ଘରର ସମସ୍ତ ଅଶାନ୍ତି କୁ ଦୂର କରି ସୁଖ ଶାନ୍ତି କିପରି ବୃଦ୍ଧି କରିବେ ? ପଢନ୍ତୁ ଆଜିର 20 Anuchinta

ନମସ୍କାର ବନ୍ଧୁଗଣ ଆଜି ଆମେ କିଛି ଗୁରୁତ୍ୱ ପୂର୍ଣ ଅନୁଚିନ୍ତା ବିଷୟରେ ଜାଣିନେବା ଯାହା ଦ୍ୱାରା ଆମ ଘରେ ସୁଖ ଶାନ୍ତି ବଜାୟ ରହିବ । ଏବଂ ପାରିବାରିକ କଳହ ହେବ ନାହିଁ । ତେବେ ଚାଲନ୍ତୁ ଜାଣିନେବା ସେହି ଅନୁଚିନ୍ତା ବିଷୟରେ । ୧- ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ସକାଳେ ଭକ୍ତି ଗୀତ କିମ୍ବା ଭଜନ କିଛି ସମୟ ବଜାଇବା ଉଚିତ । ୨- ଘରେ ଝାଡୁ କୁ କେବେବି ଠିଆ କରି ରଖନ୍ତୁ ନାହିଁ ଏବଂ ଝାଡୁରେ କେବେ ଗୋଡ଼ ମାରନ୍ତୁ ନାହିଁ ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୁଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ରୁଷ୍ଠ ହୋଇ ଯାଆନ୍ତି । ଏବଂ ଧନ ର ଅଭାବ ଦେଖା ଯାଏ ।

୩- ବାସ୍ତୁ ବିଦ୍ୟା ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ । ଯଦି ରଖୁଥିବେ ତେବେ କପଡା ଘୋଡାଇ ଶୁଅନ୍ତୁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୁର ହୁଏ ଏବଂ ମଙ୍ଗଳ ମଧ୍ୟ ହୁଏ । ୪- ଘରର ଶୋଇବା ଖଟ ଉପରେ କେବେବି ବସିକି ଖାଆନ୍ତୁ ନାହିଁ । ଏହା ଦ୍ୱାରା ଖରାପ ସ୍ଵପ୍ନ ଆସିଥାଏ । ଏବଂ ଆପଣଙ୍କ ଘରେ ଦରିଦ୍ରତା ବଢ଼ିଥାଏ ।

୫- ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କେବେବି ଜୋତା ଚପଲ ଏଠି ସେଠି ପକାନ୍ତୁ ନାହିଁ । କିମ୍ବା ଓଲଟେଇ ରଖନ୍ତୁ ନାହିଁ ଏହା ଦ୍ବାରା ଅଶାନ୍ତି ଉତ୍ପନ୍ନ ହୁଏ ।

୬- ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ଛଅ ଟା ରୁ ଆଠ ଟା ମଧ୍ୟ ରେ କରନ୍ତୁ । କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତର କୁ ମୁହଁ କରିବା ଉଚିତ ।

୭- ଘରେ ସବୁବେଳେ ଖାଇବା ପାଇଁ ତିଆରି କରିଥିବା ପ୍ରଥମ ରୁଟି ଗାଈକି ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ ।

୮- ଘର ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କରି କଳସି ଟିଏ ସ୍ଥାପନ କରିବା ଉଚିତ ।

୯-ଘରେ ସବୁବେଳେ ସୁଖ ଶାନ୍ତି ର ବାତାବରଣ ରେ ରହିବା ପାଇଁ ହେଲେ ମୁଖ୍ୟ ଦ୍ୱାର ର ଡାହାଣ ପଟରେ ସ୍ୱସ୍ତିକ ଚିହ୍ନ ଆଙ୍କିବା ଉଚିତ ।

୧୦- ଘରେ ଯଦି ଔଷଧ ରଖିଥାନ୍ତି ତେବେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ ଏହା ଦ୍ଵାରା ଔଷଧ ର ପ୍ରଭାବ ଭଲ ପଡେ ।

୧୧- ଘରର ଦକ୍ଷିଣ ପୂର୍ବ କୋଣ କୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପୀ ରଙ୍ଗ କରିବା ଉଚିତ । ଏହା ଦ୍ୱାରା ଅଯଥା ବ୍ୟର୍ଥ ଖର୍ଚ୍ଚ କମ ହୁଏ ।

୧୨- ଘରେ କେବେବି ବୁଢ଼ିଆଣି ବସା ହବାକୁ ଦିଅନ୍ତୁ ନାହିଁ । କିମ୍ବା ଧୁଳି ହେବାକୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଅଶାନ୍ତି ବୃଦ୍ଧି ହୋଇଥାଏ ।

୧୩- ଘରେ କେବେବି ଶୁଖି ଯାଇଥିବା ଗଛ କୁ ରଖନ୍ତୁ ନାହିଁ । ଏବଂ ଗଛ ରେ ପ୍ରତିଦିନ ପାଣି ଦିଅନ୍ତୁ ।

 

୧୪- ଘରେ କବାଟ ଖୋଲିଲା ବେଳେ କିମ୍ବା ବନ୍ଦ କଲାବେଳେ ଯେପରି କର୍କଶ ଶବ୍ଦ ନହୁଏ । ସେଥିପ୍ରତି ଧ୍ୟାନ ଦେବା ଉଚିତ । କାରଣ ଏହା ଦ୍ବାରା ଅଶାନ୍ତି ସୃଷ୍ଟି ହୁଏ ।

୧୫- ଘରେ କେବେବି ଦକ୍ଷିଣ କୁ ଗୋଡ଼ ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ୱାରା ଅଶାନ୍ତି ଏବଂ ଦୁ ସ୍ୱପ୍ନ ଆସିଥାଏ ।

୧୬- ଘରେ ଶୋଇବା ବେଳେ ପଶ୍ଚିମ ଦିଗକୁ ଗୋଡ଼ କରି ଶୋଇଲେ ଆଧ୍ୟାତ୍ମିକ ତା ବୃଦ୍ଧି ହୋଇଥାଏ । ଏବଂ ମନ ଶାନ୍ତି ରୁହେ ।

୧୭- ଘରେ କେବେବି ଧୂପ,ଦୀପ, ଆରତି ମୁହଁରେ ଲିଭାଇବା ଉଚିତ ନୁହେଁ ।

୧୮- ଘରେ ସୁଖ ଶାନ୍ତି ପାଇଁ ଏବଂ ବାସ୍ତୁ ଦୋଷ ଦୁର କରିବା ପାଇଁ ତୁଳସୀ ଗଛ କୁ ଲଗାଇବା ଉଚିତ । ଏବଂ ପ୍ରତ୍ୟେକ ଦିନ ପାଣି ଦେବା ଉଚିତ ।

୧୯- ପ୍ରତ୍ୟେକ ଦିନ ସୂର୍ଯ୍ୟ ଙ୍କୁ ଜଳଦାନ କରନ୍ତୁ ଏବଂ ଓଁ ଆଦିତ୍ୟ ନମଃ ମନ୍ତ୍ର ଜପ କରନ୍ତୁ ।

୨୦- ଘରେ କେବେବି ଠାକୁର ପୂଜା କରା ଯାଇଥିବା ଫୁଲ ରଖନ୍ତୁ ନାହିଁ । ଏହାକୁ ନଦୀ ଜଳରେ ପ୍ରବାହିତ କରିବା ଉଚିତ ଏହା ଦ୍ୱାରା ମଙ୍ଗଳ ପ୍ରାପ୍ତ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *