Chanakya Niti- ଏହି 5 ଟି ଜିନିଷ ପାଇଁ ରାଗି ଯାଆନ୍ତି ଭଗବାନ, ଘରକୁ ମାଡି ଆସେ ଦରିଦ୍ରତା

ବନ୍ଧୁଗଣ ସଂସାରର ସବୁ ମଣିଷକୁ ଉଭୟ ଦୁଃଖ ଏବଂ ସୁଖର ସାମ୍ନା କରିବାକୁ ପଡିଥାଏ । ମଣିଷ ନିଜ ଜୀବନରେ ସବୁବେଳେ ସୁଖରେ ରହିବା ପାଇଁ ବହୁତ କଷ୍ଟ ଏବଂ ସଂଘର୍ଷ କରିଥାଏ । ହେଲେ ସେମାନଙ୍କୁ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ । ଦରିଦ୍ରତା ଆସିବାର କିଛି ସଙ୍କେତ ଏବଂ ଭୁଲ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ସଙ୍କେତ ଏବଂ ଭୁଲ କାର୍ଯ୍ୟ ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

ଏହି ସବୁ ସଙ୍କେତ ଏବଂ ଭୁଲ ବିଷୟରେ ଜାଣିବା ପରେ ଆପଣ ସତର୍କ ରୁହନ୍ତୁ ଏବଂ ନିଜ ପରିବାରର ସଦସ୍ୟ ମାନଙ୍କୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଅଧିକାଂଶ ମଣିଷ ଗଛ ସମ୍ମୁଖରେ ମୁତ୍ର ବିସର୍ଜନ କରିଥାନ୍ତି । ବନ୍ଧୁଗଣ ଏହା ହେଉଛି ସବୁଠାରୁ ଖରାପ ଅଭ୍ଯାସ । ବନ୍ଧୁଗଣ ଏହା ସବୁଠାରୁ ବଡ ଭୁଲ ମଧ୍ୟ ହୋଇଥାଏ । ଏହା କରିବା ଦ୍ଵାରା ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । କାରଣ ସମସ୍ତ ବୃକ୍ଷରେ ଦେବୀ ଦେବତା ମାନଙ୍କର ବାସ ରହିଥାଏ । ତେଣୁ ଭୁଲ ସେ ମଧ୍ୟ କୌଣସି ବୃକ୍ଷ ଉପରେ ମୁତ୍ର ବିସର୍ଜନ କରନ୍ତୁ ନାହିଁ ।


୨. ଅଧିକାଂଶ ଲୋକ ନିଜ ଘରେ ଭଙ୍ଗା ପାନିଆ ରଖିଥାନ୍ତି ଏବଂ ତାହାର ବ୍ୟବହାର ମଧ୍ୟ କରିଥାନ୍ତି । ହେଲେ ଶାସ୍ତ୍ର ମୁତାବକ ଏହା ବହୁତ ଅଶୁଭ ମାନା ଯାଇଥାଏ । ଯଦି ଆପଣ ଭଙ୍ଗା ପାନିଆର ବ୍ୟବହାର କରିବେ ତା ହେଲେ ଜାଣିଯାନ୍ତୁ ଆପଣଙ୍କ ଘରେ ରାହୁ ଏବଂ କେତୁର ବାସ ହୋଇ ସାରିଛି । ତେଣୁ ଏହି ସବୁ ଭୁଲର ଧ୍ୟାନ ରଖନ୍ତୁ ।

୩. ବନ୍ଧୁଗଣ ଆପଣଙ୍କୁ ନିଜ ଘରକୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ । ଅଧିକାଂଶ ଲୋକ ନିଜ ଘରକୁ ପରସ୍କାର ରଖିନଥାନ୍ତି, ଯାହା ଫଳରେ ସେମାନଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ରହିନଥାଏ । ଏହା ଦ୍ଵାରା ସେମାନଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିଥାଏ । ତେଣୁ ବନ୍ଧୁଗଣ ନିଜ ଘରକୁ ସର୍ବଦା ସଫା ରଖନ୍ତୁ ।

୪. ଚତୁର୍ଥ ଭୁଲ ହେଉଛି ଅଧିକାଂଶ ଲୋକ ରୁଟି ଖାଇବା ସମୟରେ ରୁଟିକୁ ଦାନ୍ତରେ ଛିଣ୍ଡେଇ ଛିଣ୍ଡେଇ ଖାଇଥାନ୍ତି । ହେଲେ ବନ୍ଧୁଗଣ ଏହା କରିବା ଦ୍ଵାରା ରୁଟିର ଅପମାନ ହୋଇଥାଏ । ଯେଉଁ ଲୋକ ରୁଟିର ଅପମାନ କରିଥାନ୍ତି ସେହି ଲୋକମାନଙ୍କୁ ଖାଦ୍ଯ ମିଳିନଥାଏ, ତେଣୁ ସବୁବେଳେ ରୁଟିକୁ ଶାନ୍ତିରେ ବସି ଧୀରେ ଧୀରେ ଖାଆନ୍ତୁ ଏବଂ ଏହି ସବୁ ଭୁଲ ଉପରେ ଧ୍ୟାନ ଦିଅନ୍ତୁ ।

୫. ଅଧିକାଂଶ ଲୋକ ନିଜ ଦାନ୍ତ ଦ୍ଵାରା ନିଜ ନଖକୁ କାମୁଡି ଥାନ୍ତି । ଶାସ୍ତ୍ର ଅନୁଯାଇ ଏହା ବହୁତ ଅଶୁଭ ହୋଇଥାଏ । ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ଏହା ସହିତ ଏହା ଆପଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ଅଟେ । ତେଣୁ ଭୁଲ ସେ ମଧ୍ୟ ଏହି ସବୁ ଭୁଲକୁ କରନ୍ତୁ ନାହିଁ । ସବୁବେଳେ ସତର୍କ ରୁହନ୍ତୁ ଏବଂ ନିଜ ପରିବାର ଲୋକଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *