Bollywood ର 4 ଜଣ ହିରୋଇନ, ଯେଉଁମାନେ ଲକଡାଉନ ର ଫାଇଦା ଉଠେଇ ହେଇଗଲେ ପ୍ରେଗନେଣ୍ଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଅଭିନୟ କରୁଥିବା ବିଭିନ୍ନ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କିଛି ଦିନ ତଳେ କରୋନା ଭାଇରସର ପ୍ରକୋପ ପାଇଁ ସମଗ୍ର ଭାରତ ଦେଶରେ ଲକଡାଉନ ବ୍ୟବସ୍ଥା ହୋଇଥିଲା । ଏହି ଲକଡାଉନ ସମୟରେ କେତେକ ଲୋକପ୍ରିୟ ଅଭିନେତ୍ରୀ ମାନେ ପ୍ରେଗନେଣ୍ଟ ହୋଇଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଅନୁସ୍କା ଶର୍ମା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନୁସ୍କା ଶର୍ମାଙ୍କୁ ନିଶ୍ଚୟ ଜାଣିଥିବେ । ଅନୁସ୍କା ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ସେ ୨୦୧୭ ରେ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲିଙ୍କ ସହ ପ୍ରେମ ବିବାହ କରିଥିଲେ ।


ଏହି ଲକଡାଉନ ସମୟରେ ଅନୁସ୍କା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଥିଲେ ଯେ, ସେ ଜଲ୍ଦି ୨ରୁ ୩ ହେବାକୁ ଯାଉଛନ୍ତି । ଜାନୁୟାରୀ ମାସ ୨୦୨୧ରେ ତାଙ୍କ ଛୁଆ ଜନ୍ମ ହେବ । ବିରାଟ ଏବଂ ଅନୁସ୍କା ଏଥିପାଇଁ ବହୁତ ଖୁସି ଅଛନ୍ତି ।

କରିନା କପୁର

କପୁର ପରିବାରର ଲୋକପ୍ରିୟ ଅଭିନେତ୍ରୀ କରିନା କପୁରଙ୍କୁ ଆପଣ ମାନେ ବହୁତ ଫିଲ୍ମରେ ଦେଖିଥିବେ । ବଲିଉଡରେ କରିନା ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ସେ ବଲିଉଡର ଦିଗ୍ଗଜ ଅଭିନେତା ସେଫ ଅଲି ଖାନଙ୍କ ସହ ପ୍ରେମ ବିବାହ କରିଛନ୍ତି । ଏହି ଦୁଇଜଣଙ୍କର ପ୍ରଥମ ପିଲା ହେଉଛି ତେମୁର ଅଲି ଖାନ ।

ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ, କରିନା କପୁର ଦ୍ଵିତୀୟ ଥର ମା ହେବାକୁ ଯାଉଛନ୍ତି । ସେଫ ଓ କରିନା ଅକ୍ଟୋବର ମାସ ୨୦୧୨ ମସିହାରେ ବିବାହ କରିଥିଲେ । କରିନା ସେଫଙ୍କର ଦ୍ଵିତୀୟ ପତ୍ନୀ ହେଲେ ମଧ୍ୟ ସେଫ କରିନାଙ୍କୁ ବହୁତ ଖୁସିରେ ରଖିଛନ୍ତି ।

ଦୀପିକା ପାଦୁକୋନ


ବଲିଉଡର ଦିଗ୍ଗଜ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ଦୀପିକା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଦୀପିକା ବଲିଉଡର ସୁପର ଷ୍ଟାର ରଣବିର ସିଂହଙ୍କ ସହ ୧୪ ନଭେମ୍ବର ୨୦୧୮ରେ ବିବାହ କରିଥିଲେ ।

ବଲିଉଡର ସବୁଠାରୁ ସୁନ୍ଦର ଯୋଡି ମଧ୍ୟରୁ ଦୀପିକା ଏବଂ ରଣବିରଙ୍କ ଯୋଡି ହେଉଛି ଅନ୍ୟତମ । ଏହି କିଛି ଦିନ ତଳେ ଦୀପିକା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଛୁଆର ଇମୋଜି ସେୟାର କରି କିଛି ହିନ୍ଟ ଦେଇଛନ୍ତି । ଏହା ଶୁଣି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି ।

ପ୍ରିୟଙ୍କା ଚୋପଡା


ଆପଣ ମାନେ ସମସ୍ତେ ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ନିଶ୍ଚୟ ଜାଣିଥିବେ । ପ୍ରିୟଙ୍କା ହଲିଉଡ ଷ୍ଟାର ନିକ ଜୋନ୍ସଙ୍କ ସହ ବିବାହ କରିଛନ୍ତି । ଏହି କିଛି ଦିନ ତଳେ ପ୍ରିୟଙ୍କା ଏବଂ ନିକଙ୍କର ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହୋଇଛି । ଏହି ଫଟୋରୁ ଜଣା ପଡିଛି ଯେ ପ୍ରିୟଙ୍କା ମଧ୍ୟ ବହୁତ ଶୀଘ୍ର ମା ହେବାକୁ ଯାଉଛନ୍ତି । ଏହି ଖବର ଶୁଣି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସିରେ ଅଛନ୍ତି ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *