହା ମଧ୍ୟ ଏହି ଜାମୁକୋଳି ରେ ରହିଥାଏ। ତେଣୁ ସେଥି ପାଇଁ ଏହାକୁ ସେବନ କରିବା ମଧ୍ୟ ଆବଶ୍ୟକ।

ପୋଟାସୀୟମ ରେ ଭରପୂର ଥିବାରୁ ଜାମୁକୋଳି ହୃଦୟ କୁ ସୁସ୍ଥ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ। ଏବଂ ଉଚ୍ଚ ରକ୍ତ ଚାପ, ଆଦି ଅନେକ ହୃଦୟ ଜନିତ ରୋଗ ରୁ ଆମକୁ ମୁକ୍ତି ଦେଇଥାଏ।
ଦାନ୍ତ ଓ ଦାନ୍ତ ର ମାଢି ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ। ଜାମୁକୋଳି ର ପତ୍ର ରେ ଆଣ୍ଟି ବାୟୋଟିକ୍ ମିଳିଥାଏ ଯାହା ଆମ ଦାନ୍ତ ର ମାଢି କୁ ମଜବୁତ କରିଥାଏ।

ଜାମୁକୋଳି ମଧୁମେହ ର ଲକ୍ଷଣ ଅଧିକ ମୂତ୍ର, ଏବଂ ଭୋକ କୁ କମ କରିବାରେ ସାହାର୍ଯ୍ୟ କରିଥାଏ। ଜାମୁକୋଳି ର ପତ୍ର ଏବଂ ମଞ୍ଜି ମଧୁମେହ ରୋଗ ପାଇଁ ବ୍ୟବହାର କରାଯାଏ।
ଜାମୁକୋଳି ର ମଞ୍ଜି ରେ ପ୍ଲେନାଇଟ୍ସ ଭରପୁର ମାତ୍ରା ରେ ରହିଥାଏ। ଏହା କୁ ସେବନ କଲେ ଆମ ଶରୀର ରେ ଥିବା ସମସ୍ତ ଦୂଷିତ ପଦାର୍ଥ କୁ ବାହାର କରିଥାଏ।ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ।

ଜାମୁକୋଳି ର ମଞ୍ଜି କୁ ପେଶୀ ସେଥିରେ ଗାଈ ର କ୍ଷୀର ମିଶେଇ ତାକୁ ରାତିରେ ଶୋଇବା ବେଳେ ଲଗେଇ ସକଳେ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ୱଚା ଉଜ୍ଜ୍ୱଳ ରହିବ ଏବଂ ଦାଗ ମଧ୍ୟ କମିଯିବ। ଜାମୁକୋଳି ର ମଞ୍ଜି କୁ ପେଶୀ ସେଥିରେ ଦହି ମିଶେଇ ସେବନ କଲେ ବୃକକ୍ ଜନିତ ସମସ୍ୟା ଦୂର ହୋଇଥାଏ।

ସବୁ ଜିନିଷ ର ସକରାତ୍ମକ ଓ ନକରାତ୍ମକ ଦୁଇ ପ୍ରଭାବ ଦେଖାଯାଏ ତେବେ ଜାମୁକୋଳି ର ମଞ୍ଜି ଓ ପତ୍ର କୁ ଅଧିକ ସେବନ କରିଲେ ରକ୍ତ କୁ କମେଇ ଦେଇଥାଏ ଯାହା ସମସ୍ୟା ଆଣିଥାଏ। କୌଣସି ସର୍ଜରୀ ପରେ ଏହାକୁ ସେବନ କରିବା ଉଚିତ ନୁହେଁ। ଏହାକୁ ଖାଲି ପେଟରେ କେବେବି ସେବନ କରିବା ଉଚିତ ନୁହେଁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *