କଣ ଆପଣ Vitamin E କ୍ୟାପସୁଲ ଖାଆନ୍ତି ବା ଚେହେରାରେ ଲଗାନ୍ତି ? ତେବେ ନିଶ୍ଚୟ ଥରେ ପଢି ନିଅନ୍ତୁ ଏହି ଖବର- Health Tips

ବନ୍ଧୁଗଣ ନାମସ୍କାର, ବନ୍ଧୁଗଣ ଆମ ଶରୀର ନିମନ୍ତେ ସମସ୍ତ ପ୍ରକାର ଭିଟାମିନ ର ଆବଶ୍ୟକତା ରହିଛି।କିନ୍ତୁ ଭିଟାମିନ E ଆମ ଶରୀର ପାଇଁ ନିହାତି ଆବଶ୍ୟକ ଅଟେ। ବାଦାମ, ସବୁଜ ପନିପରିବା ଆଦିରେ ଭିଟାମିନ E ରହିଥାଏ। ଆପଣ ଏହାକୁ ସହଜରେ କ୍ୟାପ୍ସୁଲ ରୂପରେ ମଧ୍ୟ ଗ୍ରହଣ କରି ପାରିବେ। ଆପଣଙ୍କୁ ଏହି ଭିଟାମିନ E କ୍ୟାପ୍ସୁଲ ବଜାର ରେ ଅତି ସହଜରେ ମିଳିଯିବ ଏବଂ ଆପଣଙ୍କ ଅଧିକ ଖର୍ଚ୍ଚ ମଧ୍ୟ ହେବ ନାହିଁ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ଭିଟାମିନ E କ୍ୟାପ୍ସୁଲ କୁ ସେବନ ବା ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ ଏବଂ ଏହାକୁ କେତେ ମାତ୍ରାରେ ସେବନ କରିବା ଉଚିତ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଭିଟାମିନ E କ୍ୟାପ୍ସୁଲ ଆମ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯଦି ଆପଣଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଯାଉଛି ତେବେ ଆପଣ ପ୍ରତିଦିନ ଗୋଟିଏ ଭିଟାମିନ E କ୍ୟାପ୍ସୁଲ ର ସେବନ କରନ୍ତୁ। ଏହା ସହିତ ଆପଣ ଅଲିଭ ଅଏଲ ରେ ଏହି କ୍ୟାପ୍ସୁଲ ର ଅଏଲ କୁ ମିଶାଇ ମଧ୍ୟ କେଶରେ ପ୍ରୟୋଗ କରି ପାରିବେ। ଏହାଦ୍ବାରା ଆପଣଙ୍କ କେଶ ଝଡ଼ିବା ସମସ୍ୟା ବନ୍ଦ ହେବ ଏବଂ ଆପଣଙ୍କ କେଶ ଲମ୍ବା,ଘନ ଓ ମଜବୁତ ହେବ।

୨. ବନ୍ଧୁଗଣ ଦ୍ବିତୀୟତଃ, ଏହା ଆମ ଚେହେରା ରେ ଥିବା ଦାଗ କୁ ଦୂର କରିଥାଏ। ଭିଟାମିନ E କ୍ୟାପ୍ସୁଲ କୁ କଣା କରି ସେଥିରେ ଥିବା ଅଏଲ କୁ ବାହାର କରି ଦିଅନ୍ତୁ। ଏହାପରେ ତା’କୁ ଚେହେରା ରେ ଦାଗ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଚେହେରା ରେ ଥିବା ସବୁ ଦାଗ ଦୂର ହୋଇଯିବ। ଯଦି ଆପଣ ଏହାର ଅଧିକ ଭଲ ପରିଣାମ ପାଇବାକୁ ଚାହୁଁଛନ୍ତି ତେବେ, ଏହାକୁ ରାତି ସାରା ମୁହଁରେ ଲଗାଇ ସକାଳେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ।ଏହାଦ୍ବାରା ଆପଣଙ୍କ ଚେହେରା ସମ୍ପୂର୍ଣ୍ଣ ଭାବରେ କ୍ଲିନ ହୋଇଯିବ।ଆପଣଙ୍କୁ ଏହି ଉପାୟ ଦିନେ ଛାଡ଼ି ଦିନେ ପ୍ରୟୋଗ କରିବାର ଅଛି।

୩. ବନ୍ଧୁଗଣ ତୃତୀୟତଃ, ଭିଟାମିନE କ୍ୟାପ୍ସୁଲ ଆମ ଚେହେରା ରେ ଥିବା ଝୁରି କୁ ମଧ୍ୟ ଦୂର କରିଥାଏ।ତେବେ ଏହି କ୍ୟାପ୍ସୁଲ କୁ କଣା କରି ଏଥିରେ ଥିବା ଅଏଲ କୁ ବାହାର କରି ଦିଅନ୍ତୁ ଏବଂ ଏହାକୁ ବାଦାମ ତେଲ ର ୫ ୬ ଠୋପା ମିଶାଇ ଚେହେରା ରେ ଆଖି ତଳ ଝୁରି ରେ ଲଗାଇ ଦିଅନ୍ତୁ। ଏପରି କିଛି ଦିନ କରିବା ଦ୍ୱାରା ଆପଣଙ୍କ ଚେହେରା ରେ ଥିବା ଝୁରି ଦୁର ହୋଇଯିବ।

୪. ବନ୍ଧୁଗଣ ଚତୁର୍ଥତଃ, ଭିଟାମିନ E କ୍ୟାପ୍ସୁଲ ଆମ ଓଠ ଫାଟିବା ସମସ୍ୟା କୁ ମଧ୍ୟ ଦୂର କରିଥାଏ। ତେଣୁ ଏହି ଭିଟାମିନ E କ୍ୟାପ୍ସୁଲ ରେ ଥିବା ଅଏଲ କୁ ଆପଣ ବାହାର କରି ଦିଅନ୍ତୁ। ଏହାପରେ ଏହି ଅଏଲ କୁ ଆପଣ ନିଜ ଓଠ ରେ ଲଗାଇ ଦିଅନ୍ତୁ। ଏହି ଉପାୟ କୁ ଆପଣ ରାତିରେ ଶୋଇବା ସମୟରେ ପ୍ରୟୋଗ କରନ୍ତୁ। ଏପରି କିଛି ଦିନ କରିବା ଦ୍ୱାରା ଆପଣଙ୍କ ଓଠ ଫାଟିବା ସମସ୍ୟା ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଦୂର ହୋଇଯିବ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Posts

About The Author

Add Comment